1
କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ ଦ୍ୱିତୀୟ ପତ୍ର 4:18
ପବିତ୍ର ବାଇବଲ (CL) NT (BSI)
ODCLBSI
ଆମର ଦୃଷ୍ଟି ଦୃଶ୍ୟମାନ କୌଣସି ବସ୍ତୁ ଉପରେ ନୁହେଁ, ମାତ୍ର ଅଦୃଶ୍ୟ ବସ୍ତୁ ଉପରେ ନିବନ୍ଧ, କାରଣ ଦୃଶ୍ୟମାନ ସବୁ କିଛି କ୍ଷଣସ୍ଥାୟୀ, କିନ୍ତୁ ଯାହା ଅଦୃଶ୍ୟ, ତାହା ଚିରସ୍ଥାୟୀ।
Compare
Explore କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ ଦ୍ୱିତୀୟ ପତ୍ର 4:18
2
କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ ଦ୍ୱିତୀୟ ପତ୍ର 4:16-17
ଏଥିପାଇଁ ଆମେ କେବେ ହତୋତ୍ସାହ ହୋଇ ନାହୁଁ। ଆମ ଶରୀର କ୍ରମେ କ୍ଷୀଣ ହେଉଛି। କିନ୍ତୁ ଆମର ଅନ୍ତରାତ୍ମା ଦିନୁଦିନ ସତେଜ ହେଉଛି। ଏହି ସାମାନ୍ୟ ଓ କ୍ଷଣିକ ଦୁଃଖ ଦୁର୍ଦ୍ଦଶା ଆମ ପାଇଁ ଆଣି ଦେଉଛି ଅତୁଳନୀୟ ଚିରସ୍ଥାୟୀ ଗୌରବର ସମ୍ପଦ।
Explore କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ ଦ୍ୱିତୀୟ ପତ୍ର 4:16-17
3
କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ ଦ୍ୱିତୀୟ ପତ୍ର 4:8-9
ଆମେ ସବୁ ପ୍ରକାର କ୍ଳେଶ ଭୋଗ କରିଛୁ, କିନ୍ତୁ ଭାଙ୍ଗିପଡ଼ି ନାହୁଁ। ସମୟେ ସମୟେ ବିଚଳିତ ହୋଇ ପଡ଼ିଛୁ କିନ୍ତୁ ହତାଶ ହୋଇ ନାହୁଁ। ଆମେ ନିର୍ଯ୍ୟତାତିତ ହୋଇଛୁ, କିନ୍ତୁ ଈଶ୍ୱର ଆମକୁ କେବେ ପରିତ୍ୟାଗ କରି ନାହାନ୍ତି। ଅନେକ ସମୟରେ ଆମେ ଆଘାତ ପାଇଛୁ, କିନ୍ତୁ ଧ୍ୱଂସ ହୋଇଯାଇ ନାହୁଁ।
Explore କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ ଦ୍ୱିତୀୟ ପତ୍ର 4:8-9
4
କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ ଦ୍ୱିତୀୟ ପତ୍ର 4:7
କିନ୍ତୁ ଆମେ କେବଳ ଆମର ସାଧାରଣ ମାଟି ପାତ୍ରରେ ଏହି ସ୍ୱର୍ଗୀୟ ସମ୍ପଦ ପାଇଛୁ। ଏଥିରୁ ପ୍ରମାଣତ ହୋଇଛି ଯେ, ଏପରି ଅଳୌକିକ ଶକ୍ତି ଆମର ନୁହେଁ, ମାତ୍ର ଈଶ୍ୱରଙ୍କର।
Explore କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ ଦ୍ୱିତୀୟ ପତ୍ର 4:7
5
କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ ଦ୍ୱିତୀୟ ପତ୍ର 4:4
ସେମାନେ ବିଶ୍ୱାସ କରିନ୍ତି ନାହିଁ, କାରଣ ସେମାନଙ୍କ ମନକୁ ଏହି ଜଗତର ଦେବତା ଅନ୍ଧ କରି ଦେଇଛି। ଫଳରେ ଈଶ୍ୱରଙ୍କ ପ୍ରତିମୂର୍ତ୍ତିର୍ ଖ୍ରୀଷ୍ଟଙ୍କ ମହିମାନ୍ୱିତ ସୁସମାଚାରର ଦୀପ୍ତି ସେମାନଙ୍କ ନିକଟରେ ପ୍ରତିଭାତ ହୁଏ ନାହିଁ।
Explore କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ ଦ୍ୱିତୀୟ ପତ୍ର 4:4
6
କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ ଦ୍ୱିତୀୟ ପତ୍ର 4:6
କାରଣ ଯେଉଁ ଈଶ୍ୱର କହିଥିଲେ, “ଅନ୍ଧକାର ମଧ୍ୟରୁ ଆଲୋକର ଆବିର୍ଭାବ ହେଉ”, ସେହି ଈଶ୍ୱର ଖ୍ରୀଷ୍ଟଙ୍କ ମୁଖରେ ପ୍ରତିଭାତ ଐଶ୍ୱରିକ ମହିମା ଦେଖିବା ପାଇଁ ଆମ ହୃଦୟକୁ ଆଲୋକିତ କରିଛନ୍ତି।
Explore କରିନ୍ଥୀୟମାନଙ୍କ ନିକଟକୁ ପାଉଲଙ୍କ ଦ୍ୱିତୀୟ ପତ୍ର 4:6
Home
Bible
Plans
Videos