ଦାନିୟେଲ 2:20-22
ଦାନିୟେଲ 2:20-22 OERV
ଦାନିୟେଲ ପ୍ରଶଂସା କରି କହିଲେ, “ପରମେଶ୍ୱରଙ୍କର ନାମ ସଦାସର୍ବଦା ଧନ୍ୟ ହେଉ; କାରଣ ସମସ୍ତ ଜ୍ଞାନ ଓ ପରାକ୍ରମ ତାଙ୍କର। ସେ ସମୟ ଓ ଋତୁ ପରିବର୍ତ୍ତନ କରନ୍ତି। ସେ ରାଜାମାନଙ୍କୁ ପଦଚ୍ୟୁତ କରନ୍ତି ଓ ରାଜାମାନଙ୍କୁ ରାଜପଦ ଦିଅନ୍ତି। ସେ ଜ୍ଞାନୀମାନଙ୍କୁ ଜ୍ଞାନ ଓ ବୁଦ୍ଧିମନ୍ତମାନଙ୍କୁ ସୁବିବେଚନା ଦିଅନ୍ତି। ସେ ଗଭୀର ଓ ଗୁପ୍ତ ବିଷୟ ସବୁ ପ୍ରକାଶ କରି ପାରନ୍ତି। ଯେହେତୁ ଜ୍ୟୋତିଃ ତାଙ୍କ ନିକଟରେ ବାସ କରେ। ଅନ୍ଧକାରରେ ଯାହା ଅଛି ସେ ଜାଣନ୍ତି।





