YouVersion Logo
Search Icon

ଏଫିସୀୟ ଉପକ୍ରମଣିକା

ଉପକ୍ରମଣିକା
ଖ୍ରୀଷ୍ଟଙ୍କୁ ମସ୍ତକ ସ୍ୱରୂପେ ରଖି ସ୍ୱର୍ଗ ଓ ପୃଥିବୀରେ ଥିବା ସମଗ୍ର ସୃଷ୍ଟିକୁ ଖ୍ରୀଷ୍ଟଙ୍କଠାରେ ଏକ କରିବା ପାଇଁ ଈଶ୍ୱରଙ୍କର ବିରାଟ ଯୋଜନା ଏଫିସୀୟମାନଙ୍କ ନିକଟକୁ ତାଙ୍କ ପତ୍ରରେ ପାଉଲ ପ୍ରକାଶ କରିଛନ୍ତି। ଈଶ୍ୱରଙ୍କ ସେହି ଯୋଜନା ଉପଲବ୍ôଧ କରି ସମଗ୍ର ମନୁଷ୍ୟ ଜାତି ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ଐକ୍ୟବଦ୍ଧ ହୁଅନ୍ତୁ, ଏହି ପତ୍ରରେ ଈଶ୍ୱରଙ୍କ ଲୋକମାନଙ୍କୁ ପାଉଲଙ୍କର ଏହା ବିଶେଷ ନିବେଦନ।
ଏହି ପତ୍ରର ପ୍ରଥମ ଭାଗରେ ଲେଖକ ମାନବ ଜାତିର ଏହି ଏକତା ବିଷୟ ଆଲୋଚନା କରି ଲେଖିଛନ୍ତି; କିପରି ଈଶ୍ୱର ତାଙ୍କ ଲୋକମାନଙ୍କୁ ମନୋନୀତ କରିଅଛନ୍ତି, କିପରି ତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ମହାପ୍ରାୟଶ୍ଚିତ୍ତ ଯୋଗୁଁ ସେମାନଙ୍କର ପରିତ୍ରାଣ ସାଧନ ହୋଇଛି ଏବଂ କିପରି ପବିତ୍ରଆତ୍ମାଙ୍କ ସହାୟତାରେ ମନୁଷ୍ୟ ଜାତି ପ୍ରତି ଈଶ୍ୱରଙ୍କ ପ୍ରତିଜ୍ଞା ସବୁ ସଫଳ ହୋଇଛି।
ପତ୍ରର ଦ୍ୱିତୀୟ ଭାଗରେ, ପାଉଲ ପାଠକମାନଙ୍କୁ ଅନୁଯୋଗ କରି ଲେଖିଛନ୍ତି, ସେମାନେ ଯେ ଖ୍ରୀଷ୍ଟଙ୍କ ସହିତ ଏକ ହୋଇଛନ୍ତି, ଏହାର ନିଦର୍ଶନ ନିଜ ଜୀବନର କାର୍ଯ୍ୟକଳାପରେ ପ୍ରଦର୍ଶନ କରନ୍ତୁ। ସ୍ୱାମୀ, ସ୍ତ୍ରୀ, ପିତା, ମାତା, ସନ୍ତାନସନ୍ତତି, କର୍ତ୍ତା, ଦାସ ଆଦି କିପରି ପରସ୍ପର ପ୍ରତି ଆଚରଣ କରିବାକୁ ହେବ, ଏ ସମ୍ପର୍କରେ ଲେଖକ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଖ୍ରୀଷ୍ଟଙ୍କ ସହିତ ଏକ ହେବା ଦ୍ୱାରା ଈଶ୍ୱରଙ୍କ ଲୋକମାନଙ୍କ ମଧ୍ୟରେ ଯେଉଁ ଐକ୍ୟ ପ୍ରତିଷ୍ଠିତ ହୁଏ, ପାଉଲ ବିଭିନ୍ନ ରୂପକ ଦ୍ୱାରା ତାହା ପ୍ରକାଶ କରିଛନ୍ତି। ଖ୍ରୀଷ୍ଟଙ୍କ ଉପାସକ ମଣ୍ଡଳୀ ଏକ ଶରୀର ସ୍ୱରୂପ ଓ ଖ୍ରୀଷ୍ଟ ତା’ର ମସ୍ତକ; ମଣ୍ଡଳୀ ଏକ ଗୃହ ସ୍ୱରୂପ ଏବଂ ଖ୍ରୀଷ୍ଟ ତହିଁର କୋଣ ପ୍ରସ୍ତର; ଖ୍ରୀଷ୍ଟ ସ୍ୱାମୀ, ମଣ୍ଡଳୀ ତାଙ୍କର ସ୍ତ୍ରୀ।
ଖ୍ରୀଷ୍ଟବିଶ୍ୱାସୀ କିପରି ଆଧ୍ୟାତ୍ମିକ ରଣ ସଜ୍ଜାରେ ସଜ୍ଜିତ ହୋଇ ଶୟତାନ ତଥା ଇହଜୀବନର ମନ୍ଦଶକ୍ତିମାନଙ୍କ ବିରୁଦ୍ଧରେ ସଂଗ୍ରାମ କରି ବିଜୟୀ ହୋଇପାରିବ, ପାଉଲ ଏହାର ଗୋଟିଏ ବାସ୍ତବ ଚିତ୍ର ଅଙ୍କନ କରି ପତ୍ର ଶେଷ କରିଛନ୍ତି।
ବିଷୟ
ସୂଚୀ ପୂର୍ବାଭାସ - ୧:୧-୨
ଖ୍ରୀଷ୍ଟ ଓ ଉପାସକ ମଣ୍ଡଳୀ - ୧:୩-୩:୨୧
ଖ୍ରୀଷ୍ଟଙ୍କଠାରେ ନୂତନ ଜୀବନ - ୪:୧-୬:୨୦
ଉପସଂହାର - ୬:୨୧-୨୪

Highlight

Share

Copy

None

Want to have your highlights saved across all your devices? Sign up or sign in