1
ମାଥିଉଲିଖିତ ସୁସମାଚାର 18:20
ପବିତ୍ର ବାଇବଲ (CL) NT (BSI)
ODCLBSI
“କାରଣ ଯେଉଁ ଦୁଇ ବା ତତୋଧିକ ଲୋକ ମୋ’ ନାମରେ ଏକତ୍ରିତ ହୁଅନ୍ତି, ମୁଁ ସେଠାରେ ବିଦ୍ୟମାନ ଥାଏ।”
Համեմատել
Ուսումնասիրեք ମାଥିଉଲିଖିତ ସୁସମାଚାର 18:20
2
ମାଥିଉଲିଖିତ ସୁସମାଚାର 18:19
“କେବଳ ସେତିକି ନୁହେଁ, ଯେତେବେଳେ ତୁମ ମଧ୍ୟରୁ ଦୁଇଜଣ ଯେ କୌଣସି ବିଷୟରେ ଏକମତ ହୋଇ ସେଥିପାଇଁ ପ୍ରାର୍ଥନା କରିବ, ମୋର ସ୍ୱର୍ଗସ୍ଥ ପିତା ତୁମର ସେହି ଇଚ୍ଛା ପୂରଣ କରିବେ।
Ուսումնասիրեք ମାଥିଉଲିଖିତ ସୁସମାଚାର 18:19
3
ମାଥିଉଲିଖିତ ସୁସମାଚାର 18:2-3
ଯୀଶୁ ଗୋଟୀଏ ଶିଶୁକୁ ସେମାନଙ୍କ ଆଗରେ ଠିଆ କରାଇ କହିଲେ, “ମୁଁ ତୁମ୍ଭମାନଙ୍କୁ ନିଶ୍ଚିତ ଭାବରେ କହୁଛି, ତୁମର ମନ ପରିବର୍ତ୍ତିତ ହୋଇ ଶିଶୁ ସୁଲଭ ନ ହେଲେ ସ୍ୱର୍ଗରାଜ୍ୟରେ କଦାପି ପ୍ରବେଶ କରିପାରିବ ନାହିଁ।
Ուսումնասիրեք ମାଥିଉଲିଖିତ ସୁସମାଚାର 18:2-3
4
ମାଥିଉଲିଖିତ ସୁସମାଚାର 18:4
ଯେ ନିଜକୁ ନମ୍ର କରି ଏହି ଶିଶୁ ପରି ହେବ, ସେ ସ୍ୱର୍ଗରାଜ୍ୟରେ ସବୁଠାରୁ ବଡ଼
Ուսումնասիրեք ମାଥିଉଲିଖିତ ସୁସମାଚାର 18:4
5
ମାଥିଉଲିଖିତ ସୁସମାଚାର 18:5
ଏବଂ କେହି ମୋ’ ନାମରେ ଏହିପରି ଗୋଟିଏ ଶିଶୁକୁ ଗ୍ରହଣ କରେ, ସେ ମୋତେ ମଧ୍ୟ ଗ୍ରହଣ କରେ।
Ուսումնասիրեք ମାଥିଉଲିଖିତ ସୁସମାଚାର 18:5
6
ମାଥିଉଲିଖିତ ସୁସମାଚାର 18:18
“ତୁମ୍ଭମାନଙ୍କୁ ଏହି କଥା କହି ରଖୁଛି, ତୁମେ ଏହି ପୃଥିବୀରେ ଯାହା ନିଷେଧ କରିବ, ସ୍ୱର୍ଗରେ ମଧ୍ୟ ତାହା ନିଷିଦ୍ଧ ହେବ ଏବଂ ଯାହା ପାଇଁ ତୁମେ ପୃଥିବୀରେ ଅନୁମତି ଦେବ, ସ୍ୱର୍ଗରେ ମଧ୍ୟ ତାହା ଅନୁମୋଦିତ ହେବ।
Ուսումնասիրեք ମାଥିଉଲିଖିତ ସୁସମାଚାର 18:18
7
ମାଥିଉଲିଖିତ ସୁସମାଚାର 18:35
ଯୀଶୁ ଦୃଷ୍ଟାନ୍ତ ଶେଷକରି କହିଲେ, “ତୁମ ବିରୁଦ୍ଧରେ ଦୋଷ କରିଥିବା ଲୋକମାନଙ୍କୁ ଆନ୍ତରିକଭାବେ ଯଦି କ୍ଷମା ନ ଦିଅ, ତେବେ ମୋ’ ସ୍ୱର୍ଗସ୍ଥ ପିତା ମଧ୍ୟ ତୁମ ପ୍ରତି ଏହିପରି ବ୍ୟବହାର କରିବେ।”
Ուսումնասիրեք ମାଥିଉଲିଖିତ ସୁସମାଚାର 18:35
8
ମାଥିଉଲିଖିତ ସୁସମାଚାର 18:6
“ମୋ’ଠାରେ ବିଶ୍ୱାସ କରୁଥିବା ଏହି ଶିଶୁମାନଙ୍କ ମଧ୍ୟରୁ ଜଣକର ବିଶ୍ୱାସରେ ଯେ କେହି ବିଘ୍ନ ଘଟାଏ, ତା' ବେକରେ ଗୋଟିଏ ଚକି ପଥର ବାନ୍ଧି ତାକୁ ସମୁଦ୍ରରେ ପକାଇ ଦେବା ଶ୍ରେୟସ୍କର ହେବ।
Ուսումնասիրեք ମାଥିଉଲିଖିତ ସୁସମାଚାର 18:6
9
ମାଥିଉଲିଖିତ ସୁସମାଚାର 18:12
“ତୁମେ କ’ଣ ଭାବୁଛ, ଯଦି ଜଣେ ଲୋକର ଶହେ ମେଣ୍ଢା ଥାଏ ଏବଂ ସେଥିରୁ ଗୋଟିଏ ହଜିଯାଏ, ତେବେ ସେ କ’ଣ କରିବ? ଅନେଶତଟି ମେଣ୍ଢାଙ୍କୁ ପାହାଡ଼ ପାଖରେ ଚରିବାକୁ ଛାଡ଼ିଦେଇ ସେହି ହଜିଥିବା ମେଣ୍ଢାଟିକୁ ଖୋଜିବାକୁ ବାହାରିବ।
Ուսումնասիրեք ମାଥିଉଲିଖିତ ସୁସମାଚାର 18:12