YouVersion Logo
Search Icon

ଗାଲାତୀୟ 5:19-21

ଗାଲାତୀୟ 5:19-21 ODCLBSI

ମନୁଷ୍ୟ ପ୍ରକୃତିର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତାହା ଅନୈତିକତା, ଅଶୁଚିତା, ଅଶ୍ଲୀଳତା, ପ୍ରତିମା ପୂଜା, ଗୁଣି ଗାରୁଡ଼ି ଆଦି କୁକର୍ମରେ ପ୍ରକାଶ ପାଏ। ଲୋକମାନେ ପରସ୍ପରର ଶତ୍ରୁ ହୋଇ କଳହ କରିଥାନ୍ତି; ସେମାନେ ଈର୍ଷାପରାୟଣ, କ୍ରୋଧୀ ଓ ଦୁରାକାଂକ୍ଷୀ ହୋଇଥାନ୍ତି ଓ ସେମାନେ ବିଭିନ୍ନ ଦଳ ଓ ଉପଦଳରେ ବିଭକ୍ତ ହୋଇଥାଆନ୍ତି। ସେମାନେ ପରଶ୍ରୀକାତର, ମତୁଆଳ, ରଙ୍ଗରସପ୍ରିୟ ଏବଂ ସେହି ଭଳି ଅନ୍ୟାନ୍ୟ ଦୁଷ୍କର୍ମରେ ଲିପ୍ତ ଥାଆନ୍ତି। ମୁଁ ପୂର୍ବ ପରି ବର୍ତ୍ତମାନ ମଧ୍ୟ ତୁମ୍ଭମାନଙ୍କୁ ସାବଧାନ କରି ଦେଉଛି। ଯେଉଁମାନେ ଏପରି କାର୍ଯ୍ୟସବୁ କରନ୍ତି, ସେମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହୋଇପାରିବେ ନାହିଁ।