ଯାତ୍ରା ପୁସ୍ତକ 10:21-23
ଯାତ୍ରା ପୁସ୍ତକ 10:21-23 ODIAOV-BSI
ଆଉ ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଆକାଶ ଆଡ଼େ ହସ୍ତ ବିସ୍ତାର କର; ତହିଁରେ ମିସର ଦେଶରେ ଅନ୍ଧକାର ହେବ ଓ ଅନ୍ଧକାର ହେତୁରୁ ଲୋକମାନେ ଦରାଣ୍ତି ହେବେ। ଅନନ୍ତର ମୋଶା ଆକାଶ ଆଡ଼େ ହସ୍ତ ବିସ୍ତାର କରନ୍ତେ, ତିନି ଦିନ ପର୍ଯ୍ୟନ୍ତ ମିସର ଦେଶର ସର୍ବତ୍ର ଏପରି ଗାଢ଼ ଅନ୍ଧକାର ହେଲା ଯେ, କେହି ଏକ ଆରେକକୁ ଦେଖି ପାରିଲା ନାହିଁ। ଓ ତିନି ଦିନ ପର୍ଯ୍ୟନ୍ତ କେହି ଆପଣା ସ୍ଥାନରୁ ଉଠି ପାରିଲା ନାହିଁ; ମାତ୍ର ଇସ୍ରାଏଲ-ସନ୍ତାନଗଣର ସମସ୍ତ ବାସସ୍ଥାନରେ ଆଲୁଅ ଥିଲା।





