1
ଏଫିସୀୟ 6:12
ଓଡିଆ ବାଇବେଲ
ORYIRV
କାରଣ ଆମ୍ଭମାନଙ୍କ ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ, କିନ୍ତୁ ଆଧିପତ୍ୟ ଓ କର୍ତ୍ତାପଣ ବିରୁଦ୍ଧରେ, ଏହି ଅନ୍ଧକାରର ଜଗତପତିମାନଙ୍କ ବିରୁଦ୍ଧରେ ପୁଣି, ଆକାଶମଣ୍ଡଳର ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ
Compare
Explore ଏଫିସୀୟ 6:12
2
ଏଫିସୀୟ 6:18
ସର୍ବ ପ୍ରକାର ପ୍ରାର୍ଥନା ଓ ନିବେଦନରେ ସର୍ବଦା ଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କର, ପୁଣି, ସମସ୍ତ ସାଧୁଙ୍କ ନିମନ୍ତେ ଜାଗି ରହି ପ୍ରାର୍ଥନା କର ।
Explore ଏଫିସୀୟ 6:18
3
ଏଫିସୀୟ 6:11
ତୁମ୍ଭେମାନେ ଯେପରି ଶୟତାନର ସମସ୍ତ ଚାତୁରି ବିରୁଦ୍ଧରେ ଦଣ୍ଡାୟମାନ ହୋଇ ପାର, ଏଥି ନିମନ୍ତେ ଈଶ୍ୱରଦତ୍ତ ସମସ୍ତ ସଜ୍ଜାରେ ଆପଣା ଆପଣାକୁ ସୁସଜ୍ଜିତ କର ।
Explore ଏଫିସୀୟ 6:11
4
ଏଫିସୀୟ 6:13
ଏଣୁ ତୁମ୍ଭେମାନେ ଯେପରି ଦୁର୍ଦ୍ଦିନରେ ପ୍ରତିରୋଧ କରି ସର୍ବଜୟୀ ହୋଇ ଅଟଳ ରହିପାର, ଏଥି ନିମନ୍ତେ ଈଶ୍ୱରଦତ୍ତ ସମସ୍ତ ସଜ୍ଜା ଗ୍ରହଣ କର ।
Explore ଏଫିସୀୟ 6:13
5
ଏଫିସୀୟ 6:16-17
ଯେପରି ପାପାତ୍ମାର ଅଗ୍ନିବାଣ ସବୁ ନିର୍ବାଣ କରିବାକୁ ସମର୍ଥ ହୁଅ, ସେହି ବିଶ୍ୱାସରୂପ ଢ଼ାଲ ଧାର । ପୁଣି, ପରିତ୍ରାଣ ରୂପ ଶିରସ୍ତ୍ରାଣ ପରିଧାବ କର ଓ ଆତ୍ମାଙ୍କ ଖଡ୍ଗ , ଅର୍ଥାତ୍ ଈଶ୍ୱରଙ୍କ ବାକ୍ୟ ଧାରଣ କର
Explore ଏଫିସୀୟ 6:16-17
6
ଏଫିସୀୟ 6:14-15
ଅତଏବ ସତ୍ୟରୂପ କଟିବନ୍ଧନୀରେ କଟି ବାନ୍ଧି ଧାର୍ମିକତା ରୂପ ଉରସ୍ତ୍ରାଣ ପରିଧାନ କର, ଶାନ୍ତିଦାୟକ ସୁସମାଚାର ନିମନ୍ତେ ସୁସଜ୍ଜିତ ପାଦୁକା ପାଦରେ ପିନ୍ଧି ଅଟଳ ହୋଇଥାଅ
Explore ଏଫିସୀୟ 6:14-15
7
ଏଫିସୀୟ 6:10
ଶେଷ କଥା ଏହି, ପ୍ରଭୁଙ୍କଠାରୁ ଶକ୍ତି ପ୍ରାପ୍ତ ହୋଇ ତାହାଙ୍କ ପରାକ୍ରମରେ ବଳବାନ ହୁଅ ।
Explore ଏଫିସୀୟ 6:10
8
ଏଫିସୀୟ 6:2-3
କାରଣ ତାହା ଯଥାର୍ଥ । "ଆପଣା ପିତାମାତାଙ୍କୁ ସମାଦର କର, (ଏହା ପ୍ରତିଜ୍ଞାଯୁକ୍ତ ଗୋଟିଏ ପ୍ରଧାନ ଆଜ୍ଞା)," ଯେପରି ତୁମ୍ଭର ମଙ୍ଗଳ ହେବ, ଆଉ ତୁମ୍ଭେ ପୃଥିବୀରେ ଦୀର୍ଘାୟୁ ବଞ୍ଚିବ ।
Explore ଏଫିସୀୟ 6:2-3
9
ଏଫିସୀୟ 6:1
ହେ ପିଲାମାନେ, ପ୍ରଭୁଙ୍କ ସକାଶେ ଆପଣା ଆପଣା ପିତାମାତାଙ୍କର ଆଜ୍ଞାବହ ହୁଅ
Explore ଏଫିସୀୟ 6:1
Home
Bible
Plans
Videos