1
ରୋମୀୟ 8:28
ପବିତ୍ର ବାଇବଲ (CL) NT (BSI)
ODCLBSI
ଯେଉଁମାନେ ଈଶ୍ୱରଙ୍କ ଉଦ୍ଦେଶ୍ୟ ସାଧନ କରିବା ପାଇଁ ଆହୂତ ଓ ଈଶ୍ୱରଙ୍କୁ ପ୍ରେମ କରନ୍ତି, ସେମାନଙ୍କ ନିମନ୍ତେ ସବୁ ବିଷୟ ମଙ୍ଗଳଜନକ ହୁଏ।
Compare
Explore ରୋମୀୟ 8:28
2
ରୋମୀୟ 8:38-39
ମୁଁ ନିଶ୍ଚିତଭାବେ ଜାଣେ ଯେ ତାଙ୍କ ପ୍ରେମରୁ ଆମେ କେବେ ବିଚ୍ଛିନ୍ନ ହେବା ନାହିଁ। ମୃତ୍ୟୁ ବା ଜୀବନ, ସ୍ୱର୍ଗଦୂତ ବା ଆକାଶମଣ୍ଡଳର କୌଣସି ଅଧିପତି ବା ଶକ୍ତି, ବର୍ତ୍ତମାନ ବା ଭିବଷ୍ୟତ୍, ଊଦ୍ଧ୍ୱର୍ସ୍ଥ ବା ନିମ୍ନସ୍ଥ କୌଣସି ବିଷୟ- ସମଗ୍ର ସୃଷ୍ଟିରେ ଏପରି କୌଣସି ବିଷୟ ନାହିଁ, ଯାହା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରକାଶିତ ଈଶ୍ୱରଙ୍କ ସେହି ପ୍ରେମରୁ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିପାରିବ।
Explore ରୋମୀୟ 8:38-39
3
ରୋମୀୟ 8:26
ଆମ୍ଭେମାନେ ଦୁର୍ବଳ, କିନ୍ତୁ ପବିତ୍ରଆତ୍ମା ଆମକୁ ସାହାଯ୍ୟ କରନ୍ତି। କିପରି ପ୍ରାର୍ଥନା କରିବାକୁ ହୁଏ, ତାହା ଆମ୍ଭେମାନେ ଜାଣୁନା। ତେଣୁ ପବିତ୍ରଆତ୍ମା ଅବ୍ୟକ୍ତ ଭାଷାରେ ଆମ ପାଇଁ ଈଶ୍ୱରଙ୍କୁ ଅନୁନୟ କରନ୍ତି।
Explore ରୋମୀୟ 8:26
4
ରୋମୀୟ 8:31
ଏହିସବୁ ଦୃଷ୍ଟିରୁ ଆଉ କଅଣ କରିବା? ଈଶ୍ୱର ଯଦି ଆମର ସପକ୍ଷ, କିଏ ଆମର ବିପକ୍ଷ ହୋଇପାରେ?
Explore ରୋମୀୟ 8:31
5
ରୋମୀୟ 8:1
ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ଜୀବନ ଯାପନ କରନ୍ତି, ସେମାନେ ଆଉ ଦୋଷୀ ବିବେଚିତ ହେବେ ନାହିଁ।
Explore ରୋମୀୟ 8:1
6
ରୋମୀୟ 8:6
ମାନବ ପ୍ରକୃତିର ବଶୀଭୂତ ହେଲେ, ପରିଣାମ ହୁଏ ମୃତ୍ୟୁ; ପବିତ୍ରଆତ୍ମାଙ୍କ ବଶୀଭୂତ ହେବା ଦ୍ୱାରା ଜୀବନ ଓ ଶାନ୍ତି ମିଳେ।
Explore ରୋମୀୟ 8:6
7
ରୋମୀୟ 8:37
ଯେ ଆମ୍ଭମାନଙ୍କୁ ପ୍ରେମ କରୁଛନ୍ତି, ତାଙ୍କ ସାହାଯ୍ୟରେ ଆମେ ଏ ସବୁ ଉପରେ ବିଜୟୀ ହୋଇଛୁ।
Explore ରୋମୀୟ 8:37
8
ରୋମୀୟ 8:18
ଯେଉଁ ଗୌରବମୟ ଭବିଷ୍ୟତରେ ଆମେମାନେ ପ୍ରବେଶ କରିବା, ତା’ ତୁଳନାରେ ବର୍ତ୍ତମାନର ଦୁଃଖ ଭୋଗ କିଛି ନୁହେଁ। ସେହି ସମୟରେ ଈଶ୍ୱର ତାଙ୍କ ସନ୍ତାନମାନଙ୍କୁ ପ୍ରକାଶ କରିବେ।
Explore ରୋମୀୟ 8:18
9
ରୋମୀୟ 8:35
ତେବେ କିଏ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ପ୍ରେମରୁ ବିଚ୍ଛିନ୍ନ କରିପାରିବ? ଦୁଃଖ, କଷ୍ଟ, କ୍ଳେଶ ବା ଉତ୍ପୀଡ଼ନ, ଦାରିଦ୍ର୍ୟ, କ୍ଷୁଧା, ବିପଦ ବା ମୃତ୍ୟୁର ବିଭୀଷିକା, କେହି ତା’ କରିପାରିବେ ନାହିଁ।
Explore ରୋମୀୟ 8:35
10
ରୋମୀୟ 8:27
ଈଶ୍ୱର ତା’ ବୁଝିପାରନ୍ତି, କାରଣ ସେ ଅନ୍ତର୍ଯ୍ୟାମୀ ଓ ପବିତ୍ରଆତ୍ମା ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ତାଙ୍କ ଲୋକମାନଙ୍କ ପାଇଁ ଅନୁନୟ କରୁଥାଆନ୍ତି।
Explore ରୋମୀୟ 8:27
11
ରୋମୀୟ 8:14
ଯେଉଁମାନେ ଈଶ୍ୱରଙ୍କ ଆତ୍ମା ଦ୍ୱାରା ପରିଚାଳିତ, ସେମାନେ ଈଶ୍ୱରଙ୍କ ସନ୍ତାନ।
Explore ରୋମୀୟ 8:14
12
ରୋମୀୟ 8:5
ଯେଉଁମାନେ ମାନବ ପ୍ରକୃତି ଅନୁଯାୟୀ କାର୍ଯ୍ୟ କରୁଥାଆନ୍ତି, ସେମାନଙ୍କ ମନ ସେହି ପ୍ରକୃତିର ବଶୀଭୂତ ହୋଇଥାଏ। କିନ୍ତୁ ଯେଉଁମାନେ ପବିତ୍ରଆତ୍ମାଙ୍କ ପ୍ରେରଣା ଅନୁଯାୟୀ କାର୍ଯ୍ୟ କରନ୍ତି, ସେମାନଙ୍କ ମନ ପବିତ୍ରଆତ୍ମାଙ୍କ ଦ୍ୱାରା ନିୟନ୍ତ୍ରିତ ହୁଏ।
Explore ରୋମୀୟ 8:5
13
ରୋମୀୟ 8:32
ଈଶ୍ୱର କଦାପି ଆମର ବିପକ୍ଷ ନୁହନ୍ତି, କାରଣ ସେ ନିଜ ପୁତ୍ରଙ୍କୁ ମଧ୍ୟ ରକ୍ଷା ନ କରି ଆମ୍ଭମାନଙ୍କ ପାଇଁ ଦାନ କରିଛନ୍ତି। ତାହାହେଲେ, ସେ କଅଣ ଆମ୍ଭମାନଙ୍କୁ ସବୁ ବିଷୟ ଦାନ କରିବେ ନାହିଁ?
Explore ରୋମୀୟ 8:32
14
ରୋମୀୟ 8:16-17
ଈଶ୍ୱରଙ୍କ ଆତ୍ମା ଆମ ଅନ୍ତରାତ୍ମା ସହିତ ସ୍ୱର ମିଳାଇ ଆମକୁ ଈଶ୍ୱରଙ୍କ ସନ୍ତାନ ବୋଲି ଘୋଷଣା କରୁଛନ୍ତି। ଯେହେତୁ ଆମେ ଈଶ୍ୱରଙ୍କ ସନ୍ତାନ, ତାଙ୍କ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଆଶୀର୍ବାଦରେ ଆମେ ଅଂଶୀ ହେବୁ। ପୁଣି ଖ୍ରୀଷ୍ଟଙ୍କ ପାଇଁ ଈଶ୍ୱର ଯାହା ଗଚ୍ଛିତ ରଖିଛନ୍ତି, ସେଥିରେ ମଧ୍ୟ ଆମ୍ଭମାନଙ୍କର ଭାଗ ଅଛି। ଯଦି ଆମ୍ଭେମାନେ ଯୀଶୁଙ୍କ ଦୁଃଖଭୋଗର ଅଂଶୀ ହୋଇଛୁ, ତେବେ ତାଙ୍କ ଗୌରବରେ ମଧ୍ୟ ଅଂଶୀ ହେବୁ।
Explore ରୋମୀୟ 8:16-17
15
ରୋମୀୟ 8:7
ମାନବ ପ୍ରକୃତିର ବଶୀଭୂତ ହେବା ଦ୍ୱାରା ବ୍ୟକ୍ତି ଈଶ୍ୱରଙ୍କ ଶତ୍ରୁ ହୁଏ; କାରଣ ସେ ଈଶ୍ୱରଙ୍କ ବ୍ୟବସ୍ଥା ପାଳନ କରେ ନାହିଁ- ସେ ତା’ କରିବାକୁ ଅସମର୍ଥ।
Explore ରୋମୀୟ 8:7
16
ରୋମୀୟ 8:19
ସମଗ୍ର ସୃଷ୍ଟି ଆଗ୍ରହ ସହିତ ସେହି ଦିନର ଅପେକ୍ଷାରେ ରହିଛି
Explore ରୋମୀୟ 8:19
17
ରୋମୀୟ 8:22
କିନ୍ତୁ ଏ ପର୍ଯ୍ୟନ୍ତ ସମଗ୍ର ସୃଷ୍ଟି ପ୍ରସବ ବେଦନା ତୁଲ୍ୟ ଯନ୍ତ୍ରଣା ଅନୁଭବ କରି ଆର୍ତ୍ତନାଦ କରୁଛି।
Explore ରୋମୀୟ 8:22
Home
Bible
Plans
Videos