YouVersion Logo
Search Icon

ରୋମୀୟ 1:26-28

ରୋମୀୟ 1:26-28 ODIAOV-BSI

ଏହି କାରଣରୁ ଈଶ୍ଵର ସେମାନଙ୍କୁ ଜଘନ୍ୟ ପାପପ୍ରବୃତ୍ତିରେ ସମର୍ପଣ କଲେ, କାରଣ ସେମାନଙ୍କ ସ୍ତ୍ରୀମାନେ ସ୍ଵାଭାବିକ ବ୍ୟବହାର ପରିବର୍ତ୍ତେ ଅସ୍ଵାଭାବିକ ବ୍ୟବହାର କଲେ, ପୁଣି ସେହିପରି ପୁରୁଷମାନେ ମଧ୍ୟ ସ୍ଵାଭାବିକ ସ୍ତ୍ରୀସଙ୍ଗ ପରିତ୍ୟାଗ କରି ପରସ୍ପର ଆପଣା ଆପଣା କାମାନଳରେ ଦଗ୍ଧ ହେଲେ, ପୁରୁଷ ସହିତ ପୁରୁଷ କୁତ୍ସିତ କର୍ମ କଲେ, ପୁଣି ଆପଣା ଆପଣାଠାରେ ସ୍ଵ ସ୍ଵ ଭ୍ରଷ୍ଟତାର ସମୁଚିତ ପ୍ରତିଫଳ ପାଇଲେ। ଆଉ, ଯେପରି ସେମାନେ ଈଶ୍ଵର ବିଷୟକ ଜ୍ଞାନ ଗ୍ରହଣ କରିବାକୁ ଅସ୍ଵୀକୃତ ହେଲେ, ସେହିପରି ଈଶ୍ଵର ଅନୁଚିତ କର୍ମ କରିବା ନିମନ୍ତେ ସେମାନଙ୍କୁ ଭ୍ରଷ୍ଟ ମତିରେ ସମର୍ପଣ କଲେ।