ଶଦ୍ରକ, ମୈଶକ ଓ ଅବେଦ୍-ନଗୋ ରାଜାଙ୍କୁ ଉତ୍ତର କଲେ, “ହେ ନବୂଖଦ୍ନିତ୍ସର, ଏ ବିଷୟରେ ଆପଣଙ୍କୁ ଉତ୍ତର ଦେବାର ଆମ୍ଭମାନଙ୍କର ପ୍ରୟୋଜନ ନାହିଁ। ଯଦି ଆପଣ ଆମ୍ଭମାନଙ୍କୁ ଜ୍ୱଳନ୍ତ ଅଗ୍ନିକୁଣ୍ତରେ ନିକ୍ଷେପ କରନ୍ତି ତେବେ ଯାହାଙ୍କୁ ଆମ୍ଭେମାନେ ସେବା କରୁଅଛୁ ସେହି ପରମେଶ୍ୱର ଆମ୍ଭମାନଙ୍କୁ ରକ୍ଷା କରିବାକୁ ସମର୍ଥ ଅଟନ୍ତି, ଆଉ ହେ ମହାରାଜ, ସେ ଆପଣଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ। ଆଉ ଏପରିକି ପରମେଶ୍ୱର ଯଦି ଆମ୍ଭମାନଙ୍କୁ ରକ୍ଷା କରିବାକୁ ନ ଆସନ୍ତି ତଥାପି ଆମ୍ଭେମାନେ ଆପଣଙ୍କ ଦେବତାଗଣର ପୂଜା କରିବୁ ନାହିଁ କି ଆପଣଙ୍କ ସୁବର୍ଣ୍ଣ ପ୍ରତିମାକୁ ପ୍ରଣାମ କରିବୁ ନାହିଁ।”