ପବିତ୍ରଆତ୍ମା ଫିଲିପ୍ପଙ୍କୁ କହିଲେ, “ସେହି ରଥ ପାଖକୁ ଯାଅ ଓ ତାହାର ନିକଟରେ ରୁହ।” ଫିଲିପ୍ପ ଦୌଡ଼ି ଦୌଡ଼ି ଗଲେ ଓ ସେହି କର୍ମଚାରୀଙ୍କୁ ଭାବବାଦୀଙ୍କ ପୁସ୍ତକ ପାଠ କରୁଥିବା ଶୁଣିଲେ। ସେ ତାଙ୍କୁ ପଚାରିଲେ, “ଆପଣ ଯାହା ପଢ଼ୁଛନ୍ତି, ତାହା ବୁଝିପାରୁଛନ୍ତି କି?”
କର୍ମଚାରୀ ଉତ୍ତର ଦେଲେ, “କାରଣ କେହି ମୋତେ ଏହା ବୁଝାଇ ନ ଦେଲେ, ମୁଁ କିପରି ବୁଝିପାରିବି?” ତାଙ୍କ ସହିତ ରଥରେ ବସିବା ପାଇଁ ସେ ଫିଲିପ୍ପଙ୍କୁ ନିମନ୍ତ୍ରଣ କଲେ।