1
ଏଫିସୀୟ 6:12
ପବିତ୍ର ବାଇବଲ (CL) NT (BSI)
ODCLBSI
କାରଣ ଆମ୍ଭେମାନେ ମର୍ତ୍ତ୍ୟବାସୀ ମନୁଷ୍ୟ ବିରୁଦ୍ଧରେ ଯୁଦ୍ଧ କରୁ ନାହୁଁ; ଆମେ ଶୂନ୍ୟମଣ୍ଡଳର ପୈଶାଚିକ ଶକ୍ତି ଏବଂ ଏହି ଅନ୍ଧକାର ଯୁଗର ଶାସକ, ଅଧିପତି ଓ ସମସ୍ତ ବିଶ୍ୱଶକ୍ତି ବିରୁଦ୍ଧରେ ଯୁଦ୍ଧ କରୁଛୁ।
Compare
Explore ଏଫିସୀୟ 6:12
2
ଏଫିସୀୟ 6:18
ଈଶ୍ୱରଙ୍କ ସାହାଯ୍ୟ ଭିକ୍ଷା କରି ପ୍ରାର୍ଥନା ସହ ଏହା ସବୁ କର। ପ୍ରତ୍ୟେକ ପରିସ୍ଥିତିରେ ପବିତ୍ର ଆତ୍ମାଙ୍କ ପରିଚାଳନା ଅନୁଯାୟୀ ପ୍ରାର୍ଥନା କର। ଜାଗ୍ରତ ରୁହ; କେବେ କ୍ଷାନ୍ତ ହୁଅ ନାହିଁ। ଈଶ୍ୱରଙ୍କ ଲୋକମାନଙ୍କ ପାଇଁ ନିରନ୍ତର ପ୍ରାର୍ଥନାରେ ନିବିଷ୍ଟ ରୁହ।
Explore ଏଫିସୀୟ 6:18
3
ଏଫିସୀୟ 6:11
ଈଶ୍ୱରଦତ୍ତ ସମସ୍ତ ରଣସଜ୍ଜାରେ ସଜ୍ଜିତ ହୁଅ, ଯେପରି ଶୟତାନର କୁଚକ୍ରାନ୍ତରର ସମ୍ମୁଖୀନ ହେବା ପାଇଁ ସମର୍ଥ ହେବ।
Explore ଏଫିସୀୟ 6:11
4
ଏଫିସୀୟ 6:13
ଅତଏବ ବର୍ତ୍ତମାନ ଈଶ୍ୱରଦତ୍ତ ଯୁଦ୍ଧସଜ୍ଜା ପରିଧାନ କର; ତା’ହେଲେ ଦୁର୍ଦ୍ଦିନ ସମୟରେ ତୁମ୍ଭେମାନେ ଶତ୍ରୁ ଆକ୍ରମଣକୁ ପ୍ରତିରୋଧ କରିପାରିବ ଓ ଶେଷ ପର୍ଯ୍ୟନ୍ତ ଯୁଦ୍ଧ କରି ସୁଦ୍ଧା ଅଟଳ ରହିବ।
Explore ଏଫିସୀୟ 6:13
5
ଏଫିସୀୟ 6:16-17
ସର୍ବଦା, ବିଶ୍ୱାସର ଢ଼ାଲ ବହନ କର, ଏହା ସାହାଯ୍ୟରେ ଶୟତାନ ଦ୍ୱାରା ନିକ୍ଷିପ୍ତ ସମସ୍ତ ଅଗ୍ନିବାଣକୁ ନିର୍ବାପିତ କରିବାକୁ ତୁମ୍ଭେମାନେ ସମର୍ଥ ହେବ। ପରିତ୍ରାଣରୂପୀ ଶିରସ୍ତ୍ରାଣ ଓ ପବିତ୍ରଆତ୍ମାଦତ୍ତ ଈଶ୍ୱରଙ୍କ ବାକ୍ୟରୂପ ଖଡ଼୍ଗ ଧାରଣ କର।
Explore ଏଫିସୀୟ 6:16-17
6
ଏଫିସୀୟ 6:14-15
ତେଣୁ ସତ୍ୟରୂପ କଟିବନ୍ଧ, ଧାର୍ମିକତାର ଉରସ୍ତ୍ରାଣ ଓ ପାଦରେ ଶାନ୍ତିର ସୁସମାଚାରରୂପ ପାଦୁକା ପିନ୍ଧି ପ୍ରସ୍ତୁତ ହୋଇ ଠିଆ ହୁଅ।
Explore ଏଫିସୀୟ 6:14-15
7
ଏଫିସୀୟ 6:10
ପରିଶେଷରେ, ପ୍ରଭୁଙ୍କ ସହିତ ସଂଯୁକ୍ତ ହୋଇ ତାଙ୍କ ମହାଶକ୍ତିରେ ଶକ୍ତିମନ୍ତ ହୁଅ।
Explore ଏଫିସୀୟ 6:10
8
ଏଫିସୀୟ 6:2-3
“ତୁମର ପିତାମାତାଙ୍କୁ ସମାଦର କର।” କେବଳ ଏହି ଆଜ୍ଞାରେ ଗୋଟିଏ ପ୍ରତିଜ୍ଞା ଯୋଗ କରାଯାଇ କୁହାଯାଇଛି, “ଯେପରି ତୁମ୍ଭମାନଙ୍କର ମଙ୍ଗଳ ହେବ ଓ ତୁମ୍ଭେମାନେ ପୃଥିବୀରେ ଦୀର୍ଘାୟୁ ହେବ।”
Explore ଏଫିସୀୟ 6:2-3
9
ଏଫିସୀୟ 6:1
ପିଲାମାନେ, ପିତାମାତାଙ୍କର ବାଧ୍ୟ ହେବା ତୁମ୍ଭମାନଙ୍କର ଖ୍ରୀଷ୍ଟୀୟ କର୍ତ୍ତବ୍ୟ, କାରଣ ଏହା ହିଁ ଉପଯୁକ୍ତ ଆଚରଣ।
Explore ଏଫିସୀୟ 6:1
Home
Bible
Plans
Videos