1
୧ ଥେସଲନୀକୀୟ 5:16-18
ପବିତ୍ର ବାଇବଲ (Re-edited) - (BSI)
ODIAOV-BSI
ସର୍ବଦା ଆନନ୍ଦ କର; ନିରନ୍ତର ପ୍ରାର୍ଥନା କର; ସବୁ ଅବସ୍ଥାରେ ଧନ୍ୟବାଦ ଦିଅ; କାରଣ ତୁମ୍ଭମାନଙ୍କ ବିଷୟରେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଏହା ଈଶ୍ଵରଙ୍କ ଅଭିମତ।
Compare
Explore ୧ ଥେସଲନୀକୀୟ 5:16-18
2
୧ ଥେସଲନୀକୀୟ 5:23-24
ଶାନ୍ତିଦାତା ଈଶ୍ଵର ସ୍ଵୟଂ ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣ ରୂପେ ପବିତ୍ର କରନ୍ତୁ, ପୁଣି ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ନିମନ୍ତେ ତୁମ୍ଭମାନଙ୍କ ଆତ୍ମା, ପ୍ରାଣ, ଶରୀର ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ରୂପେ ରକ୍ଷିତ ହେଉୀ। ଯେ ତୁମ୍ଭମାନଙ୍କୁ ଆହ୍ଵାନ କରୁଅଛନ୍ତି, ସେ ବିଶ୍ଵସ୍ତ; ସେ ତାହା ମଧ୍ୟ ସାଧନ କରିବେ।
Explore ୧ ଥେସଲନୀକୀୟ 5:23-24
3
୧ ଥେସଲନୀକୀୟ 5:15
ସାବଧାନ, କେହି କାହାରି ପ୍ରତି ଅପକାର ବଦଳରେ ଅପକାର ନ କରୁ, ବରଞ୍ଚ ତୁମ୍ଭେମାନେ ସର୍ବଦା ପରସ୍ପରର ଓ ସମସ୍ତଙ୍କର ମଙ୍ଗଳ କରିବାକୁ ସଚେଷ୍ଟ ହୁଅ।
Explore ୧ ଥେସଲନୀକୀୟ 5:15
4
୧ ଥେସଲନୀକୀୟ 5:11
ଏଣୁ ଯେପରି କରୁଅଛ, ସେହିପରି ପରସ୍ପରକୁ ସାନ୍ତ୍ଵନା ଦିଅ, ପୁଣି ପରସ୍ପରର ନିଷ୍ଠା ଜନ୍ମାଅ।
Explore ୧ ଥେସଲନୀକୀୟ 5:11
5
୧ ଥେସଲନୀକୀୟ 5:14
ହେ ଭାଇମାନେ, ଆମ୍ଭେମାନେ ତୁମ୍ଭମାନଙ୍କୁ ନିବେଦନ କରୁଅଛୁ, ଅବିହିତ ଆଚରଣ କରୁଥିବା ଲୋକମାନଙ୍କୁ ଚେତନା ଦିଅ, ସାହସ-ହୀନମାନଙ୍କୁ ସାନ୍ତ୍ଵନା ଦିଅ, ଦୁର୍ବଳମାନଙ୍କ ତତ୍ତ୍ଵ ନିଅ, ସମସ୍ତଙ୍କ ପ୍ରତି ଦୀର୍ଘସହିଷ୍ଣୁ ହୁଅ ।
Explore ୧ ଥେସଲନୀକୀୟ 5:14
6
୧ ଥେସଲନୀକୀୟ 5:9
କାରଣ ଈଶ୍ଵର ଆମ୍ଭମାନଙ୍କୁ କ୍ରୋଧର ପାତ୍ର ହେବା ନିମନ୍ତେ ନିରୂପଣ ନ କରି ବରଂ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ପରିତ୍ରାଣ ପ୍ରାପ୍ତ ହେବା ନିମନ୍ତେ ନିରୂପଣ କରିଅଛନ୍ତି
Explore ୧ ଥେସଲନୀକୀୟ 5:9
7
୧ ଥେସଲନୀକୀୟ 5:5
କାରଣ ତୁମ୍ଭେମାନେ ସମସ୍ତେ ଆଲୋକ ଓ ଦିବସର ସନ୍ତାନ। ଆମ୍ଭେମାନେ ରାତ୍ରି କି ଅନ୍ଧକାରର ସନ୍ତାନ ନୋହୁଁ
Explore ୧ ଥେସଲନୀକୀୟ 5:5