1
ଯିଶାଇୟ 60:1
ପବିତ୍ର ବାଇବଲ (Re-edited) - (BSI)
ODIAOV-BSI
ଉଠ, ଦୀପ୍ତିମତୀ ହୁଅ, କାରଣ ତୁମ୍ଭର ଦୀପ୍ତି ଉପସ୍ଥିତ ଓ ସଦାପ୍ରଭୁଙ୍କର ପ୍ରତାପ ତୁମ୍ଭ ଉପରେ ଉଦିତ ହୋଇଅଛି।
Compare
Explore ଯିଶାଇୟ 60:1
2
ଯିଶାଇୟ 60:3
ପୁଣି, ଅନ୍ୟ ଦେଶୀୟମାନେ ତୁମ୍ଭର ଦୀପ୍ତି ନିକଟକୁ ଓ ରାଜଗଣ ତୁମ୍ଭ ଅରୁଣୋଦୟର ଆଲୁଅ ନିକଟକୁ ଆସିବେ।
Explore ଯିଶାଇୟ 60:3
3
ଯିଶାଇୟ 60:2
କାରଣ, ଦେଖ, ଅନ୍ଧକାର ପୃଥିବୀକି ଓ ଘୋର ଅନ୍ଧକାର ଗୋଷ୍ଠୀବର୍ଗଙ୍କୁ ଆଚ୍ଛନ୍ନ କରିବ; ମାତ୍ର ତୁମ୍ଭ ଉପରେ ସଦାପ୍ରଭୁ ଉଦିତ ହେବେ ଓ ତାହାଙ୍କର ପ୍ରତାପ ତୁମ୍ଭ ଉପରେ ଦେଖାଯିବ।
Explore ଯିଶାଇୟ 60:2
4
ଯିଶାଇୟ 60:22
କ୍ଷୁଦ୍ର ଜଣକ ସହସ୍ର ହେବ ଓ ସାନ ଜଣକ ବଳବାନ ଗୋଷ୍ଠୀ ହେବ; ଆମ୍ଭେ ସଦାପ୍ରଭୁ ଯଥାକାଳରେ ଏହା ଶୀଘ୍ର ଘଟାଇବା।
Explore ଯିଶାଇୟ 60:22
5
ଯିଶାଇୟ 60:19
ଦିବସରେ ସୂର୍ଯ୍ୟ ତୁମ୍ଭର ଜ୍ୟୋତିଃ ଆଉ ନୋହିବ, କିଅବା ଆଲୁଅ ନିମନ୍ତେ ଚନ୍ଦ୍ର ତୁମ୍ଭକୁ ଜ୍ୟୋତ୍ସ୍ନା ଦେବ ନାହିଁ; ମାତ୍ର ସଦାପ୍ରଭୁ ତୁମ୍ଭ ପ୍ରତି ଅନ; କାଳସ୍ଥାୟୀ ଜ୍ୟୋତିଃ ଓ ତୁମ୍ଭର ପରମେଶ୍ଵର ତୁମ୍ଭର ଗୌରବସ୍ଵରୂପ ହେବେ।
Explore ଯିଶାଇୟ 60:19
6
ଯିଶାଇୟ 60:20
ତୁମ୍ଭର ସୂର୍ଯ୍ୟ ଆଉ ଅସ୍ତଗତ ନୋହିବ, କିଅବା ତୁମ୍ଭର ଚନ୍ଦ୍ର ଆପଣାକୁ ରହିତ କରିବ ନାହିଁ କାରଣ ସଦାପ୍ରଭୁ ତୁମ୍ଭର ଅନ; କାଳସ୍ଥାୟୀ ଜ୍ୟୋତିଃସ୍ଵରୂପ ହେବେ ଓ ତୁମ୍ଭର ଶୋକର ଦିନ ଶେଷ ହେବ।
Explore ଯିଶାଇୟ 60:20
7
ଯିଶାଇୟ 60:5
ସେତେବେଳେ ତୁମ୍ଭେ ତାହା ଦେଖି ଦୀପ୍ତିମାନ ହେବ ଓ ତୁମ୍ଭର ହୃଦୟ ଧୁକୁ ଧୁକୁ ହୋଇ ପ୍ରଫୁଲ୍ଲିତ ହେବ; କାରଣ ସମୁଦ୍ରର ଦ୍ରବ୍ୟରାଶି ତୁମ୍ଭଆଡ଼େ ଫେରାଯିବ, ଅନ୍ୟ ଦେଶୀୟମାନଙ୍କର ସମ୍ପତ୍ତି ତୁମ୍ଭ ନିକଟକୁ ଆସିବ।
Explore ଯିଶାଇୟ 60:5
8
ଯିଶାଇୟ 60:4
ତୁମ୍ଭେ ଅନାଇ ଚତୁର୍ଦ୍ଦିଗ ଦେଖ, ସେସମସ୍ତେ ଏକତ୍ର ହେଉଅଛନ୍ତି, ସେମାନେ ତୁମ୍ଭ ନିକଟକୁ ଆସୁଅଛନ୍ତି; ତୁମ୍ଭର ପୁତ୍ରଗଣ ଦୂରରୁ ଆସିବେ ଓ ତୁମ୍ଭର କନ୍ୟାଗଣ କକ୍ଷରେ ଅଣାଯିବେ।
Explore ଯିଶାଇୟ 60:4
9
ଯିଶାଇୟ 60:21
ମଧ୍ୟ ତୁମ୍ଭର ଲୋକ ସମସ୍ତେ ଧାର୍ମିକ ହେବେ, ସେମାନେ ଅନ; କାଳଯାଏ ଦେଶ ଅଧିକାର କରିବେ, ସେମାନେ ଆମ୍ଭର ଗୌରବାର୍ଥେ ଆମ୍ଭର ରୋପିତ ଶାଖା ଓ ଆମ୍ଭର ହସ୍ତକୃତ କର୍ମ ଅଟନ୍ତି।
Explore ଯିଶାଇୟ 60:21
10
ଯିଶାଇୟ 60:18
ତୁମ୍ଭ ଦେଶରେ ଦୌରାତ୍ମ୍ୟର କଥା ଓ ତୁମ୍ଭର ସୀମା ମଧ୍ୟରେ ଉଚ୍ଛିନ୍ନତା ଓ ବିନାଶର କଥା ଆଉ ଶୁଣାଯିବ ନାହିଁ; ମାତ୍ର ତୁମ୍ଭେ ଆପଣା ପ୍ରାଚୀରସମୂହର ନାମ ପରିତ୍ରାଣ ଓ ଆପଣା ନଗର-ଦ୍ଵାରସକଳର ନାମ ପ୍ରଶଂସା ରଖିବ।
Explore ଯିଶାଇୟ 60:18
11
ଯିଶାଇୟ 60:11
ଅନ୍ୟ ଦେଶୀୟମାନଙ୍କର ସମ୍ପତ୍ତି ଓ ତହିଁ ସଙ୍ଗେ ସେମାନଙ୍କର ରାଜଗଣ ଯେପରି ତୁମ୍ଭ ନିକଟକୁ ଅଣାଯିବେ, ଏଥିପାଇଁ ତୁମ୍ଭ ନଗରର ଦ୍ଵାରସକଳ ନିରନ୍ତର ମୁକ୍ତ ଥିବ, ଦିବାରାତ୍ର ସେସବୁ ବନ୍ଦ ନୋହିବ।
Explore ଯିଶାଇୟ 60:11
12
ଯିଶାଇୟ 60:6
ଅପାର ଉଷ୍ଟ୍ର, ମିଦୀୟନ ଓ ଐଫାର ଦ୍ରୁତଗାମୀ-ଉଷ୍ଟ୍ର, ତୁମ୍ଭକୁ ଆବୃତ କରିବେ; ସେସବୁ ଶିବା ଦେଶରୁ ଆସିବେ; ସେମାନେ ସୁବର୍ଣ୍ଣ ଓ କୁନ୍ଦୁରୁ ଆଣିବେ ଓ ସଦାପ୍ରଭୁଙ୍କର ପ୍ରଶଂସା ପ୍ରଚାର କରିବେ।
Explore ଯିଶାଇୟ 60:6
13
ଯିଶାଇୟ 60:10
ପୁଣି, ବିଦେଶୀୟମାନେ ତୁମ୍ଭର ପ୍ରାଚୀର ନିର୍ମାଣ କରିବେ ଓ ସେମାନଙ୍କର ରାଜଗଣ ତୁମ୍ଭର ପରିଚର୍ଯ୍ୟା କରିବେ; କାରଣ ଆମ୍ଭେ ଆପଣା କୋପରେ ତୁମ୍ଭକୁ ପ୍ରହାର କଲୁ, ମାତ୍ର ଆପଣା ଅନୁଗ୍ରହରେ ଆମ୍ଭେ ତୁମ୍ଭ ପ୍ରତି କରୁଣା କରିଅଛୁ ।
Explore ଯିଶାଇୟ 60:10
14
ଯିଶାଇୟ 60:15
ତୁମ୍ଭେ ପରିତ୍ୟକ୍ତା ଓ ଘୃଣିତା ହେବାରୁ କେହି ତୁମ୍ଭର ମଧ୍ୟ ଦେଇ ଯାତାୟାତ କଲା ନାହିଁ, ତହିଁର ପରିବର୍ତ୍ତେ ଆମ୍ଭେ ତୁମ୍ଭକୁ ଅନ; କାଳସ୍ଥାୟୀ ଗୌରବ ଓ ଅନେକ ପୁରୁଷ-ପରମ୍ପରାର ଆନନ୍ଦ ସ୍ଵରୂପ କରିବା।
Explore ଯିଶାଇୟ 60:15
15
ଯିଶାଇୟ 60:16
ତୁମ୍ଭେ ଅନ୍ୟ ଦେଶୀୟମାନଙ୍କର ଦୁଗ୍ଧ ପାନ କରିବ ଓ ରାଜଗଣର ସ୍ତନ ଚୁଷିବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ତୁମ୍ଭର ତ୍ରାଣକର୍ତ୍ତା ଓ ତୁମ୍ଭର ମୁକ୍ତିଦାତା, ଯାକୁବର ବଳଦାତା ଅଟୁ, ଏହା ତୁମ୍ଭେ ଜାଣିବ।
Explore ଯିଶାଇୟ 60:16