ମୁଁ ପରମେଶ୍ଵରଙ୍କ ନିକଟରେ ସ୍ଵରବରେ କାକୁକ୍ତି କରିବି; ପରମେଶ୍ଵରଙ୍କ ନିକଟରେ ହିଁ ସ୍ଵରବରେ କାକୁକ୍ତି କରିବି, ତହିଁରେ ସେ ମୋʼ ପ୍ରତି କର୍ଣ୍ଣପାତ କରିବେ।
ମୁଁ ଆପଣା ସଙ୍କଟ ଦିନରେ ପ୍ରଭୁଙ୍କୁ ଅନ୍ଵେଷଣ କଲି; ରାତ୍ରିକାଳରେ ମୋହର ହସ୍ତ ବିସ୍ତାରିତ ରହିଲା ଓ ସଙ୍କୁଚିତ ନୋହିଲା; ମୋହର ପ୍ରାଣ ପ୍ରବୋଧ ମାନିବାକୁ ଅସମ୍ମତ ହେଲା।