1
ଗୀତସଂହିତା 95:6-7
ପବିତ୍ର ବାଇବଲ (Re-edited) - (BSI)
ODIAOV-BSI
ଆହେ, ଆସ, ଉବୁଡ଼ ହୋଇ ପ୍ରଣାମ କରୁ; ଆମ୍ଭମାନଙ୍କ ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କ ଛାମୁରେ ଆଣ୍ଠୁ ପାତୁନ୍ତ କାରଣ ସେ ଆମ୍ଭମାନଙ୍କର ପରମେଶ୍ଵର, ପୁଣି ଆମ୍ଭେମାନେ ତାହାଙ୍କ ଚରାସ୍ଥାନର ଲୋକ ଓ ତାହାଙ୍କ ହସ୍ତଗତ ମେଷ। ଆହା, ଯେବେ ଆଜି ତୁମ୍ଭେମାନେ ତାହାଙ୍କ ରବ ଶୁଣନ୍ତ।
Compare
Explore ଗୀତସଂହିତା 95:6-7
2
ଗୀତସଂହିତା 95:1-2
ଆହେ, ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରୁ; ଆମ୍ଭମାନଙ୍କ ପରିତ୍ରାଣର ଶୈଳଙ୍କ ଉଦ୍ଦେଶ୍ୟରେ ଆନନ୍ଦଧ୍ଵନି କରୁ। ଆମ୍ଭେମାନେ ଧନ୍ୟବାଦ କରି ତାହାଙ୍କ ଛାମୁକୁ ଆସୁ, ଆମ୍ଭେମାନେ ଗୀତ ଦ୍ଵାରା ତାହାଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ଵନି କରୁ।
Explore ଗୀତସଂହିତା 95:1-2
3
ଗୀତସଂହିତା 95:3
କାରଣ ସଦାପ୍ରଭୁ ମହାନ ପରମେଶ୍ଵର ଓ ସକଳ ଦେବତା ଉପରେ ମହାନ ରାଜା ଅଟନ୍ତି।
Explore ଗୀତସଂହିତା 95:3
4
ଗୀତସଂହିତା 95:4
ପୃଥିବୀର ଗଭୀର ସ୍ଥାନସବୁ ତାହାଙ୍କ ହସ୍ତଗତ; ପର୍ବତଗଣର ଶିଖ ମଧ୍ୟ ତାହାଙ୍କର।
Explore ଗୀତସଂହିତା 95:4