1
ରୋମୀୟ 5:8
ପବିତ୍ର ବାଇବଲ
OERV
କିନ୍ତୁ ଆମ୍ଭେ ସମସ୍ତେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଆମ୍ଭ ପାଇଁ ମୃତ୍ୟୁ ବରଣ କଲେ। ଏହା ଦ୍ୱାରା ପରମେଶ୍ୱର ପ୍ରମାଣିତ କଲେ ଯେ, ସେ ଆମ୍ଭକୁ ବହୁତ ପ୍ରେମ କରନ୍ତି।
Compare
Explore ରୋମୀୟ 5:8
2
ରୋମୀୟ 5:5
ଏହି ଭରସା ଆମ୍ଭକୁ କେବେ ହେଲେ ନିରାଶ କରିବ ନାହିଁ। କ’ଣ ପାଇଁ? କାରଣ ପରମେଶ୍ୱର ଆମ୍ଭର ହୃଦୟଗୁଡ଼ିକୁ ପୂର୍ଣ୍ଣ କରିବା ପାଇଁ ତାହାଙ୍କର ପ୍ରେମ ଢାଳି ଦେଲେ। ପରମେଶ୍ୱର ପବିତ୍ରଆତ୍ମା ମାଧ୍ୟମରେ ତାହାଙ୍କର ପ୍ରେମ ଦେଇଛନ୍ତି। ପରମେଶ୍ୱରଙ୍କ ତରଫରୁ ଆମ୍ଭ ପାଇଁ ପବିତ୍ରଆତ୍ମା ଅନୁଗ୍ରହ ଦାନ ଭାବରେ ଆସିଥିଲେ।
Explore ରୋମୀୟ 5:5
3
ରୋମୀୟ 5:3-4
ଆମ୍ଭେମାନେ ଆମ୍ଭର କ୍ଳେଶଗୁଡ଼ିକ ଥାଇ ମଧ୍ୟ ଆନନ୍ଦିତ। ଆମ୍ଭେ ଏହି କଷ୍ଟଗୁଡ଼ିକ ପାଇଁ କାହିଁକି ଆନନ୍ଦିତ? କାରଣ ଆମ୍ଭେ ଜାଣୁ ଯେ ଏହି କଷ୍ଟଗୁଡ଼ିକ ଆମ୍ଭକୁ ଅଧିକ ଧୈର୍ଯ୍ୟବାନ କରାଏ। ଏହି ଧୈର୍ଯ୍ୟ ପ୍ରମାଣ କରେ ଯେ, ଆମ୍ଭେ ବଳବାନ ଓ ଏହି ପ୍ରମାଣ ଆମ୍ଭକୁ ଭରସା ପ୍ରଦାନ କରେ।
Explore ରୋମୀୟ 5:3-4
4
ରୋମୀୟ 5:1-2
ଆମ୍ଭର ବିଶ୍ୱାସ ହେତୁ ଆମ୍ଭକୁ ପରମେଶ୍ୱରଙ୍କଠାରେ ଧାର୍ମିକ କରାଯାଇଛି। ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କ ସହିତ ଆମ୍ଭେ ଶାନ୍ତିରେ ଅଛୁ। ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ଆମ୍ଭକୁ ପରମେଶ୍ୱରଙ୍କ ଅନୁଗ୍ରହର ଅଧୀନ କଲେ। ଏବେ ଆମ୍ଭେ ଏହି ଅନୁଗ୍ରହରେ ରହିଛୁ ଓ ଆମ୍ଭେ ପରମେଶ୍ୱରଙ୍କ ଏହି ମହିମାରେ ଭାଗୀଦର ହୋଇଥିବା ଆଶାରେ ଆନନ୍ଦିତ।
Explore ରୋମୀୟ 5:1-2
5
ରୋମୀୟ 5:6
ଆମ୍ଭେ ଅଧାର୍ମିକ ଥିବା ବେଳେ ଖ୍ରୀଷ୍ଟ ଆମ୍ଭ ପାଇଁ ମରି ଥିଲେ। ଆମ୍ଭେ ପରମେଶ୍ୱରଙ୍କ ବିରୁଦ୍ଧରେ ଜୀବନଯାପନ କରୁଥିଲୁ, ତଥାପି ଯଥାର୍ଥ ସମୟରେ ଖ୍ରୀଷ୍ଟ ଆମ୍ଭ ପାଇଁ ମରିଥିଲେ।
Explore ରୋମୀୟ 5:6
6
ରୋମୀୟ 5:9
ଆମ୍ଭେ ଖ୍ରୀଷ୍ଟଙ୍କର ରକ୍ତ ଦ୍ୱାରା ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହୋଇଛୁ। ସେଥିପାଇଁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଆମ୍ଭେ ପରମେଶ୍ୱରଙ୍କର କ୍ରୋଧରୁ ନିଶ୍ଚିତ ଭାବେ ରକ୍ଷା ପାଇବା।
Explore ରୋମୀୟ 5:9
7
ରୋମୀୟ 5:19
ଜଣେ ଲୋକ ପରମେଶ୍ୱରଙ୍କୁ ଅବଜ୍ଞା କଲା ଓ ଅନେକ ଲୋକ ପାପୀ ହୋଇ ଗଲେ। କିନ୍ତୁ ସେହିପରି ଜଣେ ଲୋକ ପରମେଶ୍ୱରଙ୍କୁ ମାନିଲା ଓ ଅନେକ ଲୋକ ଧାର୍ମିକ ହୋଇଯିବେ।
Explore ରୋମୀୟ 5:19
8
ରୋମୀୟ 5:11
ଆମ୍ଭେ ଯେ କେବଳ ରକ୍ଷା ପାଇବୁ ତା’ ନୁହେଁ, ବରଂ ଏବେ ଆମ୍ଭେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କଠାରେ ମଧ୍ୟ ଅତ୍ୟଧିକ ଆନନ୍ଦିତ ହେତୁ କେବଳ ଯୀଶୁଙ୍କ ପାଇଁ ଆମ୍ଭେ ଆଜି ପରମେଶ୍ୱରଙ୍କ ମିତ୍ର ଅଟୁ।
Explore ରୋମୀୟ 5:11