ପେରିତ୍ 26
26
ଆଗ୍ରିପାର୍ ମୁଆଟେ ପାଉଲ୍ ନିଜର୍ ବିସଇ ସାକି ଦେବାଟା
1ଆଗ୍ରିପା ପାଉଲ୍କେ କଇଲା, “ତକେ ତର୍ ନିଜର୍ ବିସଇ ଜାଇଟା କଇବାର୍ ଆଚେ, ସେଟା କଇବାକେ ଅଦିକାର୍ ଦିଆଅଇଲା ।” ପାଉଲ୍ ଆତ୍ ଉଟାଇକରି ନିଜର୍ବାଟେଅନି କଇଲା,
2“ରାଜା ଆଗ୍ରିପା ! ଜିଉଦିମନ୍ ମକେ ଜନ୍ ସବୁ ବିସଇ ନେଇ ଦସି କରିଆଚତ୍, ସେଟାର୍ ବିରଦେ ତମର୍ ମୁଆଟେ, ନିଜର୍ ବାଟେଅନି କଇବାକେ ବେଲା ପାଇଲାର୍ ପାଇ ମୁଇ କେଡେ କରମର୍ ଲକ୍ ବଲି ବାବ୍ଲିନି ।” 3କାଇକେବଇଲେ ଜିଉଦିମନର୍ ରିତିନିତି ବିସଇ ଆରି ସେମନର୍ ଲାଗାଜଡା ବିସଇ ତମେ ନିକସଙ୍ଗ୍ ଜାନାସ୍ । ମୁଇ ଗୁଆରି କଲିନି, ତମେ ବିଜାର୍ ନ ଅଇକରି ମର୍ ସବୁକାତା ସୁନା ।
4“ପିଲାବେଲେଅନି କେନ୍ତି ମୁଇ ଜିଇଲି ଆଚି, ସେଟା ଜିଉଦିମନ୍ ଜାନତ୍ । ପର୍ତୁମ୍ ମର୍ ନିଜର୍ ଦେସେ ଆରି ପଚେ ଜିରୁସାଲମେ ମୁଇ କେନ୍ତି ଜିବନ୍ କାଟ୍ଲି ଆଚି, ସେଟା ମିସା ସେମନ୍ ଜାନତ୍ । 5#ପେରିତ୍ ୨୩:୬; ପିଲିପିୟ ୩:୫ଆଗେଅନି ମୁଇ ଜିଉଦି ନିୟମ୍ ସବୁ ମାନିକରି ପାରୁସିମନର୍ ପାରା ଚଲାଚଲ୍ତି କଲିଆଚି, ସେ ବିସଇ ସେମନ୍ ସାକି ଦେଇପାରତ୍ ।” 6ପର୍ମେସର୍ ଆମର୍ ଆନିଦାଦିମନ୍କେ ଜନ୍ କାତା ଦେଇ ରଇଲା, ତେଇ ମର୍ ଆସା ରଇଲାର୍ପାଇ ଆଜି ମୁଇ ଇତି ବିଚାର୍ନା କରାଇଅଇବାକେ ଟିଆ ଅଇଲିଆଚି । 7ମାତର୍ ଏ ରାଜା, ଏ ଆସା ଆମର୍ ବାର୍ଟା ଜିଉଦି ଜାତିର୍ ଲକ୍ ଦିନ୍ ରାତି ମାପ୍ରୁକେ ପାର୍ତନା କରି, ପାଇବାକେ ଆସାକଲାଇନି । ଆରି ଏ ଆସାର୍ ଲାଗି ଆମର୍ ଜିଉଦିମନ୍ ମକେ ଦସି କରିଆଚତ୍ । 8ପର୍ମେସର୍ ମଲା ଲକ୍କେ ଉଟାଇସି, ବଲି କାଇକେ ବିସ୍ବାସ୍ କରିନାପାର୍ଲାସ୍ନି ?
9 #
ପେରିତ୍ ୮:୩;୨୨:୪,୫ “ମୁଇ ମିସା ସେମନର୍ ପାରା ରଇଲି । ନାଜରିତିୟ ଜିସୁର୍ ବାଟେ ଜିବା ସବୁ ଲକ୍ମନର୍ ବିରୁଦେ ମର୍ ଜେତ୍କି ବପୁ ସଙ୍ଗ୍ ମିସା କାମ୍ କର୍ବାର୍ ଆଚେ ବଲି ଚିନ୍ତା କଲି । 10ମୁଇ ଜିରୁସାଲାମେ ସେନ୍ତି କଲି । ମୁକିଅ ପୁଜାରିମନର୍ତେଇଅନି ଅଦିକାର୍ ଚିଟି ପାଇ, ପରମେସରର୍ ବେସି ଲକ୍ମନ୍କେ ବାନ୍ଦି କରି, ବନ୍ଦି ଗରେ ପୁରାଇଦେଲି । ଆରି ସେମନ୍କେ ମରନର୍ ଡଣ୍ଡ୍ ଦେବାକେ ବିଚାର୍ନା କଲାବେଲେ, ସେମନର୍ ବିରୁଦେ ଟିଆଅଇଲି । 11କେତେ କେତେ ତର୍ ପାର୍ତନା ଗର୍ମନ୍କେ ସେମନ୍ ବିସ୍ବାସ୍ ଚାଡତ୍ ବଲି ମାର୍ବାକେ ତିଆର୍ଲି, ସେମନର୍ ଉପ୍ରେ ଏତେ ରିସା ଅଇଜାଇରଇଲି ଜେ, ସେମନ୍କେ କସ୍ଟ ଦେବାକେ ବିଦେସେ, ରଇବା ଗଡ୍ମନ୍କେ ମିସା ଜାଇରଇଲି ।”
ନିଜେ ବାଦ୍ଲାଇଲା ବିସଇ ପାଉଲ୍ କଇବାଟା
12“ଏଟା କର୍ବାକେ ମୁଇ ମୁକିଅ ପୁଜାରିମନର୍ତେଇଅନି ଅଦିକାର୍ ଚିଟି ଆରି ଆଦେସ୍ ନେଇ ଦାମାସ୍କସେ ଜାଇରଇଲି । 13ଏ ରାଜା ଏଗ୍ରିପା, ଅଟାତ୍ ଦିନେକ୍ ମୁଣ୍ଡ୍ବେଲା ଲଗେ, ଜିବାବାଟେ ବେଲ୍ ତାରାସେଅନି ଅଦିକ୍ ଉଜଲ୍ ଦେକ୍ଲି । ସର୍ଗେଅନି ସେ ଉଜଲ୍ ଆସି ମକେ ଆରି ମର୍ ସଙ୍ଗ୍ ଜିବା ଲକର୍ ଚାରିବେଟ୍ତି ବିଚି ଅଇଲା ।” 14ଆମେ ସବୁ ଲକ୍ ତଲେ ଅଦ୍ରି ଡୁଲିଦେଲୁ ଆରି ଇବ୍ରୁ ବାସାଇ ମକେ କଇତେରଇବା ଏ କାତା ସୁନ୍ଲି, “ସାଉଲ୍, ସାଉଲ୍ !” ତୁଇ ମକେ କାଇକେ କସ୍ଟ ଦେଲୁସ୍ନି ? କସ୍ଲାବେଲେ କସ୍ବାଲକ୍ ବଲଦ୍କେ ତୁତାରିବୁସ୍ଲେ ବଲଦ୍ ଲାତ୍ମାର୍ବା ପାରା, ତୁଇ ନିଜେ କସ୍ଟ ପାଇଲୁସ୍ନି । 15“ମୁଇ ପାଚାର୍ଲି, ‘ମାପ୍ରୁ ତମେ କେ ?’ ସେ କଇଲା, ‘ମୁଇ ଜିସୁ, ମକେସେ ତୁଇ କସ୍ଟ ଦେଲୁସ୍ନି ।’ 16ମାତର୍ ଉଟିକରି ଟିଆ ଅ । ତକେ ମର୍ ସେବାକାରିଆ କର୍ବାକେ, ଦର୍ସନ୍ ଦେଲିଆଚି । ଆଜି ତୁଇ ମର୍ ବିସଇ ଜାଇଟା ଦେକ୍ଲୁସ୍ ଆରି ପଚ୍କେ ମିସା ମୁଇ ଜାଇଟା ଦେକାଇବି, ସେ ବିସଇ ତୁଇ ବିନ୍ ଲକ୍ମନ୍କେ ସାକିଦେସ୍ । 17ଜନ୍ ଜିଉଦି ଆରି ଜିଉଦିନଇଲା ଲକ୍ମନର୍ତେଇ ତକେ ପାଟାଇବି, ସେମନର୍ତେଇ ଅନି ତାଡ୍ନା ପାଇଲେ, ମୁଇ ତକେ ରକିଆ କର୍ବି । 18ତୁଇ ସେମନର୍ ଆଁକି ପିଟାଇଦେସ୍ ବଲି ମୁଇ ତକେ କଇଲିନି । ଜେନ୍ତିକି ସେମନ୍ ଆନ୍ଦାରେଅନି ଉଜଲେ ଆରି ସଇତାନର୍ ବାନ୍ଦନେଅନି ମାପ୍ରୁର୍ ବାଟେ ବାଅଡ୍ବାଇ । ଜେନ୍ତିକି ମକେ ବିସ୍ବାସ୍ କଲାର୍ ପାଇ, ସେମନର୍ ପାପ୍ କେମା ଅଇସି । ଆରି ମାପ୍ରୁ ବାଚ୍ଲା ଲକ୍ମନର୍ ସଙ୍ଗ୍ ସେମନ୍କେ ମିସା ଡାକିନେବାଇ ।”
ନିଜର୍ କାମ୍ ବିସଇ ପାଉଲ୍ ସାକି ଦେବାଟା
19“ସେଟାର୍ପାଇଁ ଏ ରାଜା ଆଗ୍ରିପା ମୁଇ ସର୍ଗେଅନି ଜନ୍ ଦର୍ସନ୍ ପାଇଲିଆଚି, ସେଟା ପୁରାପୁରୁନ୍ ମାନ୍ଲି । 20#ପେରିତ୍ ୯:୨୦;୨୮:୨୯ସେନ୍ତାରି ମୁଇ ପର୍ତମେ ଦାମାସ୍କସେ ଆରାମ୍କରି ତାର୍ପଚେ ଜିରୁସାଲାମେ, ପଚେ ଜିଉଦାର୍ ସବୁବାଟେ ଆରି ଜିଉଦିନଇଲା ଲକ୍ମନର୍ ବିତରେ ମାପ୍ରୁର୍ ବିସଇ ଜାନାଇଲି । ଜେନ୍ତି କି ସେମନ୍ କରିରଇବା ପାପ୍ ଏତାଇ, ଦୁକ୍କରି ମାପ୍ରୁର୍ବାଟେ ବାଅଡ୍ବାଇ । ଆରି ସେମନ୍ ଜନ୍ଟା ମାନିଆଇଲାଇ ଆଚତ୍, ସେଟା ତାକର୍ ଚଲାଚଲ୍ତିଅନି ଜାନିଅଇସି । 21ଏଟାର୍ପାଇ ମୁଇ ମନ୍ଦିରେ ରଇଲାବେଲେ ଜିଉଦିମନ୍ ମକେ ଦାରି ମରାଇବାକେ ଚେସ୍ଟା କଲାଇ । 22ମାତର୍ ପର୍ମେସର୍ ମକେ ଆଜିକେଜାକ ରକିଆ କଲାଆଚେ ଆରି ସେଟାର୍ପାଇଁ ଆଜି ସାନ୍ ବଡ୍ ସବୁ ଲକର୍ ଲଗେ ସମାନ୍ ଇସାବେ ମର୍ ସାକିଦେବାକେ ଟିଆକରାଇଆଚେ । ବବିସତ୍ବକ୍ତା ଆରି ମସା ଜାଇଟା ଗଟ୍ସି ବଲି କଇରଇଲାଇ, ଟିକ୍ ସେ କାତା ମୁଇ କଇଲିନି । 23#୧ମ କରନ୍ତିୟ ୧୫:୨୦ମସିଅ ଦୁକ୍ ପାଇସି ଆରି ମଲାଲକ୍ମନର୍ ବିତ୍ରେଅନି ସିଗ୍ ପର୍ତୁମେ ଉଟି, ଜିଉଦି ଆରି ଜିଉଦି ନଇଲା ଲକ୍ମନର୍ ଲଗେ ମୁକ୍ତିର୍ ଉଜଲ୍ ଦେକାଇସି ।”
24ପାଉଲ୍ ନିଜର୍ ବାଟେଅଇ କଇଲା ବେଲେ, ପେସ୍ଟସ୍ ତାକେ ଆଉଲିଅଇ କରି କଇଲା, “ପାଉଲ୍, ତୁଇ ବାୟା ଅଇଗାଲୁସ୍ ! ତୁଇ ପାଟ୍ପଡି ବେସି ପାଇରଇବା ଗିଆନ୍ ତକେ ବାୟା କଲାଆଚେ ।”
25ପାଉଲ୍ କଇଲା, “ଏ ମାପ୍ରୁ ପେସ୍ଟସ୍, ମୁଇ ବାୟା ଅଇନାଇ, ମୁଇ ଜାଇଟା କଇଲିନି ସେଟା ପୁରାପୁରୁନ୍ ସତ୍ । ଆରି ତବିର୍ ବୁଦିର୍ କାତା କଇଲିଆଚି । 26ଏ ରାଜା ଅଗ୍ରିପା ! ତମେ ଏ ବିସଇ ଜାନିରଇଲାର୍ ପାଇ, ତମର୍ ମୁଆଟେ ଏ କାତା କଇବାକେ ସାଆସ୍ କଲିନି ! ମୁଇ ଜାନାଇରଇବା ସବୁ ବିସଇର୍ କାଇ କାତା ମିସା, ସେ ନାଜାନେ, ବଲି ମୁଇ ବିସ୍ବାସ୍ କରିନାଇ ! କାଇକେବଇଲେ ଏଟା ଲୁଚ୍ତେ କରାଅଏ ନାଇ । 27ରାଜା ଆଗ୍ରିପା, ତମେ ବବିସତ୍ବକ୍ତାମନ୍କେ ବିସ୍ବାସ୍ କଲାସ୍ନି ତ ? ମୁଇ ଜାନି ତମେ ବିସ୍ବାସ୍ କଲାସ୍ନି !”
28ଆଗ୍ରିପା ପାଉଲ୍କେ କଇଲା, “ଏ ଅଲପ୍ ବେଲା ବିତ୍ରେ ତୁଇ କାଇ ମକେ ବିସ୍ବାସି କରିଦେବି ବଲି ବାବ୍ଲୁସ୍ନି କି ?”
29ପାଉଲ୍ କଇଲା, “ଚନେକ୍ ଅ କି ପରେକ୍ ଅ, ପର୍ମେସରର୍ ଲଗେ ମର୍ ଏତ୍କି ମାଙ୍ଗ୍ଲିନି । ଅବ୍କା ତମେସେ ନାଇ ରାଜା, ଆଜି ମର୍ କାତା ସୁନିରଇବା ସବୁ ଲକ୍ ମର୍ପାରା କିରିସ୍ଟର୍ ସିସ୍ ଉଆ । ମାତର୍ ମର୍ପାରା ଏନ୍ତି ସିକ୍ଲିସଙ୍ଗ୍ ବାନ୍ଦାଇ ଉଆ ବଲି ମୁଇ କଇନାଇ ।”
30ତାର୍ ପଚେ ରାଜା, ସାସନ୍କାରିଆ, ଆରି ବର୍ନିସ୍ ଆରି ବିନ୍ ଲକ୍ମନ୍ ଜିବାକେ ଉଟ୍ଲାଇ । 31ସେମନ୍ ବାରଇଲା ବେଲେ ତାକର୍ ତାକର୍ ବିତ୍ରେ କଇଲାଇ, “ଏ ଲକ୍ ଏନ୍ତି କାଇମିସା କାମ୍ କରେ ନାଇ, ଜନ୍ଟା କି ସେ ମରନର୍ ଡଣ୍ଡ୍ ପାଇବାକେ କି ବନ୍ଦି ଅଇବାକେ ।” 32ଆଗ୍ରିପା ପେସ୍ଟସ୍କେ କଇଲା, “ଜଦି ଏ ଲକ୍ ବଡ୍ସାସନ୍କାରିଆଟାନେ ବିଚାର୍ ପାଇବି ବଲି ଗୁଆରି କରି ନ ରଇଲେ, ତେବେ ଆମେ ତାକେ ଚାଡି ଦେଇତୁ ।”
Currently Selected:
ପେରିତ୍ 26: Saa25
Highlight
Share
Copy
Want to have your highlights saved across all your devices? Sign up or sign in
The Desiya Bible © The Word for the World International and Desiya Translation Samithi, Koraput, Odisha. 2025