କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ ଦ୍ୱିତୀୟ ପତ୍ର ଉପକ୍ରମଣିକା
ଉପକ୍ରମଣିକା
ଏକ ସମୟରେ କରିନ୍ଥ ମଣ୍ଡଳୀ ସହିତ ପାଉଲଙ୍କ ସମ୍ପର୍କ ଟିକିଏ ତିକ୍ତ ହେବାକୁ ଯାଉଥିବାବେଳେ କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ ଏହି ଦ୍ୱତୀୟ ପତ୍ର ଲିଖିତ। ମଣ୍ଡଳୀର କେତେ ଜଣ ସଭ୍ୟ ପାଇଲଙ୍କ ବିରୁଦ୍ଧରେ ପ୍ରବଳ ଆକ୍ରମଣ ଚଳାଇ ଥିଲେ। ଏ ପତ୍ରରେ ପାଇଲ ସେମାନଙ୍କ ସହିତ ପୁନର୍ମିଳନ ପାଇଁ କିପରି ଉତ୍କଣ୍ଠିତ ଥିଲେ ଏବଂ ପୁନର୍ମିଳନ ହେବାରୁ ସେ କିପରି ଖୁବ୍ ସନ୍ତୋଷ ଅନୁଭବ କଲେ, ଏହା ପ୍ରକାଶ କରିଛନ୍ତି।
ଏହି ପତ୍ରର ପ୍ରଥମ ଭାଗରେ ପାଉଲ କରିନ୍ଥୀୟ ମଣ୍ଡଳୀ ସହିତ ତାଙ୍କ ସମ୍ପର୍କ ବିଷୟରେ ପର୍ଯ୍ୟଲୋଚନା କରିଛନ୍ତି। ତାଙ୍କ ପ୍ରତି ମଣ୍ଡଳୀର ପ୍ରତିକୂଳ ଭାବ ଦେଖି ସେ କାହିଁକି ତା’ର ତୀବ୍ର ପ୍ରତିବାଦ କରିଥଲେ, କିପରି ସେହି ପ୍ରତିବାଦର ଫଳରେ ମଣ୍ଡଳୀ ଅନୁତାପ କଲା ଓ ତାଙ୍କ ସହିତ ତାହାର ଏକ ସନ୍ତୋଷଜନକ ସମାଧାନ ହେଲା, ଏସବୁ କଥା ବର୍ଣ୍ଣନା କରି ପାଉଲ ଆନନ୍ଦ ପ୍ରକାଶ କରିଛନ୍ତି।
ତା’ପରେ ଯିହୁଦା ପ୍ରଦେଶରେ ଥିବା ଖ୍ରୀଷ୍ଟିୟାନମାନଙ୍କୁ ଆର୍ଥିକ ସାହାଯ୍ୟ ପଠାଇବା ପାଇଁ ସେ କରିନ୍ଥୀୟ ମଣ୍ଡଳୀକୁ ନିବେଦନ କରିଛନ୍ତି।
ଶେଷରେ କରିନ୍ଥିରେ ଯେଉଁ କେତେ ଜଣ ନିଜ ନିଜକୁ ପ୍ରେରିତ ଶିଷ୍ୟ ବୋଲି ଦାବୀ କରି ପାଉଲଙ୍କୁ ଏକ ଶଠ ଶିକ୍ଷକ ବୋଲି ଅଭିଯୁକ୍ତ କରିଥିଲେ- ସେମାନଙ୍କୁ ସତର୍କ କରାଇ, କରିନ୍ଥୀୟ ମଣ୍ଡଳୀକୁ ପାଉଲ ସ୍ମରଣ କରାଇ ଦେଉଛନ୍ତି, କିପରି ଦେଉଛନ୍ତି, କିପରି ସେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ବିଶ୍ୱସ୍ତ ସେବକ।
ବିଷୟ ସୂଚୀ
ପୂର୍ବାଭାସ- ୧:୧-୧୧
ପାଉଲ ଓ କରିନ୍ଥୀୟ ମଣ୍ଡଳୀ- ୧:୧୨-୭:୧୬
ଯିହୁଦାର ଖ୍ରୀଷ୍ଟିୟାନମାନଙ୍କ ନିମନ୍ତେ ଦାନ ସଂଗ୍ରହ- ୮:୧-୯:୧୫
ପ୍ରେରିତ ଶିଷ୍ୟ ହେବା ପାଇଁ ପାଉଲଙ୍କ ଅଧିକାର- ୧୦:୧-୧୩:୧୦
ଉପସଂହାର- ୧୩:୧୧-୧୪
Currently Selected:
କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ ଦ୍ୱିତୀୟ ପତ୍ର ଉପକ୍ରମଣିକା: ODCLBSI
Highlight
Share
Copy
Want to have your highlights saved across all your devices? Sign up or sign in
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.

: