ପ୍ରେରିତ 17
17
ଥେସଲନିକୀରେ କାର୍ଯ୍ୟ
1ପାଉଲ ଓ ଶୀଲା ଆମ୍ପିପଲି ଓ ଆପଲ୍ଲୋନିଆ ଦେଇ ଯାତ୍ରା କରି ଥେସଲନିକୀକୁ ଆସିଲେ। ସେଠାରେ ଗୋଟିଏ ସମାଜ ଗୃହ ଥିଲା। 2ପାଉଲ ତାଙ୍କ ରୀତି ଅନୁଯାୟୀ ସମାଜ ଗୃହକୁ ଗଲେ। ସେଠାରେ କ୍ରମାଗତ ତିନୋଟି ବିଶ୍ରାମବାରରେ ସେ ଲୋକମାନଙ୍କ ସହିତ ଆଲୋଚନା କଲେ, 3ଧର୍ମଶାସ୍ତ୍ର ଉଲ୍ଲେଖ ଓ ବ୍ୟାଖ୍ୟା କରି ପ୍ରମାଣ କଲେ ଯେ, ମସୀହଙ୍କର ଦୁଃଖଭୋଗ କରିବା ଓ ମୃତ୍ୟୁରୁ ଉତ୍ôଥତ ହେବା ଆବଶ୍ୟକ ଥିଲା। ପାଉଲ କହିଲେ, “ଯେଉଁ ଯୀଶୁଙ୍କ ବିଷୟ ମୁଁ ଘୋଷଣା କରିଛି, ସେ ସେହି ମସୀହ।” 4ସେମାନଙ୍କ ମଧ୍ୟରୁ କେତେକ ଏହା ହୃଦୟଙ୍ଗମ କରି ପାଉଲ ଓ ଶୀଲାଙ୍କ ସହିତ ଯୋଗ ଦେଲେ; ସେହିପରି ଅନେକ ଗଣ୍ୟମାନ୍ୟ ମହିଳା ଓ ଈଶ୍ୱରଙ୍କ ଉପାସନାକାରୀ ଗ୍ରୀକ୍ମାନଙ୍କର ଏକ ବଡ଼ ଦଳ ମଧ୍ୟ ସେମାନଙ୍କ ସହିତ ଯୋଗ ଦେଲେ।
5କିନ୍ତୁ ଇହୁଦୀମାନେ ଈର୍ଷାତୁର ହେଲେ ଓ କେତେକ ଦୁଷ୍ଟ ପ୍ରକୃତିର ଲୋକମାନଙ୍କୁ ଠୁଳ କରି ସମଗ୍ର ନଗରରେ ଉତ୍ତେଜନା ସୃଷ୍ଟି କଲେ। ସେମାନେ ପାଉଲ ଓ ଶୀଲାଙ୍କୁ ଖୋଜି ଲୋକମାନଙ୍କ ନିକଟକୁ ଆଣିବା ପାଇଁ ଯେସନ୍ ନାମକ ଜଣେ ଲୋକର ଘରକୁ ଆକ୍ରମଣ କଲେ। 6କିନ୍ତୁ ସେଠାରେ ପାଉଲ ଓ ଶୀଲାଙ୍କୁ ନ ପାଇ, ସେମାନେ ଯେସନ୍ ଓ ଅନ୍ୟ କେତେକ ବିଶ୍ୱାସୀମାନଙ୍କୁ ନଗରର କର୍ତ୍ତୃପକ୍ଷମାନଙ୍କ ନିକଟକୁ ଟାଣି ନେଇ ଚିକ୍ରାର କରି କହିଲେ, “ଏହି ଲୋକମାନେ ଚାରିଆଡ଼େ ଗଣ୍ଡଗୋଳ କରୁଛନ୍ତି! ବର୍ତ୍ତମାନ ସେମାନେ ଆମ ନଗରକୁ ଆସିଛନ୍ତି ଓ 7ଯେସନ୍ ସେମାନଙ୍କୁ ତା’ ଘରେ ରଖିଛି। ଯୀଶୁ ନାମରେ ଆଉ ଜଣେ ରାଜା ଅଛନ୍ତି ବୋଲି କହି ସେମାନେ ସମ୍ରାଟଙ୍କ ସମସ୍ତ ନିୟମ ଲଙ୍ଘନ କରୁଛନ୍ତି।” 8ଏହି କଥା କହି ସେମାନେ ଜନତା ଓ କର୍ତ୍ତୃପକ୍ଷଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ଓ ଗଣ୍ଡଗୋଳ ସୃଷ୍ଟି କଲେ। 9କର୍ତ୍ତୃପକ୍ଷମାନେ ଯେସନ୍ ଓ ବିଶ୍ୱାସୀମାନଙ୍କଠାରୁ ଅର୍ଥ ନେଇ ସେମାନଙ୍କୁ ଜାମିନ୍ରେ ଛାଡ଼ି ଦେଲେ।
ବେରିଆରେ କାର୍ଯ୍ୟ
10ରାତି ହେବାକ୍ଷଣି ବିଶ୍ୱାସୀମାନେ ପାଉଲ ଓ ଶୀଲାଙ୍କୁ ବେରିଆକୁ ପଠାଇ ଦେଲେ। ସେମାନେ ସେଠାରେ ପହଞ୍ଚି ସମାଜ ଗୃହକୁ ଗଲେ। 11ଥେସଲନିକୀର ଲୋକମାନଙ୍କ ଅପେକ୍ଷା ସେଠାକାର ଲୋକମାନେ ଅଧିକ ଉଦାରମନା ଥିଲେ। ସେମାନେ ଅଧିକ ଆଗ୍ରହର ସହିତ ଶିଷ୍ୟମାନଙ୍କର ଶିକ୍ଷା ଶୁଣିଲେ ଓ ପାଉଲଙ୍କ ବକ୍ତବ୍ୟର ପ୍ରକୃତ ସତ୍ୟତା ଜାଣିବା ପାଇଁ ପ୍ରତିଦିନ ଧର୍ମଶାସ୍ତ୍ର ଅଧ୍ୟୟନ କଲେ। 12ସେମାନଙ୍କ ମଧ୍ୟରୁ ଅନେକ ବିଶ୍ୱାସ କଲେ। ଅନେକ ସମ୍ଭ୍ରାନ୍ତ ଗ୍ରୀକ୍ ଭଦ୍ରମହିଳା ଓ ଗ୍ରୀକ୍ ଲୋକ ବିଶ୍ୱାସୀମାନଙ୍କ ସହିତ ଯୋଗ ଦେଲେ। 13କିନ୍ତୁ ଯେତେବେଳେ ଥେସଲନିକୀୟ ଇହୁଦୀମାନେ ଶୁଣିଲେ ଯେ ବେରିଆରେ ମଧ୍ୟ ପାଉଲ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରୁଛନ୍ତି, ସେମାନେ ସେଠାକୁ ଆସି ଗଣ୍ଡଗୋଳ କରିବା ପାଇଁ ଲୋକମାନଙ୍କୁ ମତାଇଲେ। 14ସଙ୍ଗେ ସଙ୍ଗେ ବିଶ୍ୱାସୀମାନେ ପାଉଲଙ୍କୁ ସମୁଦ୍ର ଉପକୂଳକୁ ପଠାଇ ଦେଲେ; କିନ୍ତୁ ଶୀଲା ଓ ତୀମଥି ଦୁହେଁ ବେରିଆରେ ରହିଲେ। 15ପାଉଲଙ୍କୁ ନେଇ ଯାଉଥିବା ଲୋକମାନେ ତାଙ୍କ ସହିତ ଆଥେନ୍ସ୍ ପର୍ଯ୍ୟନ୍ତ ଗଲେ। ସେଠାରୁ ସେମାନେ ବେରିଆକୁ ଫେରି ଆସି ଶୀଲା ଓ ତୀମଥିଙ୍କୁ କହିଲେ, ସେମାନେ ଶୀଘ୍ର ପାଉଲଙ୍କ ସହିତ ଯୋଗ ଦିଅନ୍ତୁ ବୋଲି ପାଉଲ ନିର୍ଦ୍ଦେଶ ଦେଇଛନ୍ତି।
ଆଥେନ୍ସ୍ରେ ପାଉଲଙ୍କ କାର୍ଯ୍ୟ
16ଆଥେନ୍ସ୍ରେ ଶୀଲା ଓ ତୀମଥିଙ୍କର ପ୍ରତୀକ୍ଷାରେ ଥିବା ସମୟରେ ନଗରୀଟି ଦେବ ପ୍ରତିମାରେ ପୂର୍ଣ୍ଣ ହୋଇଥିବା ଲକ୍ଷ୍ୟ କରି ପାଉଲ ଅତ୍ୟନ୍ତ କ୍ଷୁବ୍ଧ ହେଲେ। 17ତେଣୁ ସେ ସମାଜ ଗୃହରେ ଇହୁଦୀମାନଙ୍କ ସହିତ ଈଶ୍ୱରଙ୍କର ଉପାସନାକାରୀ ଅଣଇହୁଦୀମାନଙ୍କ ସହିତ ଏ ବିଷୟରେ ପ୍ରତିଦିନ ଆଲୋଚନା କରିବାକୁ ଲାଗିଲେ। ସହରର ଛକ ସ୍ଥାନମାନଙ୍କରେ ଯାତାୟାତ କରୁଥିବା ଲୋକମାନଙ୍କ ସହିତ ସେହି ବିଷୟରେ ଆଲୋଚନା କଲେ। 18କେତେକ “ଏପିକ୍ୟୁରିଆନ୍ ଓ ଷ୍ଟୋଇକ୍” ଶିକ୍ଷା ଗୁରୁମାନଙ୍କ ସହିତ ତାଙ୍କର ଯୁକ୍ତିତର୍କ ହେଲା। ସେମାନଙ୍କ ମଧ୍ୟରୁ କେତେକ କହିଲେ, “ଏ ନିର୍ବୋଧ ବଚାଳ କଅଣ କହିବାକୁ ଚେଷ୍ଟା କରୁଛି?”
ଅନ୍ୟମାନେ କହିଲେ, “ବିଦେଶୀୟ ଦେବତାମାନଙ୍କ ବିଷୟରେ ସେ ପ୍ରଚାର କରିବା ପରି ମନେ ହେଉଛି।” ଯୀଶୁ ଓ ତାଙ୍କର ପୁନରୁତ୍ଥାନ ବିଷୟରେ ପାଉଲ ପ୍ରଚାର କରୁଥିବାର ଶୁଣି ସେମାନେ ଏହା କହିଲେ। 19ସେଥିପାଇଁ ସେମାନେ ପାଉଲଙ୍କୁ ଧରିନେଲେ ଓ ତାଙ୍କୁ ଏରୀୟ ପାଗସ୍ ନାମକ ପୌର ସଭାକୁ ଆଣି କହିଲେ, “ଆପଣ ଯେଉଁ ନୂତନ ଶିକ୍ଷା ସମ୍ବନ୍ଧରେ କହୁଛନ୍ତି, ସେ ବିଷୟରେ ଆମେ ଜାଣିବାକୁ ଚାହୁଁ।” 20ଆପଣ କହୁଥିବା କେତେକ କଥା ଆମକୁ ଅଦ୍ଭୁତ ଲାଗୁଛି। ଆମେ ତା’ର ଅର୍ଥ ଜାଣିବାକୁ ଚାହୁଁ।” 21(ଆଥେନ୍ସ୍ର ନାଗରିକମାନେ ଓ ସେଠାରେ ବାସ କରୁଥିବା ବିଦେଶୀୟମାନେ ନୂତନ ବିଷୟ ଶୁଣିବାକୁ ଓ କହିବାକୁ ବଡ଼ ଭଲ ପାଉଥିଲେ। ଏଥିରେ ସେମାନେ ବହୁତ ସମୟ ଅତିବାହିତ କରୁଥିଲେ।)
22ପାଉଲ ପୌର ସଭା ସମ୍ମୁଖରେ ଠିଆ ହୋଇ କହିଲେ, “ଆଥେନୀୟ ନାଗରିକବୃନ୍ଦ, ଆପଣମାନେ ସର୍ବତୋଭାବେ ଧର୍ମପରାୟଣ ବୋଲି ମନେହୁଏ। 23ମୁଁ ଆପଣମାନଙ୍କ ନଗର ବୁଲି ଦେଖିଲାବେଳେ ଆପଣମାନଙ୍କର ପୂଜାସ୍ଥଳୀକୁ ଲକ୍ଷ୍ୟ କଲି। ଗୋଟିଏ ଯଜ୍ଞ ବେଦୀ ଉପରେ “ଏକ ଅଜ୍ଞାତ ଈଶ୍ୱରଙ୍କ ଉଦ୍ଦେଶ୍ୟରେ’, ଲେଖାଥିବା ମଧ୍ୟ ଦେଖିଲି। ଆପଣମାନେ ନ ଜାଣି ଯାହାଙ୍କୁ ପୂଜା କରୁଛନ୍ତି, ବର୍ତ୍ତମାନ ତାଙ୍କ କଥା ଆପଣମାନଙ୍କ ନିକଟରେ ପ୍ରଚାର କରିବାକୁ ଯାଉଛି। 24ଈଶ୍ୱର ଜଗତ ଓ ସେଥିରେ ଥିବା ପ୍ରତ୍ୟେକ ବିଷୟ ସୃଷ୍ଟି କଲେ। ସେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ। ମନୁଷ୍ୟ ହସ୍ତନିର୍ମିତ ମନ୍ଦିରମାନଙ୍କରେ ସେ ବାସ କରନ୍ତି ନାହିଁ।#୧ ରାଜାବଳୀ ୮:୨୭; ଯିଶାଇୟ ୪୨:୫; ପ୍ରେରିତ ୭:୪୭। 25ଆମ୍ଭେମାନ ତାଙ୍କ ପାଇଁ କାର୍ଯ୍ୟ କରି ତାଙ୍କୁ ଦେଇପାରିବା ଭଳି କୌଣସି ବିଷୟ ସେ ଚାହାନ୍ତି ନାହିଁ; କାରଣ ସେ ସମସ୍ତଙ୍କୁ ଜୀବନ, ପ୍ରାଣବାୟୁ ଓ ସବୁ ଆବଶ୍ୟକୀୟ ବିଷୟ ଦେଇଛନ୍ତି। 26ଜଣେ ମନୁଷ୍ୟଠାରୁ ସେ ସମସ୍ତ ମାନବ ଗୋଷ୍ଠୀକୁ ସୃଷ୍ଟି କରିଛନ୍ତି ଓ ତାଙ୍କ ନିର୍ଦ୍ଦେଶରେ ସେମାନେ ପୃଥିବୀର ବିଭିନ୍ନ ସ୍ଥାନରେ ବାସ କରନ୍ତି। କେଉଁ ସମୟରେ, କିଏ କେଉଁ ସ୍ଥାନରେ ବାସ କରିବେ, ଆଦ୍ୟରୁ ଈଶ୍ୱର ତା’ ନିରୂପଣ କରିଛନ୍ତି। 27ତାଙ୍କର ଉଦ୍ଦେଶ୍ୟ ଥିଲା, ସମସ୍ତେ ଯେପରି ତାଙ୍କର ଅନ୍ୱେଷଣ କରି ତାଙ୍କୁ ପାଇବେ। କିନ୍ତୁ ପ୍ରକୃତରେ ଈଶ୍ୱର କାହାରିଠାରୁ ଦୂରବର୍ତ୍ତୀ ନୁହଁନ୍ତି। 28ଏ ବିଷୟରେ କେହି ଜଣେ କହିଛନ୍ତି,
“ତାଙ୍କଠାରେ ହିଁ ଆମ୍ଭମାନଙ୍କ ଜୀବନର ଅସ୍ତିତ୍ୱ, ଗତି ଓ ସ୍ଥିତି।”
ତୁମ କବିମାନଙ୍କ ମଧ୍ୟରୁ କେତେକ କହିଛନ୍ତି, “ଆମେ ମଧ୍ୟ ତାଙ୍କର ସନ୍ତାନ।”
29ଆମେ ଈଶ୍ୱରଙ୍କର ସନ୍ତାନ ହୋଇଥିବାରୁ ମନୁଷ୍ୟର କଳାନୈପୁଣ୍ୟ ଦ୍ୱାରା ଉଦ୍ଭାବିତ ସୁବର୍ଣ୍ଣ, ରୌପ୍ୟ କିମ୍ବା ପ୍ରସ୍ତର ନିର୍ମିତ ପ୍ରତିମା ସାଦୃଶ୍ୟରେ ଈଶ୍ୱରଙ୍କ ସ୍ୱରୂପ କଳ୍ପନା କରିପାରିବା ନାହିଁ। 30ଲୋକମାନେ ଈଶ୍ୱରଙ୍କୁ ଜାଣି ନ ଥିବା ସମୟରେ ସେ ଦୋଷ ଧରି ନ ଥିଲେ, କିନ୍ତୁ ବର୍ତ୍ତମାନ ସେ ସର୍ବତ୍ର ସମସ୍ତଙ୍କୁ ସେମାନଙ୍କ ପାପ ପଥରୁ ଫେରିବା ପାଇଁ ଆଦେଶ ଦେଉଛନ୍ତି। 31ସେ ଗୋଟିଏ ଦିନ ନିରୂପଣ କରିଛନ୍ତି। ସେହିଦିନ ସେ ତାଙ୍କର ମନୋନୀତ ବ୍ୟକ୍ତିଙ୍କ ଦ୍ୱାରା ସମଗ୍ର ଜଗତର ନ୍ୟାୟ ବିଚାର କରିବେ। ସେହି ବ୍ୟକ୍ତିଙ୍କୁ ମୃତ୍ୟୁରୁ ପୁନରୁତ୍ôଥତ କରିବା ଦ୍ୱାରା ସେ ଏହି କଥାର ନିଶ୍ଚିତତା ସମସ୍ତଙ୍କୁ ଜଣାଇ ଅଛନ୍ତି।”
32ପାଉଲଙ୍କଠାରୁ ମୃତ୍ୟୁରୁ ପୁନରୁତ୍ଥାନ ବିଷୟ ଶୁଣି ସେମାନଙ୍କ ମଧ୍ୟରୁ କେତେକ ତାଙ୍କୁ ପରିହାସ କଲେ, କିନ୍ତୁ ଅନ୍ୟମାନେ କହିଲେ, “ଆପଣଙ୍କଠାରୁ ଏ ବିଷୟରେ ଆମେ ଆଉ ଥରେ ଶୁଣିବାକୁ ଚାହୁଁ।” 33ସେ ଦିନର ସଭା ଶେଷ କରି ପାଉଲ ଚାଲିଗଲେ। 34ଡାୟୋନିସିଅସ୍ ନାମକ ପୌର ସଭାର ଜଣେ ସଦସ୍ୟ, ଦାମାରୀ ନାମ୍ନୀ ଜଣେ ମହିଳା ଓ ଆଉ କେତେକ ଲୋକ ବିଶ୍ୱାସ କଲେ ଏବଂ ତାଙ୍କ ସହିତ ଯୋଗ ଦେଲେ।
Currently Selected:
ପ୍ରେରିତ 17: ODCLBSI
Highlight
Share
Copy

Want to have your highlights saved across all your devices? Sign up or sign in
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.

: