1
ମାଥିଉ 16:24
ପବିତ୍ର ବାଇବଲ (Re-edited) - (BSI)
ODIAOV-BSI
ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ଵୀକାର କରୁ, ପୁଣି ଆପଣା କ୍ରୁଶ ଘେନିମୋହର ଅନୁଗମନ କରୁ।
Compare
Explore ମାଥିଉ 16:24
2
ମାଥିଉ 16:18
ଆଉ, ମୁଁ ମଧ୍ୟ ତୁମ୍ଭକୁ କହୁଅଛି, ତୁମ୍ଭେ ପିତର, ପୁଣି ଏହି ପଥର ଉପରେ ମୁଁ ଆପଣା ମଣ୍ତଳୀ ତୋଳିବି, ଆଉ ନରକର ବଳ ତାହାକୁ ପରାଜୟ କରିବ ନାହିଁ।
Explore ମାଥିଉ 16:18
3
ମାଥିଉ 16:19
ମୁଁ ତୁମ୍ଭକୁ ସ୍ଵର୍ଗରାଜ୍ୟର କଞ୍ଚି ଦେବି, ଆଉ ତୁମ୍ଭେ ପୃଥିବୀରେ ଯାହା କିଛି ବନ୍ଦ କରିବ, ସ୍ଵର୍ଗରେ ତାହା ବନ୍ଦ ରହିବ, ପୁଣି ପୃଥିବୀରେ ଯାହା କିଛି ମୁକ୍ତ କରିବ, ସ୍ଵର୍ଗରେ ତାହା ମୁକ୍ତ ରହିବ।
Explore ମାଥିଉ 16:19
4
ମାଥିଉ 16:25
କାରଣ ଯେକେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେ କେହି ମୋʼ ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ପ୍ରାପ୍ତ ହେବ।
Explore ମାଥିଉ 16:25
5
ମାଥିଉ 16:26
ଆଉ, ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣା ଜୀବନ ହରାଏ, ତେବେ ତାହାର କି ଲାଭ ହେବ? କିମ୍ଵା ମନୁଷ୍ୟ ଆପଣା ଜୀବନ ବଦଳରେ କଅଣ ଦେବ?
Explore ମାଥିଉ 16:26
6
ମାଥିଉ 16:15-16
ସେ ସେମାନଙ୍କୁ ପଚାରିଲେ, କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କଅଣ କହୁଅଛ? ଶିମୋନ ପିତର ଉତ୍ତର ଦେଲେ, ଆପଣ ଖ୍ରୀଷ୍ଟ, ଜୀବନ୍ତ ଈଶ୍ଵରଙ୍କ ପୁତ୍ର।
Explore ମାଥିଉ 16:15-16
7
ମାଥିଉ 16:17
ଏଥିରେ ଯୀଶୁ ତାଙ୍କୁ ଉତ୍ତର ଦେଲେ, ହେ ଯୂନସର ପୁତ୍ର ଶିମୋନ, ତୁମ୍ଭେ ଧନ୍ୟ, କାରଣ ମନୁଷ୍ୟ ତୁମ୍ଭ ନିକଟରେ ଏହା ପ୍ରକାଶ କରି ନାହିଁ, ବରଂ ମୋହର ସ୍ଵର୍ଗସ୍ଥ ପିତା ପ୍ରକାଶ କରିଅଛନ୍ତି।
Explore ମାଥିଉ 16:17
Home
Bible
Plans
Videos