ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 1:4-9
ଯିହିଜିକଲ ଭବିଷ୍ୟଦବକ୍ତାଙ୍କ ପୁସ୍ତକ 1:4-9 ORYIRV
ଏଥିଉତ୍ତାରେ ମୁଁ ଦୃଷ୍ଟି କଲି, ଆଉ ଦେଖ, ଉତ୍ତର ଦିଗରୁ ଘୂର୍ଣ୍ଣି ବାୟୁ ବୃହତ୍ ମେଘ ଓ ଜାଜ୍ୱଲ୍ୟମାନ ଅଗ୍ନି ଆସିଲା, ଆଉ ତାହାର ଚତୁର୍ଦ୍ଦିଗରେ ତେଜ ଓ ତହିଁରେ ମଧ୍ୟସ୍ଥାନରେ ଅଗ୍ନିର ମଧ୍ୟବର୍ତ୍ତୀ ଉତ୍ତପ୍ତ ଧାତୁର ନ୍ୟାୟ ପ୍ରଭା ଥିଲା। ପୁଣି, ତହିଁ ମଧ୍ୟରୁ ଜୀବିତ ଚାରି ପ୍ରାଣୀର ମୂର୍ତ୍ତି ପ୍ରକାଶ ପାଇଲା। ସେମାନଙ୍କର ଆକୃତି ମନୁଷ୍ୟ ପରି ଥିଲା। ଆଉ, ପ୍ରତ୍ୟେକର ଚାରି ଚାରି ମୁଖ ଓ ପ୍ରତ୍ୟେକର ଚାରି ଚାରି ପକ୍ଷ ଥିଲା। ସେମାନଙ୍କର ପାଦ ସଳଖ, ଆଉ ସେମାନଙ୍କ ପାଦର ତଳିପା ଗୋବତ୍ସର ତଳିପାର ତୁଲ୍ୟ; ଆଉ, ସେମାନେ ପରିଷ୍କୃତ ପିତ୍ତଳ ପରି ଝଟକିଲେ। ଆଉ, ସେମାନଙ୍କ ଚତୁର୍ଦ୍ଦିଗସ୍ଥ ପକ୍ଷ ତଳେ ମନୁଷ୍ୟର ହସ୍ତ ତୁଲ୍ୟ ହସ୍ତ ଥିଲା; ପୁଣି, ସେହି ଚାରି ପ୍ରାଣୀର ମୁଖ ଓ ସେମାନଙ୍କର ପକ୍ଷ ଏହି ପ୍ରକାର ଥିଲା, ଯଥା; ସେମାନଙ୍କର ପକ୍ଷ ପରସ୍ପର ସଂଯୁକ୍ତ; ସେମାନେ ଗମନ କରିବା ବେଳେ ପଛକୁ ଫେରିଲେ ନାହିଁ; ମାତ୍ର ପ୍ରତ୍ୟେକେ ସମ୍ମୁଖ ପ୍ରତି ଗମନ କଲେ।





