ପ୍ରେରିତ 23
23
1ପାଉଲ ମହାସଭା ଆଡ଼କୁ ସ୍ଥିର ଦୃଷ୍ଟିରେ ଚାହିଁ କହିଲେ, “ହେ ଇଶ୍ରାଏଲୀୟ ଭାଇମାନେ! ଆଜି ପର୍ଯ୍ୟନ୍ତ ଈଶ୍ୱରଙ୍କ ସମ୍ମୁଖରେ ମୁଁ କି ପ୍ରକାର ଜୀବନ କାଟିଛି, ସେ ବିଷୟରେ ମୋର ବିବେକ ସଂପୂର୍ଣ୍ଣ ନିର୍ମଳ।” 2ଏହି କଥା ଶୁଣି ମହାଯାଜକ ଆନାନୀୟ ପାଉଲଙ୍କ ମୁହଁରେ ଚାପୁଡ଼ା ମାରିବା ପାଇଁ ପାଉଲଙ୍କ ନିକଟରେ ଠିଆ ହୋଇଥିବା ଲୋକମାନଙ୍କୁ ଆଦେଶ ଦେଲେ। 3ପାଉଲ ତାହାଙ୍କୁ କହିଲେ, “ହେ ଚୂନ ବୋଳା ଧବଳ ପ୍ରାଚୀର, ପ୍ରଭୁ ନିଶ୍ଚୟ ତୁମକୁ ଆଘାତ କରିବେ। ଆଇନ ଅନୁଯାୟୀ ମୋର ବିଚାର କରିବାକୁ ତୁମେ ସେଠାରେ ବସିଛ, ଅଥଚ ମୋତେ ଆଘାତ କରିବା ପାଇଁ ଆଦେଶ ଦେଇ ତୁମେ ଆଇନ ଭଙ୍ଗ କରୁଛ!”#ମାଥିଉ ୨୩:୨୭-୨୮।
4ପାଉଲଙ୍କ ନିକଟରେ ଥିବା ଲୋକମାନେ ତାଙ୍କୁ କହିଲେ, “ତୁମେ ଈଶ୍ୱରଙ୍କ ପ୍ରଧାନ ଯାଜକଙ୍କୁ ଅପମାନ କରୁଛ!”
5ପାଉଲ ଉତ୍ତର ଦେଲେ, “ହେ ଇଶ୍ରାଏଲୀୟ ଭାଇମାନେ, ସେ ପ୍ରଧାନ ଯାଜକ ବୋଲି ମୁଁ ଜାଣି ନ ଥିଲି। ଧର୍ମଶାସ୍ତ୍ରରେ ଉଲ୍ଲେଖ ଅଛି, ‘ତୁମେ ନିଜ ଜାତିର ଶାସକଙ୍କ ଗ୍ଳାନି କର ନାହିଁ’।”#ଯାତ୍ରା. ୨୨:୨୮।
6ଇହୁଦୀମାନଙ୍କ ଦଳରେ କେତେକ ଫାରୁଶୀ ଓ ଆଉ କେତେକ ସାଦ୍ଦୁକୀ ଥିବାର ଦେଖି ପାଉଲ ମହାସଭାକୁ ଆହ୍ୱାନ କରି କହିଲେ, “ହେ ଇଶ୍ରାଏଲୀୟ ଭାଇମାନେ, ମୁଁ ଜଣେ ଫାରୁଶୀ, ଫାରୁଶୀ ବଂଶରେ ମୋର ଜନ୍ମ। ମୃତମାନଙ୍କ ପୁନରୁତ୍ଥାନରେ ମୁଁ ବିଶ୍ୱାସ କରିବା ହେତୁ ଏଠାରେ ମୋର ବିଚାର କରାଯାଉଛି।”#ପ୍ରେରିତ ୨୬:୫; ଫିଲିପୀୟ ୩:୫।
7ସେମାନଙ୍କ ଭିତରେ ଦଳଗତ ବିଭେଦ ସୃଷ୍ଟି ହେଲା ଏବଂ ସେ ଠିକ୍ ଏ କଥା କହିବା ସଙ୍ଗେ ସଙ୍ଗେ ଫାରୁଶୀ ଓ ସାଦ୍ଦୁକୀମାନଙ୍କ ମଧ୍ୟରେ କଳହ ଆରମ୍ଭ ହେଲା। 8(କାରଣ ସାଦ୍ଦୁକୀମାନଙ୍କ ମତରେ ମୃତମାନଙ୍କ ପୁନରୁତ୍ଥାନ ନାହିଁ, ସ୍ୱର୍ଗଦୂତ ବା ଆତ୍ମାମାନଙ୍କର ଅସ୍ତିତ୍ୱ ନାହିଁ; କିନ୍ତୁ ଫାରୁଶୀମାନେ ଏହି ତିନୋଟି ବିଷୟରେ ବିଶ୍ୱାସ କରନ୍ତି।#ମାଥିଉ ୨୨:୨୩; ମାର୍କ ୧୨:୧୮; ଲୂକ ୨୦:୨୭।) 9ସେମାନଙ୍କର ହଟ୍ଟଗୋଳ ବଢ଼ିବାକୁ ଲାଗିଲା ଓ ଫାରୁଶୀମାନଙ୍କ ଦଳର କେତେକ ଧର୍ମଗୁରୁ ଠିଆ ହୋଇ ତୀବ୍ର ପ୍ରତିବାଦ ଜଣାଇ କହିଲେ, “ଆମ୍ଭେମାନେ ଏହି ଲୋକଠାରେ କୌଣସି ଦୋଷ ପାଉନାହୁଁ! ନିଶ୍ଚିତଭାବେ ତାଙ୍କ ସହିତ ଜଣେ ଆତ୍ମା ବା ସ୍ୱର୍ଗଦୂତ କଥା କହିଥିବେ।”
10ଯୁକ୍ତିତର୍କ ଏନେ ଭୀଷଣ ଆକାର ଧାରଣ କଲା ଯେ, ଜନତା ପାଉଲଙ୍କୁ କାଟି ଖଣ୍ଡ ଖଣ୍ଡ କରି ଦେବେ ବୋଲି ସୈନ୍ୟାଧ୍ୟକ୍ଷଙ୍କର ଆଶଙ୍କା ହେଲା। ତେଣୁ ସେ ଗଣ୍ଡଗୋଳକାରୀମାନଙ୍କ ଭିତରୁ ପାଉଲଙ୍କୁ ଉଦ୍ଧାର କରି ତାଙ୍କୁ ଦୁର୍ଗ ମଧ୍ୟକୁ ନେଇଯିବା ପାଇଁ ସୈନ୍ୟମାନଙ୍କୁ ଆଦେଶ ଦେଲେ।
11ସେହି ରାତ୍ରିରେ ପ୍ରଭୁ ପାଉଲଙ୍କ ପାଖରେ ଠିଆ ହୋଇ କହିଲେ, “ଭୟ କର ନାହିଁ! ତୁମେ ଏଠାରେ ଯିରୂଶାଲମରେ ମୋ’ ପାଇଁ ସାକ୍ଷ୍ୟ ଦେଇଛ। ରୋମ୍ରେ ମଧ୍ୟ ତୁମେ ନିଶ୍ଚୟ ସେହିପରି ସାକ୍ଷ୍ୟ ଦେବ।”
ପାଉଲଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର
12ତହିଁ ଆରଦିନ ସକାଳେ କେତେକ ଇହୁଦୀ ଏକତ୍ର ହୋଇ ଗୋଟିଏ ଚକ୍ରାନ୍ତ କଲେ। ପାଉଲଙ୍କୁ ହତ୍ୟା ନ କରିବା ପର୍ଯ୍ୟନ୍ତ ସେମାନେ ଭୋଜନ ପାନ କରିବେ ନାହିଁ ବୋଲି ଶପଥ କଲେ। 13ଚାଳିଶ ଜଣରୁ ଅଧିକ ଲୋକ ଏହି ଚକ୍ରାନ୍ତ କଲେ। 14ସେମାନେ ଯାଇ ମୁଖ୍ୟ ଯାଜକ ଓ ଇହୁଦୀ ନେତାମାନଙ୍କୁ କହିଲେ, “ପାଉଲଙ୍କୁ ହତ୍ୟା ନ କରିବା ପର୍ଯ୍ୟନ୍ତ କିଛି ଭୋଜନ ନ କରିବା ପାଇଁ ଆମ୍ଭେମାନେ ଏକ ଦୃଢ଼ ଶପଥ ନେଇଛୁ। 15ତେଣୁ ତାଙ୍କ ବିଷୟରେ ଅଧିକ ସଠିକ୍ ତଥ୍ୟ ଜାଣିବାର ଆଳ ଦେଖାଇ ମହାସଭା ସମ୍ମୁଖରେ ଓ ଆପଣମାନଙ୍କ ନିକଟରେ ପାଉଲଙ୍କୁ ଆଉ ଥରେ ଉପସ୍ଥିତ କରାଇବା ପାଇଁ ରୋମୀୟ ସେନାଧ୍ୟକ୍ଷଙ୍କୁ ନିବେଦନ କରନ୍ତୁ। କିନ୍ତୁ ସେ ଏଠାକୁ ଆସିବା ପୂର୍ବରୁ ବାଟରେ ଆମେ ତାଙ୍କୁ ହତ୍ୟା କରିବା ପାଇଁ ପ୍ରସ୍ତୁତ ରହିବୁ।”
16କିନ୍ତୁ ପାଉଲଙ୍କ ଭଣଜା ଏହି ଚକ୍ରାନ୍ତ କଥା ଶୁଣି, ଦୁର୍ଗ ଭିତରକୁ ଯାଇ ପାଉଲଙ୍କୁ ଏହା ଜଣାଇଲା। 17ପାଉଲ ରୋମୀୟ କର୍ମଚାରୀମାନଙ୍କ ମଧ୍ୟରୁ ଜଣକୁ ଡକାଇ କହିଲେ, “ଏହି ଯୁବକକୁ ସେନାଧ୍ୟକ୍ଷଙ୍କ ପାଖକୁ ନେଇ ଯାଆନ୍ତୁ, ତାଙ୍କୁ ତାହାର କିଛି କହିବାର ଅଛି।” 18କର୍ମଚାରୀ ତାକୁ ସେନାଧ୍ୟକ୍ଷଙ୍କ ପାଖକୁ ନେଇ କହିଲେ, “ବନ୍ଦୀ ପାଉଲ ମୋତେ ଡାକି ଏହି ଯୁବକକୁ ଆପଣଙ୍କ ନିକଟକୁ ଆଣିବା ପାଇଁ କହିଲେ। ଆପଣଙ୍କୁ ତାହାର କିଛି କହିବାର ଅଛି।”
19ସେନାଧ୍ୟକ୍ଷ ତାହାର ହାତ ଧରି ନିଭୃତକୁ ନେଇଗଲେ ଓ ପଚାରିଲେ, “କଅଣ କହିବାର ଅଛି, କୁହ!”
20ଯୁବକ କହିଲା, “ଇହୁଦୀ କର୍ତ୍ତୃପକ୍ଷମାନେ ସଂକଳ୍ପ କରିଛନ୍ତି ଯେ, ମହାସଭା ପାଉଲଙ୍କ ବିଷୟରେ ଅଧିକ ସଠିକ୍ ତଥ୍ୟ ଜାଣିବାକୁ ଇଚ୍ଛା କରୁଛନ୍ତି ବୋଲି ଛଳନା କରି ତାଙ୍କୁ ମହାସଭାକୁ ନେଇଯିବା ପାଇଁ ଆପଣଙ୍କୁ ଅନୁରୋଧ କରିବେ। 21କିନ୍ତୁ ସେମାନଙ୍କ କଥା ଶୁଣନ୍ତୁ ନାହିଁ; କାରଣ ଚାଳିଶ ଜଣରୁ ଅଧିକ ଲୋକ ତାଙ୍କୁ ହତ୍ୟା ନ କରିବା ପର୍ଯ୍ୟନ୍ତ ଭୋଜନ ପାନ କରିବେ ନାହିଁ ବୋଲି ଶପଥ ନେଇ ଛକି ରହିଛନ୍ତି। ବର୍ତ୍ତମାନ ସେମାନେ ଆପଣଙ୍କ ନିଷ୍ପତ୍ତିକୁ ଅପେକ୍ଷା କରି ପ୍ରସ୍ତୁତ ରହିଛନ୍ତି।”
22“ତୁମେ ମୋତେ ଏହା ଜଣାଇଛ ବୋଲି କାହାକୁ କହିବ ନାହିଁ।” ସେନାଧ୍ୟକ୍ଷ ଏହା କହି ଯୁବକକୁ ବିଦାୟ ଦେଲେ।
ପାଉଲଙ୍କୁ ପ୍ରଦେଶ ଶାସକ ଫେଲିକ୍ସ୍ଙ୍କ ପାଖକୁ ପଠାଇ ଦିଆଗଲା
23ସେନାଧ୍ୟକ୍ଷ ତାଙ୍କର ଅଧୀନସ୍ଥ ଦୁଇ ଜଣ କର୍ମଚାରୀଙ୍କୁ ଡକାଇ କହିଲେ, “ଆଜି ରାତି ନଅଟା ସୁଦ୍ଧା ସିସେରିଆକୁ ଯିବା ପାଇଁ ସତୁରି ଜଣ ଅଶ୍ୱାରୋହୀ ଓ ଦୁଇ ଶହ ବର୍ଚ୍ଛାଧାରୀଙ୍କ ସହିତ ଦୁଇ ଶହ ପଦାତିକ ସୈନ୍ୟଙ୍କୁ ପ୍ରସ୍ତୁତ କର। 24ପାଉଲଙ୍କ ଯାତ୍ରା ନିମନ୍ତେ କେତେକ ଅଶ୍ୱ ଦିଅ ଓ ନିରାପଦରେ ତାଙ୍କୁ ରାଜ୍ୟପାଳ ଫେଲିକ୍ସ୍ଙ୍କ ନିକଟକୁ ନେଇଯାଅ।” 25ସେନାଧ୍ୟକ୍ଷ ଏହିପରି ଏକ ପତ୍ର ଲେଖିଲେ:
26“ମାନ୍ୟବର ରାଜ୍ୟପାଳ ଫେଲିକ୍ସ୍ଙ୍କୁ କ୍ଳଡିଅସ୍ ଲିସିଅସ୍ର ନମସ୍କାର। 27ଇହୁଦୀମାନେ ଏହି ଲୋକଟିକୁ ଧରି ତାକୁ ହତ୍ୟା କରିବାକୁ ଉଦ୍ୟତ ଥିଲେ। ସେ ଜଣେ ରୋମୀୟ ନାଗରିକ ବୋଲି ଅବଗତ ହେବାରୁ ମୁଁ ମୋର ସୈନ୍ୟମାନଙ୍କ ଦ୍ୱାରା ତାକୁ ରକ୍ଷା କଲି। 28ସେମାନଙ୍କ ବିରୁଦ୍ଧରେ ସେ କି ଦୋଷ କରିଥିଲା, ଜାଣିବା ପାଇଁ ମୁଁ ତାକୁ ସେମାନଙ୍କ ମହାସଭାକୁ ନେଇଗଲି। 29କିନ୍ତୁ ସେ ମୃତ୍ୟୁଦଣ୍ଡ ବା କାରାଦଣ୍ଡ ଭୋଗ କରିବା ଭଳି କୌଣସି କାର୍ଯ୍ୟ କରି ନାହିଁ ବୋଲି ମୁଁ ଜାଣିପାରିଲି। ତାହା ବିରୁଦ୍ଧରେ ହୋଇଥିବା ଅଭିଯୋଗଗୁଡ଼ିକ ସେମାନଙ୍କର ଧର୍ମ ସଂକ୍ରାନ୍ତୀୟ। 30ପୁଣି ତା’ ବିରୁଦ୍ଧରେ ଏକ ଚକ୍ରାନ୍ତ ହୋଇଛି ବୋଲି ଖବର ପାଇ ସଙ୍ଗେ ସଙ୍ଗେ ତାକୁ ଆପଣଙ୍କ ନିକଟକୁ ପଠାଇବା ପାଇଁ ସ୍ଥିର କଲି। ତାହା ବିରୁଦ୍ଧରେ ଥିବା ଅଭିଯୋଗଗୁଡ଼ିକ ଆପଣଙ୍କ ସମ୍ମୁଖରେ ଉପସ୍ଥାପିତ କରିବା ପାଇଁ ମୁଁ ତା’ର ଅଭିଯୋଗକାରୀମାନଙ୍କୁ କହିଛି।”
31ସୈନ୍ୟମାନେ ସେହି ଆଦେଶ ଅନୁଯାୟୀ ପାଉଲଙ୍କୁ ସେହି ରାତିରେ ଆନ୍ତିପଟ୍ରିସ୍ରେ ପହଞ୍ଚାଇ ଦେଲେ। 32ତହିଁ ଆରଦିନ ପଦାତିକ ସୈନ୍ୟମାନେ ଦୁର୍ଗକୁ ଫେରିଗଲେ ଓ ଅଶ୍ୱାରୋହୀ ସୈନ୍ୟମାନେ 33ପାଉଲଙ୍କୁ ନେଇ ସିସେରିଆରେ ପହଞ୍ଚିଲେ। ସେଠାରେ ସୈନ୍ୟାଧ୍ୟକ୍ଷଙ୍କ ପତ୍ର ସହ ପାଉଲଙ୍କୁ ରାଜ୍ୟପାଳଙ୍କ ଜିମା କରିଦେଲେ। 34ରାଜ୍ୟପାଳ ପତ୍ରଟି ପଢ଼ି ପାଉଲଙ୍କୁ କେଉଁ ପ୍ରଦେଶରୁ ଆସିଛନ୍ତି ବୋଲି ପଚାରିଲେ। ପାଉଲ ସିଲିଷୀଆର ବୋଲି ଜାଣି 35ସେ କହିଲେ, “ତୁମର ଅଭିଯୋଗକାରୀମାନେ ପହଞ୍ଚିବା ପରେ ମୁଁ ତୁମ କଥା ଶୁଣିବି।” ତା’ପରେ ପାଉଲଙ୍କୁ ହେରୋଦଙ୍କ ରାଜପ୍ରାସାଦରେ ବନ୍ଦୀ କରି ରଖିବା ପାଇଁ ଆଦେଶ ଦେଲେ।
Currently Selected:
ପ୍ରେରିତ 23: ODCLBSI
Highlight
Share
Copy

Want to have your highlights saved across all your devices? Sign up or sign in
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.

: