ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 9:3-4
ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 9:3-4 ORYIRV
ପୁଣି, ଇସ୍ରାଏଲର ପରମେଶ୍ୱରଙ୍କର ପ୍ରତାପ ଯେଉଁ କିରୂବର ଉପରେ ଥିଲା, ତାହା ତାହାଠାରୁ ଉଠି ଗୃହର ଏରୁଣ୍ଡି ନିକଟକୁ ଯାଇଥିଲା; ଆଉ, ସେ ସେହି ଶୁକ୍ଳବସ୍ତ୍ର ପରିହିତ ଓ ପାର୍ଶ୍ୱରେ ଲେଖକର କାଳୀଘଡ଼ିଧାରୀ ପୁରୁଷକୁ ଡାକିଲେ। ପୁଣି, ସଦାପ୍ରଭୁ ତାହାକୁ କହିଲେ, “ତୁମ୍ଭେ ନଗରର ମଧ୍ୟ ଦେଇ, ଯିରୂଶାଲମର ମଧ୍ୟ ଦେଇ ଯାଅ ଓ ତହିଁ ମଧ୍ୟରେ କୃତ ସକଳ ଘୃଣାଯୋଗ୍ୟ କ୍ରିୟା ସକାଶୁ ଯେଉଁ ଲୋକମାନେ ଦୀର୍ଘ ନିଃଶ୍ୱାସ ଛାଡ଼ନ୍ତି ଓ କାତରୋକ୍ତି କରନ୍ତି, ସେମାନଙ୍କର କପାଳରେ ଚିହ୍ନ ଦିଅ।”



