1
ମାଥିଉ 18:20
ପବିତ୍ର ବାଇବଲ (Re-edited) - (BSI)
ODIAOV-BSI
କାରଣ ଯେଉଁ ସ୍ଥାନରେ ଦୁଇ କି ତିନି ଜଣ ମୋʼ ନାମରେ ଏକତ୍ର ହୁଅନ୍ତି, ସେହି ସ୍ଥାନରେ ମୁଁ ସେମାନଙ୍କ ମଧ୍ୟରେ ଉପସ୍ଥିତ ଅଛି।
Compare
Explore ମାଥିଉ 18:20
2
ମାଥିଉ 18:19
ପୁନଶ୍ଚ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ପୃଥିବୀରେ ତୁମ୍ଭମାନଙ୍କ ମଧ୍ୟରୁ ଦୁଇ ଜଣ ଯେକୌଣସି ବିଷୟରେ ଏକମନା ହୋଇ ଯାହା କିଛି ମାଗିବେ, ତାହା ମୋହର ସ୍ଵର୍ଗସ୍ଥ ପିତାଙ୍କ କର୍ତ୍ତୃକ ସେମାନଙ୍କ ପ୍ରତି ଘଟିବ।
Explore ମାଥିଉ 18:19
3
ମାଥିଉ 18:2-3
ସେ ଗୋଟିଏ ସାନ ପିଲାକୁ ପାଖକୁ ଡାକି ସେମାନଙ୍କ ମଧ୍ୟରେ ଠିଆ କରାଇ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ଫେରି ସାନ ପିଲାଙ୍କ ପରି ନ ହେଲେ କୌଣସି ପ୍ରକାରେ ସ୍ଵର୍ଗ-ରାଜ୍ୟରେ ପ୍ରବେଶ କରିବ ନାହିଁ।
Explore ମାଥିଉ 18:2-3
4
ମାଥିଉ 18:4
ଅତଏବ, ଯେ କେହି ଏହି ସାନ ପିଲା ପରି ଆପଣାକୁ ନମ୍ର କରେ, ସେ ସ୍ଵର୍ଗରାଜ୍ୟରେ ଶ୍ରେଷ୍ଠ।
Explore ମାଥିଉ 18:4
5
ମାଥିଉ 18:5
ଆଉ, ଯେ କେହି ମୋʼ ନାମରେ ଏହିପରି ଗୋଟିଏ ସାନ ପିଲାକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ
Explore ମାଥିଉ 18:5
6
ମାଥିଉ 18:18
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ପୃଥିବୀରେ ଯାହାସବୁ ବନ୍ଦ କରିବ, ସ୍ଵର୍ଗରେ ସେହିସବୁ ବନ୍ଦ ରହିବ,ପୁଣି ପୃଥିବୀରେ ଯାହାସବୁ ମୁକ୍ତ କରିବ, ସ୍ଵର୍ଗରେ ସେହିସବୁ ମୁକ୍ତ ରହିବ।
Explore ମାଥିଉ 18:18
7
ମାଥିଉ 18:35
ତୁମ୍ଭେମାନେ ପ୍ରତ୍ୟେକ ଜଣ ଯଦି ଅନ୍ତର ସହ ଆପଣା ଆପଣା ଭାଇକି କ୍ଷମା ନ କର, ତାହାହେଲେ ମୋହର ସ୍ଵର୍ଗସ୍ଥ ପିତା ହିଁ ତୁମ୍ଭମାନଙ୍କ ପ୍ରତି ସେହି ପ୍ରକାର କରିବେ।
Explore ମାଥିଉ 18:35
8
ମାଥିଉ 18:6
କିନ୍ତୁ ଯେ କେହି ମୋʼଠାରେ ବିଶ୍ଵାସ କରୁଥିବା ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣକର ବିଘ୍ନର କାରଣ ହୁଏ, ତାହା ବେକରେ ଗୋଟିଏ ବଡ଼ ଚକିପଥର ଟଙ୍ଗାଯାଇ ତାହାକୁ ମହାସାଗରର ଅଗାଧ ଜଳରେ ବୁଡ଼ାଇ ଦିଆଯାଇଥିଲେ ତାହା ପକ୍ଷରେ ହିତକର ହୋଇଥାଆନ୍ତା।
Explore ମାଥିଉ 18:6
9
ମାଥିଉ 18:12
ତୁମ୍ଭେମାନେ କଅଣ ମନେ କର? କୌଣସି ଲୋକର ଯଦି ଶହେ ମେଣ୍ଢା ଥାଏ, ଆଉ ସେମାନଙ୍କ ମଧ୍ୟରୁ ଗୋଟିଏ ବଣା ହୋଇଯାଏ, ତେବେ କଅଣ ଅନେଶ୍ଵତକୁ ପର୍ବତରେ ଛାଡ଼ି ସେ ଯାଇ ସେହି ବଣା ହୋଇଥିବା ମେଣ୍ଢାଟି ଖୋଜେ ନାହିଁ?
Explore ମାଥିଉ 18:12
Home
Bible
Plans
Videos