1
ରୋମୀୟ 4:20-21
ପବିତ୍ର ବାଇବଲ (Re-edited) - (BSI)
ODIAOV-BSI
ବରଂ ଈଶ୍ଵରଙ୍କ ପ୍ରତିଜ୍ଞା ପ୍ରତି ଦୃଷ୍ଟିପାତ କରି ଅବିଶ୍ଵାସ ହେତୁ ସନ୍ଦେହ କଲେ ନାହିଁ, କିନ୍ତୁ ଈଶ୍ଵର ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ସାଧନ କରିବା ନିମନ୍ତେ ମଧ୍ୟ ସେ ଯେ ସକ୍ଷମ, ଏହା ଦୃଢ଼ ରୂପେ ଜାଣି ତାହାଙ୍କୁ ଗୌରବ ଦେଇ ବିଶ୍ଵାସରେ ବଳବାନ ହେଲେ।
Compare
Explore ରୋମୀୟ 4:20-21
2
ରୋମୀୟ 4:17
ଯେଉଁ ଈଶ୍ଵରଙ୍କୁ ସେ ବିଶ୍ଵାସ କଲେ, ଯେ ମୃତମାନଙ୍କୁ ସଜୀବ କରନ୍ତି ଓ ନ ଥିବା ବସ୍ତୁକୁ ଥିବା ବସ୍ତୁ ପରି ଡାକନ୍ତି, ସେହି ଈଶ୍ଵରଙ୍କ ଦୃଷ୍ଟିରେ ସେ ଆମ୍ଭ ସମସ୍ତଙ୍କର ପିତା ଅଟନ୍ତି, ଯେପରି ଲେଖାଅଛି, ଆମ୍ଭେ ତୁମ୍ଭକୁ ବହୁ ଜାତିର ପିତା କରିଅଛୁ।
Explore ରୋମୀୟ 4:17
3
ରୋମୀୟ 4:25
ସେହି ଯୀଶୁ ଆମ୍ଭମାନଙ୍କ ଅପରାଧ ନିମନ୍ତେ ସମର୍ପିତ ହେଲେ, ପୁଣି ଆମ୍ଭେମାନେ ଧାର୍ମିକ ଗଣିତ ହେବା ନିମନ୍ତେ ଉତ୍ଥାପିତ ହେଲେ।
Explore ରୋମୀୟ 4:25
4
ରୋମୀୟ 4:18
“ଏହିପରି ତୁମ୍ଭର ବଂଶ ହେବ,” ଏହି ଯେଉଁ କଥା କୁହାଯାଇଥିଲା, ତଦନୁସାରେ ସେ ଯେପରି ବହୁ ଜାତିର ପିତା ହୁଅନ୍ତି, ସେଥିନିମନ୍ତେ ଆଶା ନ ଥିଲେ ସୁଦ୍ଧା ଆଶା ରଖି ସେ ବିଶ୍ଵାସ କଲେ।
Explore ରୋମୀୟ 4:18
5
ରୋମୀୟ 4:16
ଏଣୁ ଏହି ଧାର୍ମିକତା ବିଶ୍ଵାସ ହେତୁ ମିଳେ, ଯେପରି ତାହା ଅନୁଗ୍ରହ ଅନୁସାରେ ହୁଏ, ଆଉ ତଦ୍ଦ୍ଵାରା ସମସ୍ତ ବଂଶ ପକ୍ଷରେ, କେବଳ ବ୍ୟବସ୍ଥାବଲମ୍ଵୀ ବଂଶ ପକ୍ଷରେ ନୁହେଁ, ମାତ୍ର ଅବ୍ରହାମଙ୍କ ବିଶ୍ଵାସାବଲମ୍ଵୀ ବଂଶ ପକ୍ଷରେ ସୁଦ୍ଧା ସେହି ପ୍ରତିଜ୍ଞା ଅଟଳ ରହେ
Explore ରୋମୀୟ 4:16
6
ରୋମୀୟ 4:7-8
“ଯେଉଁମାନଙ୍କର ଅପରାଧସବୁ କ୍ଷମା ହୋଇଅଛି, ଆଉ ଯେଉଁମାନଙ୍କର ପାପସବୁ ଆଚ୍ଛାଦିତ ହୋଇଅଛି, ସେମାନେ ଧନ୍ୟ। ପ୍ରଭୁ ଯେଉଁ ଲୋକର ପାପ ଗଣନା କରିବେ ନାହିଁ, ସେ ଧନ୍ୟ।”
Explore ରୋମୀୟ 4:7-8
7
ରୋମୀୟ 4:3
କାରଣ ଶାସ୍ତ୍ର କଅଣ କୁହେ? ଅବ୍ରହାମ ଈଶ୍ଵରଙ୍କଠାରେ ବିଶ୍ଵାସ କଲେ, ଆଉ ତାଙ୍କ ପକ୍ଷରେ ତାହା ଧାର୍ମିକତା ବୋଲି ଗଣିତ ହେଲା।
Explore ରୋମୀୟ 4:3