1
ପ୍ରେରିତ 20:35
ପବିତ୍ର ବାଇବଲ
OERV
ମୋର ସମସ୍ତ କାର୍ଯ୍ୟ ଦ୍ୱାରା ମୁଁ ତୁମ୍ଭମାନଙ୍କୁ ଏହି ଆଦର୍ଶ ଦେଖାଇଅଛି ଯେ, ଏହିପରି ପରିଶ୍ରମ କରି ଆମ୍ଭେ ଗରିବମାନଙ୍କୁ ସାହାଯ୍ୟ କରିବା ଉଚିତ୍। ଆମ୍ଭେ ସମସ୍ତେ ପ୍ରଭୁ ଯୀଶୁଙ୍କର ଏହି ବାକ୍ୟ ମନେ ରଖିବା ଉଚିତ୍ ଯେ, ‘ଗ୍ରହଣ କରିବା ଅପେକ୍ଷା ଦାନ ଦେବା ଅଧିକ ଶ୍ରେଷ୍ଠ ଅଟେ।’”
Compare
Explore ପ୍ରେରିତ 20:35
2
ପ୍ରେରିତ 20:24
କିନ୍ତୁ, ମୁଁ ପ୍ରଭୁ ଯୀଶୁଙ୍କଠାରୁ ପରମେଶ୍ୱରଙ୍କ ଅନୁଗ୍ରହଜନକ ସୁସମାଗ୍ଭର ଘୋଷଣା କରିବାର ଯେଉଁ କାର୍ଯ୍ୟ ଓ ସେବା ପଦ ପାଇଅଛି, ତାହା ସମ୍ପୂର୍ଣ୍ଣ କରିବା ନିମନ୍ତେ ପ୍ରାଣପଣେ ଚେଷ୍ଟା କରୁଛି। ଏଥିପାଇଁ ମୋ’ ନିଜର ଜୀବନକୁ ନିତାନ୍ତ ମୂଲ୍ୟହୀନ ମଣୁଅଛି।
Explore ପ୍ରେରିତ 20:24
3
ପ୍ରେରିତ 20:28
ତେଣୁ ତୁମ୍ଭେମାନେ ସମସ୍ତେ ନିଜେ ନିଜେ ସାବଧାନ ରୁହ। ପୁଣି ପବିତ୍ରଆତ୍ମା ଯେଉଁ ମେଷପଲ ଉପରେ ତୁମ୍ଭମାନଙ୍କୁ ମେଷପାଳକ ରୂପେ ନିଯୁକ୍ତ କରିଅଛନ୍ତି, ସେମାନଙ୍କ ବିଷୟରେ ସତର୍କ ରୁହ; ଓ ଯେଉଁ ମଣ୍ଡଳୀକୁ ପରମେଶ୍ୱର ଆପଣା ରକ୍ତରେ କ୍ରୟ କରିଅଛନ୍ତି ତାହାର ଯତ୍ନ ନିଅ।
Explore ପ୍ରେରିତ 20:28
4
ପ୍ରେରିତ 20:32
“ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ପରମେଶ୍ୱରଙ୍କ ନିକଟରେ ଓ ତାହାଙ୍କ ଅନୁଗ୍ରହଜନକ ବାକ୍ୟ ନିକଟରେ ସମର୍ପଣ କରୁଅଛି। ଏହି ବାକ୍ୟ ହିଁ ତୁମ୍ଭମାନଙ୍କୁ ଶକ୍ତିଶାଳୀ କରିବ ଓ ପରମେଶ୍ୱର ତାହାଙ୍କର ସମସ୍ତ ପବିତ୍ର ଲୋକମାନଙ୍କୁ ଦେଇଥିବା ଅଧିକାର ତୁମ୍ଭମାନଙ୍କୁ ପ୍ରଦାନ କରିବେ।
Explore ପ୍ରେରିତ 20:32