ପ୍ରେରିତ 28
28
ମାଲ୍ଟା ଦ୍ୱୀପରେ ପାଉଲ
1ନିରାପଦରେ କୂଳକୁ ଯାଇ ଦେଖିଲୁ ଯେ ଆମ୍ଭେମାନେ ମାଲ୍ଟା ଦ୍ୱୀପରେ ପହଞ୍ଚିଛୁ। 2ସେଠାକାର ଆଦିମ ଅଧିବାସୀମାନେ ଆମ୍ଭମାନଙ୍କ ପ୍ରତି ସ୍ନେହଭାବ ଦେଖାଇଲେ। ସେତେବେଳେ ବର୍ଷା ପଡ଼ି ଶୀତ ହେଉଥିଲା। ତେଣୁ ସେମାନେ ନିଅାଁ ଜାଳି ଆମମାନଙ୍କୁ ସ୍ୱାଗତ କଲେ। 3ପାଉଲ ବିଡ଼ାଏ କାଠ ଉଠାଇ ନିଅାଁରେ ପକାଇବାକୁ ଯାଉଥିବାବେଳେ ସେଥିରୁ ଗୋଟିଏ ସାପ ବାହାରିଲା ଓ ଉତ୍ତାପରୁ ରକ୍ଷା ପାଇବା ପାଇଁ ତାଙ୍କ ହାତ ଉପରକୁ ଚଢ଼ି ସେଠାରେ ଲାଖି ରହିଲା। 4ସ୍ଥାନୀୟ ଅଧିବାସୀମାନେ ପାଉଲଙ୍କ ହାତରେ ଝୁଲୁଥିବା ସାପଟିକୁ ଦେଖି ପରସ୍ପରକୁ କୁହାକୁହି ହେଲେ, “ଏ ନିଶ୍ଚୟ ଜଣେ ନରହନ୍ତା - ଯାହାହେଉ, ସେ ସମୁଦ୍ରରୁ ରକ୍ଷା ପାଇ ଯାଇଥିଲେ ସୁଦ୍ଧା ଦଇବ ହାତରୁ ଆଉ ବଞ୍ଚିବ ନାହିଁ।” 5କିନ୍ତୁ ପାଉଲ ନିଜେ ଆହତ ନ ହୋଇ, ସାପଟିକୁ ନିଅାଁ ଭିତରକୁ ଛିଞ୍ଚାଡ଼ି ଦେଲେ। 6ପାଉଲଙ୍କ ଦେହ ଫୁଲି ଉଠିବ କିମ୍ବା ସେ ପ୍ରାଣତ୍ୟାଗ କରି ତଳେ ପଡ଼ିଯିବେ ଭାବି, ସେମାନେ କିଛି ସମୟ ଅପେକ୍ଷା କଲେ। କିନ୍ତୁ ଅନେକ ସମୟ ଅପେକ୍ଷା କରି ଯେତେବେଳେ ଦେଖିଲେ ଯେ, ପାଉଲଙ୍କର କୌଣସି ଅନିଷ୍ଟ ହୋଇନାହିଁ, ସେମାନେ ମତ ବଦଳାଇ କହିଲେ, “ଏ ଜଣେ ଦେବତା!”
7ସେଠାରୁ ଅଳ୍ପ ଦୂରରେ ଦ୍ୱୀପର ପ୍ରଧାନ ରାଜକର୍ମଚାରୀ ପବ୍ଳିୟସ୍ଙ୍କ କ୍ଷେତ ଥିଲା। ସେ ଆମକୁ ସ୍ୱାଗତ କଲେ ଓ ଆମେ ତିନି ଦିନ ପର୍ଯ୍ୟନ୍ତ ତାଙ୍କର ଆତିଥ୍ୟ ଗ୍ରହଣ କଲୁ। 8ପବ୍ଳିୟସ୍ଙ୍କୁ ପିତା ଜ୍ୱର ଓ ଆମାଶୟ ରୋଗରେ ଶଯ୍ୟାଶାୟୀ ଥିଲେ। ପାଉଲ ତାଙ୍କ କୋଠରୀକୁ ଗଲେ, ତାଙ୍କ ପାଇଁ ପ୍ରାର୍ଥନା କରି ତାଙ୍କ ଉପରେ ହସ୍ତାର୍ପଣ କରି ତାଙ୍କୁ ସୁସ୍ଥ କଲେ। 9ଏହି ଘଟଣା ପରେ ଦ୍ୱୀପର ରୋଗୀମାନେ ସମସ୍ତେ ପାଉଲଙ୍କ ନିକଟକୁ ଆସି ସୁସ୍ଥ ହେଲେ। 10ସେମାନେ ଆମ୍ଭମାନଙ୍କୁ ଅନେକ ଉପହାର ଦେଲେ ଓ ଆମେ ସେଠାରୁ ଜାହାଜରେ ବସି ଚାଲିଯିବାବେଳେ ଆମ୍ଭମାନଙ୍କ ଯାତ୍ରା ପାଇଁ ଆବଶ୍ୟକ ସାମଗ୍ରୀ ସବୁ ସେମାନେ ଆଣି ଜାହାଜରେ ରଖି ଦେଇଗଲେ।
ମାଲ୍ଟାଠାରୁ ରୋମ୍
11ଆଲେକ୍ଜାଣ୍ଡ୍ରିଆଠାରୁ ଆସିଥିବା “ଯୁଗ୍ମ ଦେବତା” ନାମକ ଗୋଟିଏ ଜାହାଜ ମାଲ୍ଟା ଦ୍ୱୀପରେ ଶୀତ ଋତୁ ଅତିବାହିତ କରିଥିଲା। ଦ୍ୱୀପରେ ତିନିମାସ ରହିବା ପରେ ଆମେ ସେହି ଜାହାଜରେ ବସି ପୁଣି ଯାତ୍ରା ଆରମ୍ଭ କଲୁ। 12ପ୍ରଥମେ ସିରାକ୍ୟୁସ୍ ନଗରରେ ପହଞ୍ଚି ସେଠାରେ ତିନିଦିନ ରହିଲୁ। 13ସେଠାରୁ ପୁଣି ଯାତ୍ରା କରି ରିଜିୟମ୍ ସହରରେ ପହଞ୍ଚିଲୁ। ତା’ପର ଦିନ ଦକ୍ଷିଣା ପବନ ବହିଲା ଓ ଆଉ ଦୁଇ ଦିନ ପରେ ପୁତିଓଲି ସହରରେ ପହଞ୍ଚିଲୁ। 14ସେଠାରେ କେତେ ଜଣ ଖ୍ରୀଷ୍ଟ ବିଶ୍ୱାସୀଙ୍କର ଦେଖା ପାଇଲୁ। ସେମାନଙ୍କ ସହିତ ହପ୍ତାଏ କାଳ ରହିବା ପାଇଁ ସେମାନେ ଆମକୁ ଅନୁରୋଧ କଲେ। ଶେଷରେ ରୋମରେ ଯାଇ ପହଞ୍ଚିଲୁ। 15ଆମ୍ଭମାନଙ୍କର ଖବର ପାଇ ରୋମର ବିଶ୍ୱାସୀମାନେ ଆମକୁ ଭେଟିବା ପାଇଁ “ଆପୀୟ ହାଟ” ଓ “ତିନି ସରାଇ” ନାମକ ସହରମାନଙ୍କୁ ଆସିଲେ। ସେମାନଙ୍କୁ ଦେଖି ପାଉଲ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଓ ବିଶେଷ ଉତ୍ସାହିତ ହେଲେ।
ରୋମ ନଗରୀରେ ପାଉଲ
16ଆମ୍ଭେମାନେ ରୋମରେ ପହଞ୍ଚିବା ପରେ, ପାଉଲଙ୍କୁ ଅନୁମତି ମିଳିଲା ଯେ, ତାଙ୍କୁ ଜଗିବା ପାଇଁ ନିଯୁକ୍ତ ଗୋଟିଏ ସୈନିକ ସହ ସେ ନିଜ ଇଚ୍ଛାନୁଯାୟୀ ଯେ କୌଣସି ସ୍ଥାନରେ ରହିପାରନ୍ତି।
17ତିନିଦିନ ପରେ ପାଉଲ ସ୍ଥାନୀୟ ଇହୁଦୀ ନେତାମାନଙ୍କୁ ଏକ ସଭାରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କଲେ। ସେମାନେ ଏକତ୍ରିତ ହେବାକୁ ପାଉଲ ସେମାନଙ୍କୁ କହିଲେ: “ଇଶ୍ରାଏଲୀୟ ଭାଇମାନେ, ଆମ ଲୋକମାନଙ୍କ ବିରୁଦ୍ଧରେ କିମ୍ବା ଆମ ପିତୃପୁରୁଷମାନଙ୍କଠାରୁ ଆମେ ପାଇଥିôବା ରୀତିନୀତି ବିରୁଦ୍ଧରେ ମୁଁ କିଛି କରି ନ ଥିଲେ ସୁଦ୍ଧା, ଯିରୂଶାଲମରେ ମୁଁ ବନ୍ଦୀ ହୋଇ ରୋମୀୟମାନଙ୍କ ହାତରେ ସମର୍ପିତ ହୋଇଛି। 18ମୋତେ ଜେରା କରିବା ପରେ ମୃତ୍ୟୁଦଣ୍ଡ ଭୋଗ କରିବା ପାଇଁ ମୁଁ କୌଣସି ଅପରାଧ କରି ନାହିଁ ବୋଲି ଜାଣିପାରି ରୋମୀୟମାନେ ମୋତେ ମୁକ୍ତ କରି ଦେବାକୁ ଚାହିଁଥିଲେ। 19କିନ୍ତୁ ଇହୁଦୀମାନେ ଏହାର ବିରୋଧ କରିବାରୁ, ମୋ’ ନିଜ ଲୋକମାନଙ୍କ ବିରୁଦ୍ଧରେ ମୋର କୌଣସି ଅଭିଯୋଗ ନ ଥିବା ସତ୍ତ୍ୱେ, ମୁଁ ସମ୍ରାଟଙ୍କୁ ଆବେଦନ କରିବା ପାଇଁ ବାଧ୍ୟ ହେଲି।#ପ୍ରେରିତ ୨୫:୧୧। 20ସେଥିପାଇଁ ଏ ବିଷୟରେ କଥାବାର୍ତ୍ତା ହେବାକୁ ମୁଁ ତୁମ୍ଭମାନଙ୍କୁ ଡକାଇଛି। ବାସ୍ତବିକ, ଯାହାଙ୍କ ଉପରେ ଇଶ୍ରାଏଲୀୟ ଲୋକମାନେ ଆଶା ଭରସା କରି ଆସିଛନ୍ତି, ତାଙ୍କ ପାଇଁ ଆଜି ମୁଁ ଶିକୁଳିରେ ବନ୍ଧା ହୋଇଛି।”
21ସେମାନେ କହିଲେ, “ଆମେ ଯିହୁଦା ଦେଶରୁ ତୁମ ବିଷୟରେ କୌଣସି ଚିଠି ପତ୍ର ପାଇ ନାହୁଁ, କି ତୁମର ଖବର ନେଇ କିଅବା ତୁମ ବିଷୟରେ କିଛି ଅଭିଯୋଗ କରି କହିବାପାଇଁ ଆମ ଲୋକଙ୍କ ମଧ୍ୟରୁ କେହି ଏଠାକୁ ଆସି ନାହାନ୍ତି। 22ସେ ଯାହାହେଉ, ଆମେ ତୁମର ମତାମତ ଶୁଣିବାକୁ ଚାହୁଁ, କାରଣ ସର୍ବତ୍ର ଲୋକମାନେ ତୁମ ଦଳ ବିରୁଦ୍ଧରେ କଥା କହୁଛନ୍ତି।”
23ସେମାନେ ଗୋଟିଏ ତାରିଖ ନିର୍ଦ୍ଦିଷ୍ଟ କଲେ ଏବଂ ସେମାନଙ୍କ ମଧ୍ୟରୁ ଅନେକେ ସେ ଦିନ ପାଉଲ ରହୁଥିବା ସ୍ଥାନକୁ ଆସିଲେ। ସକାଳୁ ରାତ୍ରିଯାଏ ପାଉଲ ସେମାନଙ୍କୁ ଈଶ୍ୱରଙ୍କ ରାଜ୍ୟସଂକ୍ରାନ୍ତ ବାର୍ତ୍ତା ବୁଝାଇଲେ ଓ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଲେଖାରୁ ବାକ୍ୟ ଉଦ୍ଧାର କରି ଯୀଶୁଙ୍କଠାରେ ସେମାନଙ୍କର ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କଲେ। 24ସେମାନଙ୍କ ମଧ୍ୟରୁ କେତେକଙ୍କର ହୃଦ୍ବୋଧ ହେଲା, କିନ୍ତୁ ଅନ୍ୟମାନେ ବିଶ୍ୱାସ କଲେ ନାହିଁ। 25ଏ ବିଷୟରେ ସେମାନଙ୍କ ମଧ୍ୟରେ ପ୍ରବଳ ମତଭେଦ ସୃଷ୍ଟି ହେଲା। ସେମାନେ ଚାଲିଯିବା ପୂର୍ବରୁ ପାଉଲ ଗୋଟିଏ କଥା ଉପରେ ଗୁରୁତ୍ୱ ଦେଇ କହିଲେ: “ପବିତ୍ର ଆତ୍ମା ଆପଣମାନଙ୍କ ପୂର୍ବପୁରୁଷମାନଙ୍କୁ ଭାବବାଦୀ ଯିଶାଇୟଙ୍କ ମୁଖରେ ଯଥାର୍ଥ କଥା କହିଥିଲେ! 26ସେ କହିଥିଲେ:#ଯିଶାଇୟ ୬:୯-୧୦।
‘ଏ ଲୋକମାନଙ୍କୁ ଯାଇ କୁହ -
ତୁମ୍ଭେମାନେ ଶୁଣିବ, ବହୁତ ଶୁଣିବ, କିଛି ବୁଝିବ ନାହିଁ।
ତୁମ୍ଭେମାନେ ଚାହିଁ ରହିବ, କିନ୍ତୁ ଦେଖିପାରିବ ନାହିଁ।
27କାରଣ ଏହି ଲୋକମାନେ ସ୍ଥୁଳ ବୁଦ୍ଧି,
ସେମାନେ ନିଜ ନିଜର ଆଖି କାନ ବୁଜି ଦେଇଛନ୍ତି,
ତାହା ହୋଇ ନ ଥିଲେ, ସେମାନେ ଆଖି ଖୋଲି ଦେଖିପାରିଥା’ନ୍ତେ
ଓ କାନ ଦେଇ ଶୁଣିପାରିଥା’ନ୍ତେ।
ସେମାନଙ୍କ ମସ୍ତିଷ୍କରେ ବୁଝିବା ଶକ୍ତି ଥାଆନ୍ତା;
ସେମାନେ ଈଶ୍ୱରଙ୍କୁ ଆଡ଼କୁ ଫେରି ଯାଆନ୍ତେ
ଓ ମୁଁ ସେମାନଙ୍କୁ ସୁସ୍ଥ କରିଥାଆନ୍ତି’।”
28ଉପସଂହାରରେ ପାଉଲ କହିଲେ, “ସୁତରାଂ ତୁମ୍ଭେମାନେ ଜାଣି ରଖ, ପରିତ୍ରାଣ ପାଇଁ ଈଶ୍ୱରଙ୍କ ଶୁଭବାର୍ତ୍ତା ଅଣଇହୁଦୀମାନଙ୍କ ନିକଟକୁ ପଠାଯାଇଛି। ସେମାନେ ତା’ ଶୁଣିବେ।’#28:28 କେତେକ ପାଣ୍ଡୁଲିପିରେ ୨୯ ପଦ ସ୍ୱରୂପେ ନିମ୍ନଲିଖିତ ବାକ୍ୟ ଯୋଗ କରାଯାଇଛି - “ପାଉଲ ଏହା କହିବା ପରେ ଇହୁଦୀମାନେ ପରସ୍ପର ସହିତ ବାଦାନୁବାଦ କରୁଁ କରୁଁ ସେଠାରୁ ଚାଲିଗଲେ।”
30ପାଉଲ ଗୋଟିଏ ଘର ଭଡ଼ା ନେଇ ଦୁଇ ବର୍ଷ ପର୍ଯ୍ୟନ୍ତ ରହିଲେ ଏବଂ ତାଙ୍କୁ ଦେଖିବା ପାଇଁ ଆସୁଥିବା ସମସ୍ତଙ୍କୁ ସେଠାରେ ସ୍ୱାଗତ କରୁଥିଲେ। 31ଅବାଧରେ ଓ ସାହସର ସହିତ ସେ ଈଶ୍ୱରଙ୍କ ରାଜ୍ୟ ବିଷୟରେ ପ୍ରଚାର କରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଶିକ୍ଷା ଦେଉଥିଲେ।
Currently Selected:
ପ୍ରେରିତ 28: ODCLBSI
Highlight
Share
Copy

Want to have your highlights saved across all your devices? Sign up or sign in
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.

: