ତୁମ୍ଭେମାନେ ଆପଣାମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କର ସେବା କରିବ; ତହିଁରେ ସେ ତୁମ୍ଭମାନଙ୍କ ଅନ୍ନ ଓ ଜଳରେ ଆଶୀର୍ବାଦ କରିବେ, ପୁଣି, ଆମ୍ଭେ ତୁମ୍ଭ ମଧ୍ୟରୁ ରୋଗ ଦୂର କରିବା। ତୁମ୍ଭ ଦେଶରେ କାହାରି ଗର୍ଭପାତ ହେବ ନାହିଁ, ପୁଣି, କେହି ବନ୍ଧ୍ୟା ହେବ ନାହିଁ; ଆମ୍ଭେ ତୁମ୍ଭ ଆୟୁର ପରିମାଣ ପୂର୍ଣ୍ଣ କରିବା।