ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଫାରୋ ନିକଟକୁ ଯାଅ; କାରଣ ଆମ୍ଭେ ଯେପରି ଲୋକମାନଙ୍କ ମଧ୍ୟରେ ଏହି ସକଳ ଚିହ୍ନ ଦର୍ଶାଇବା, ପୁଣି, ଆମ୍ଭେ ମିସରୀୟମାନଙ୍କ ପ୍ରତି ଯାହା ଯାହା କରିଅଛୁ ଓ ସେମାନଙ୍କ ମଧ୍ୟରେ ଆପଣାର ଚିହ୍ନ ସ୍ୱରୂପେ ଯେଉଁ ଯେଉଁ କର୍ମ କରିଅଛୁ, ସେସବୁର ବୃତ୍ତାନ୍ତ ତୁମ୍ଭେ ଯେପରି ଆପଣା ପୁତ୍ର ଓ ପୌତ୍ରର କର୍ଣ୍ଣଗୋଚରରେ କହିବ, ପୁଣି, ଆମ୍ଭେ ଯେ ସଦାପ୍ରଭୁ ଏହା ଜ୍ଞାତ ହେବ, ଏନିମନ୍ତେ ଆମ୍ଭେ ଫାରୋ ଓ ତାହାର ଦାସଗଣର ହୃଦୟ କଠିନ କଲୁ।”