Лого на YouVersion
Икона за пребарување

ମାଥିଉଲିଖିତ ସୁସମାଚାର 7

7
ଅନ୍ୟମାନଙ୍କର ଦୋଷ ଧରିବା
(ଲୂକ ୬:୩୭-୩୮,୪୧-୪୨)
1ଅନ୍ୟମାନଙ୍କର ଦୋଷ ଖୋଜି ବୁଲ ନାହିଁ। ତାହାହେଲେ ଈଶ୍ୱର ମଥ୍ୟ ତୁମ୍ଭର ଦୋଷ ଧରିବେ ନାହିଁ।
2ଅନ୍ୟମାନଙ୍କ ଦୋଷ ବିଷୟରେ ତୁମେ ଯେପରି ଭାବରେ ବିଚାର କରିଥାଅ, ଈଶ୍ୱର ସେପରି ତୁମର ବିଚାର କରିବେ। ତୁମେ ଅନ୍ୟମାନଙ୍କ ପ୍ରତି ଯେଉଁ ନିୟମ ପ୍ରୟୋଗ କରୁଛ, ସେହି ନିୟମ ଈଶ୍ୱର ତୁମ ପ୍ରତି ମଧ୍ୟ ପ୍ରୟୋଗ କରିବେ।#ମାର୍କ ୪:୨୪। 3ତୁମ ଆଖିରେ କାଠ ଗଡ଼ଟାଏ ଥିବାବେଳେ ତୁମ ଭାଇ ଆଖିରେ ଧୂଳିକଣାଟି ପ୍ରତି ତୁମ୍ଭେ କାହିଁକି ଥ୍ୟାନତ ଦେଉଛ? 4ନିଜ ଆଖିରେ କାଠଖଣ୍ଡଟିଏ ଥାଉ ଥାଉ ତୁମେ କେଉଁ ସାହସରେ ତୁମ ଭାଇ ଆଖିରୁ ଧୂଳିକଣାଟି ବାହାର କରିଦେବ ବୋଲି କହୁଛ? 5ପ୍ରତାରକ! ତୁମ ଆଖିରୁ କାଠ ଗଡ଼ଟିକୁ ପ୍ରଥମେ ବାହାର କରିଦିଅ। ତାହାହେଲେ ତୁମ ଭାଇର ଆଖିରେ ପଡ଼ିଥିବା ଧୁଳିକଣାକୁ ତୁମେ ସହଜରେ ଦେଖିପାରିବ।
6କୁକୁରକୁ ପବିତ୍ର ପଦାର୍ଥ ଦିଅ ନାହିଁ। କାରଣ ସେ ବୁଲିପଡ଼ି ତୁମକୁ ଆକ୍ରମଣ କରିପାରେ। ଘୁଷୁରି ଆଗରେ ମୁକ୍ତା ପକାଅ ନାହିଁ। ତା’ର ମୂଲ୍ୟ ନ ବୁଝି ତାକୁ ସେ କେବଳ ପାଦରେ ଦଳି ଦେବ।
ମଗ,ଖୋଜ ଓ ଦ୍ୱାରରେ ଆଘାତ କର
(ଲୂକ ୧୧:୯-୧୩)
7ମାଗ, ତାହେଲେ ତୁମକୁ ଦିଆଯିବ; ଖୋଜ, ନିଶ୍ଚୟ ପାଇବ; ଦ୍ୱାରରେ ଆଘାତ କର, ଦ୍ୱାର ଖୋଲା ହେବ। 8ଯେ କେହି ମାଗେ, ତାକୁ ଦିଆଯାଏ; ଯେ ଖୋଜେ, ସେ ପାଏ; ଯେ ଦ୍ୱାରରେ ଆଘାତ କରେ, ତା ପାଇଁ ଦ୍ୱାର ଖୋଲି ଦିଆଯାଏ।
9ତୁମ ପୁଅ ରୋଟି ମାଗିଲେ ତାକୁ କଣ ପଥର ଦେବ? 10କିମ୍ବା ସେ ମାଛ ମାଗିଲେ ତାକୁ କଣ ସାପ ଦେବ?
11ତୁମ୍ଭେ ନିଜର ଦୋଷ ଦୁର୍ବଳତା ସତ୍ତେ୍ୱ ପିଲାମାନଙ୍କୁ ଭଲ ଜିନିଷ ଦେଇଥାଅ। ଯେଉଁମାନେ ଈଶ୍ୱରଙ୍କୁ ମାଗନ୍ତି, ସେ ସେମାନଙ୍କୁ ଆହୁରି କେତେ ଭଲ ଜିନିଷ ପ୍ରଚୁରଭାବେ ନ ଦେବେ?
12ତୁମ ପାଇଁ ଅନ୍ୟମାନେ ଯାହା କରନ୍ତୁ ବୋଲି ତୁମେ ଇଚ୍ଛାକରୁଛ, ତୁମେ ଅନ୍ୟମାନଙ୍କ ପାଇଁ ତାହା କର। ମୋଶା ଦେିଥିବା ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଶିକ୍ଷାର ଏହା ହେଉଛି ସାର କଥା।#ଲୂକ ୬:୩୧।
ସଂକୀର୍ଣ୍ଣ ଦ୍ୱାର
(ଲୂକ ୧୩:୨୪)
13ସଂକୀର୍ଣ୍ଣ ଦ୍ୱାରା ଦେଇ ଯାଅ। କାରଣ ନରକକୂ ଯିବା ରାସ୍ତା ସୁଗମ ଓ ତାର ପ୍ରଶସ୍ତ। ଅନେକେ ସେହି ବାଟେ ଯାନ୍ତି। 14କିନ୍ତୁ ଅନନ୍ତ ଜୀବନକୁ ପଡ଼ିଥିବା ରାସ୍ତା ଦୁର୍ଗମ ଓ ବାଟ ଖୋଜି ପାଆନ୍ତି।
ଗଛ ଓ ତା‘ଳ
(ଲୂକ ୬:୪୩-୪୪)
15ଭଣ୍ଡା ଭାବବାଦୀମାନଙ୍କ ପ୍ରତି ସାବଧାନ! ସେମାନେ ବାହାରକୁ ମେଣ୍ଢା ପରି ଦେଖାଯାଆନ୍ତି, କିନ୍ତୁ ପ୍ରକୃତରେ ସେମାନେ ଗୋଟିଏ ହେଟା ବାଘ।
16ସେମାନେ କାର୍ଯ୍ୟକଳାପରୁ ତୁମେ ସେମାନଙ୍କୁ ଚିହ୍ନିପାରିବ। କଣ୍ଟା ବୁଦାରେ ଦ୍ରାକ୍ଷଶ ‘ଳେ ନାହଁ କିମ୍ବା କାନକୋଳି ଗଛରେ ଡିମିରି ‘ଳ ଧର ନାହିଁ।
17ଭଲ ଗଛରେ ଭଲ ‘ଳ ଧରେ। ଖରାପ ଗଛରେ ଖରାପ। 18ଭଲ ଗଛରେ ଖରାପ ‘ଲ ‘ଳିବ ନାହିଁ କିମ୍ବା ଖରାପ ଗଛର ‘ଳ ଭଲ ହୋଇ ପାରିବ ନାହିଁ। 19ଭଲ ‘ଳ ନ ଧରିଲେ ଗଛଟି କଟା ଯାଇ ନିଆଁରେ ପକାଯାଏ।#ମାଥିଉ ୩:୧୦; ଲୂକ ୩:୯। 20ସେହିପରି ଭଣ୍ଡ ଭାବବାଦୀମାନଙ୍କର କାର୍ଯ୍ୟକଳାପରୁ ସେମାନଙ୍କୁ ତୁମେ ଚିହ୍ନି ପାରିବ।#ମାଥିଉ ୧୨:୩୩।
ମୁଁ ତୁମମାନଙ୍କୁ ଜାଣେ ନାହିଁ
(ଲୂକ ୧୩:୨୫-୨୭)
21ଯେଉଁମାନେ ମୋତେ ପ୍ରଭୁ, ପ୍ରଭୁ ବୋଲି ଡାକନ୍ତି, ସେମାନେ ସମସ୍ତେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ। ଯେଉଁମାନେ ପିତା ଈଶ୍ୱରଙ୍କର ଇଚ୍ଛାଅନୁଯାୟୀ କାମ କରନ୍ତି, କେବଳ ସେହିମାନେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିପାରିବେ।
22ମହାବିଚାର ଦିନ ଉପସ୍ଥିତ ହେଲେ ଅନେକେ ମୋତେ କହିବେ, ପ୍ରଭୁ ତୁମ ନାମରେ ଭୂତ ଛଡ଼ାଇଛୁ ଏବଂ ଅନେକ ଅଲୌକିକ କାର୍ଯ୍ୟ କରିଛୁ। 23ସେତେବେଳେ ସେମାନେ ମୁଁ କହିବି, ତୁମ୍ଭମାନଙ୍କୁ ମୁଁ ଜାଣେ ନାହିଁ। ଦୁଗଚାରୀମାନେ, ମୋ ନିକଟରୁ ଦୂର ହୁଅ।#ଗୀତ. ୬:୮।
ମୁଁ ତୁମମାନଙ୍କୁ ଜାଣେ ନାହିଁ
(ଲୂକ ୬:୪୭-୪୯)
24“ଯେ ମୋ’ କଥା ଶୁଣି ପାଳନ କରେ, ସେ ପଥଣ ଉପରେ ଘର ମୋଳି ଥିବା ବୁଦ୍ଧିମନ ଲୋକ ପରି। 25ପ୍ରବଳ ବର୍ଷାହେଲା, ନଦୀ ଜଳ ବନ୍ଧ ଟପି ଉଛୁଳି ପଡ଼ିଲା ଓ ସେହି ଘର ଉପରେ ଅତି ବେଗରେ ପବନ ବହିଲା, କିନ୍ତୁ ସେହି ଘରଟି ଭୁଷୁଡ଼ି ପଡ଼ିଲା ନାହିଁ। କାରଣ ତାଡା ପଥର ଉପର ନିର୍ମିତ ହୋଇଥିଲା। 26“କିନ୍ତୁ ଯେଉଁମାନେ ମୋ’ କଥା ଶୁଣି ପାଳନ କରନ୍ତି ନାହିଁ, ସେମାନେ ବାଲିକୁଦ ଉପରେ ଘର ତିଆରି କରିଥିବା ମୂର୍ଖ ପରି। 27ଘୋର ବର୍ଷା ହେଲା, ନଦୀ ପାଣି କୂଳ ଟପିଲା। ଜୋରରେ ପବନ ବହିଲା ଓ ଘରଟି ଭୂମିସାତ୍ ହେଲା। ଉକ୍ତ ପତନ କେଡ଼େ ଭୟଙ୍କର ସତେ।”
ଯୀଶୁଙ୍କର କ୍ଷମତାପନ୍ମ ଶିକ୍ଷା
28ଶେଷ ପର୍ଯ୍ୟନ୍ତ ଯୀଶୁଙ୍କର ଏହିସବୁ କଥା ଶୁଣି ଲୋକମାନେ ତାଙ୍କ ଶିକ୍ଷାରେ ବିସ୍ମିତ ହେଲେ।#ମାର୍କ ୧:୨୨; ଲୂକ ୪:୩୬। 29ସେ ଅନ୍ୟାନ୍ୟ ଧର୍ମଗୁରୁମାନଙ୍କ ପରି ଶିକ୍ଷା ନ ଦେଇ କ୍ଷମତାପନ୍ନ ବ୍ୟକ୍ତିଙ୍କ ପରି ଶିକ୍ଷଶ ଦେଉଥିଲେ।

Нагласи

Сподели

Спореди

Копирај

None

Дали сакаш да ги зачуваш Нагласувањата на сите твои уреди? Пријави се или најави се