ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ହଳବାହକ ଶସ୍ୟ କଟାଳିର ପଛେ ଓ ଦ୍ରାକ୍ଷାପେଷକ ବୀଜବାପକର ପଛେ ଲାଗି ରହିବ, ଏପରି ସମୟ ଆସୁଅଛି ଓ ପର୍ବତଗଣ ମିଷ୍ଟ ଦ୍ରାକ୍ଷାରସ କ୍ଷରଣ କରିବେ, ଆଉ ଉପପର୍ବତସକଳ ତରଳି ଯିବେ।
ପୁଣି, ଆମ୍ଭେ ଆପଣା ଲୋକ ଇସ୍ରାଏଲର ବନ୍ଦୀତ୍ଵାବସ୍ଥା ପରିବର୍ତ୍ତନ କରିବା, ତହିଁରେ ସେମାନେ ଧ୍ଵଂସିତ ନଗରସବୁ ପୁନର୍ନିର୍ମାଣ କରି ତହିଁ ମଧ୍ୟରେ ବାସ କରିବେ ଓ ସେମାନେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରି ତହିଁରୁ ଦ୍ରାକ୍ଷାରସ ପାନ କରିବେ; ଆହୁରି, ସେମାନେ ଉଦ୍ୟାନ ପ୍ରସ୍ତୁତ କରି ତହିଁର ଫଳ ଭୋଗ କରିବେ।