ମାଥିଉଲିଖିତ ସୁସମାଚାର 16
16
ଅଲୌକିକ କାର୍ଯ୍ୟ ପ୍ରଦର୍ଶନ ପାଇଁ ଦାବୀ
(ମାର୍କ ୮:୧୧-୧୩; ଲୂକ ୧୨:୫୪-୫୬)
1ଦିନେ କେତେ ଜଣ ଫାରୁଶୀ ଓ ସାଦ୍ଦୁକୀ ଯୀଶୁଙ୍କ ଦୋଷ ଧରିବା ପାଇଁ ଫାନ୍ଦ ପାତି ତାଙ୍କ ନିକଟକୁ ଆସିଲେ। ସେମାନେ ତାଙ୍କୁ କହିଲେ, ଈଶ୍ୱର ତାଙ୍କୁ ମନୋନୀତ କରିଛନ୍ତି ବୋଲି ପ୍ରମାଣ ଦେବା ପାଇଁ ସେ ଗୋଟିଏ ଅଲୌକିକ କାର୍ଯ୍ୟ କରି ଦେଖନ୍ତୁ।#ମାଥିଉ ୧୨:୩୮; ଲୂକ ୧୧:୧୬।
2କିନ୍ତୁ ଯୀଶୁ ଉତ୍ତର ଦେଲେ, “ସନ୍ଧ୍ୟାବେଳେ ଆକାଶ ଲାଲ ଦେଖାଗଲେ ପାଗ ଭଲ ହେବ ବୋଲି ତୁମେ କହିଥାଅ, 3ପୁଣି ପ୍ରତ୍ୟୁଷରେ ଆକାଶ ଲାଲ ଓ ଅନ୍ଧାର ଦେଖାଗଲେ ବର୍ଷା ହେବାର ସୂଚନା ପାଇଥାଅ। ଆକାଶକୁ ଦେଖି ପାଗ କଥା ଆଗରୁ ଜାଣିପାର। କିନ୍ତୁ ବର୍ତ୍ତମାନ ସମୟର ସଙ୍କେତଗୁଡ଼ିକୁ ତୁମେ ବୁଝିପାରୁ ନାହିଁ। 4ଏ ଯୁଗର ଲୋକମାନେ କେଡ଼େ ଭ୍ରଷ୍ଟ ଓ ଈଶ୍ୱର ଅବିଶ୍ୱାସୀ! ତୁମେ ଗୋଟିଏ ଅଲୌକିକ କାର୍ଯ୍ୟ କରିବାରୁ କହୁଛ? କିନ୍ତୁ ଯୂନସଙ୍କ ଚୀବନରେ ଘଟିଥିବା ଆଶ୍ଚର୍ଯ୍ୟ କ୍ରିୟା ଛାଡ଼ା ଅନ୍ୟ କୌଣସି ଅଲୌକିକ କାର୍ଯ୍ୟ ତୁମେ ମୋ’ଠାରେ ଦେଖିବ ନାହିଁ।”#ମାଥିଉ ୧୨:୩୯; ଲୂକ ୧୧:୨୯।
ଏହା କହି ଯୀଶୁ ସେମାନଙ୍କୁ ଛାଡ଼ି ଜାଲିଗଲେ।
ଫାରୁଶୀ ଓ ସାଦ୍ଦୁକୀମାନଙ୍କର ଶିକ୍ଷା
(ମାର୍କ ୮:୧୪-୨୧)
5ଶିଷ୍ୟମାନେ ହ୍ରଦ ଆରପାରିକୁ ଯିବା ସମୟରେ ରୋଟୀ ନେବକୁ ଭୁଲି ଯାଇଥିଲେ। 6ଯୀଶୁ ସେମାନଙ୍କୁ କହିଲେ, “ସାବଧାନ, ଫାରୁଶୀ ଓ ସାଦ୍ଦୁକୀମାନଙ୍କର ଖମୀର ପ୍ରତି ସର୍ତକ ରୁହ।”#ଲୂକ ୧୨:୧।
7ସେମାନେ ନିଜ ନିଜ ଭିତରେ ଆଲୋଚନା କରି କହିଲେ, “ଆମେ ରୋଟୀ ଆଣି ନ ଥିବାରୁ ସେ ଏକଥା କହୁଛନ୍ତି।”
8ସେମାନେ କ’ଣ କହୁଥଲେ ଜାଣିପରେି ଯୀଶୁ ସେମାନଙ୍କୁ କହିଲେ, “ତୁମ ପାଖରେ ରୋଟୀ ନାହି ବୋଲି କାହିଁକି ବ୍ୟସ୍ତ ହେଉଛ? ତୁମ୍ଭମାନର ବିଶ୍ୱାସ କେଡ଼େ ଦୂର୍ବଳ। 9ଏ ପର୍ଯ୍ୟନ୍ତ କ’ଣ ବୁଝିପାରି ନାହିଁ? ପାଞ୍ଚ ହଜାର ଲୋକଙ୍କ ମଧ୍ୟରେ ମୁଁ ପାଞ୍ଚୋଟି ରୋଟୀ ବାଣ୍ଟିଥିବା କଥା କ’ଣ ତୁମର ମନେ ନାହିଁ? ସେତେବେଳେ କେତୋଟି ଟୋକେଇ ପୂର୍ଣ୍ଣ କରିଥିଲେ?#ମାଥିଉ ୧୪:୧୭-୨୧। 10ଆଉ ଚାରି ହଜାର ଲୋକଙ୍କ ପାଇଁ ସାତୋଟି ରୋଟୀ କଥା ମନେ ନାହିଁ? ସେତେବେଳେ କେତୋଟି ଟୋକେଇ ଭର୍ତ୍ତି କରିଥିଲେ?#ମାଥିଉ ୧୫:୩୪-୩୮।
11“ମୁଁ ରୋଟୀ ବିଷୟରେ କହୁ ନ ଥିଲେ, ତୁମେ କେମିତି ବୁଝିପାରୁ ନାହିଁ? ମୁଁ କହୁଛି, ଫାରୁଶୀ ଓ ସାଦ୍ଦୁୀମାନଙ୍କର ଖମୀର ପ୍ରତି ସର୍ତକ ରହୁ।”
12ସେତେବେଳେ ଶିଷ୍ୟମାନେ ବୁଝି ପାରିଲେ ଯେ ଯୀଶୁ ରୋଟୀର ଖମୀର କଥା କହି ନ ଥଲେ, କିନ୍ତୁ ଫାରୁଶୀ ଓ ଦାଦ୍ଦୁକୀମାନଙ୍କର ଶିକ୍ଷା ପ୍ରତି ସର୍ତକ କରି ଦେଇଥଲେ।
ଯୀଶୁଙ୍କ ସମ୍ପର୍କରେ ପିତରଙ୍କ ଘୋଷଣା
(ମାର୍କ ୮:୨୭-୩୦; ଲୂକ ୯:୧୮-୨୧)
13ସିସେରିଆ ଫିଲିପ୍ପୀ ନଗର ନିକଟବର୍ତ୍ତୀ ଅଞ୍ଚଳକୁ ଯିବା ପରେ ଯୀଶୁ ଶିଷ୍ୟମାନଙ୍କୁ ପଚାରିଲେ, “ମନୁଷ୍ୟ ପୁତ୍ର କିଏ- ଏ ବିଷୟରେ ଲୋକେ କ’ଣ କହୁଛନ୍ତି?”
14ସେମାନେ ଉତ୍ତର ସେଲେ, “କେତେକ କହୁଛନ୍ତି, ସେ ଜଳଦୀକ୍ଷାଦାତା ଯୋହନ। ଆଉ କେତେକ କହୁଛନ୍ତି ‘ଏଲିୟ’, ଅନ୍ୟମାନେ କହୁଛନ୍ତି, ଯରିମିୟ ବା ଅନ୍ୟ କୌଣସି ଭାବବାଦୀ।”#ମାଥିଉ ୧୪:୧-୨; ମାର୍କ ୬:୧୪-୧୫; ଲୂକ ୯:୭-୮।
15ଯୀଶୁ ପଚାରିଲେ, “ମୁଁ କିଏ-ଏ ବିଷୟରେ ତୁମ୍ଭେମାନେ କ’ଣ କହୁଛ?”
16ଶିମୋନ ପିତର ଉତ୍ତର ଦେଲେ, “ଆପଣ ମସୀହ, ଜୀବନ୍ତ ଈଶ୍ୱରଙ୍କ ପୁତ୍ର।”#ଯୋହନ ୬:୬୮-୬୯।
17ଯୀଶୁ କହିଲେ, “ଧନ୍ୟ ତୁମେ ଯୂନସଙ୍କ ପୁତ୍ର, ପିତର! ଏହି ସତ୍ୟ ତୁମେ କୌଣସି ମନୁଷ୍ୟଠାରୁ ପାଇ ନାହିଁ। ମୋର ସ୍ୱର୍ଗସ୍ଥ ପିତା ନିଜେ ଏହା ତୁମଠାରେ ପ୍ରକାଶ କରିଛନ୍ତି।
18“ସେଥିରେ ମୁଁ ତୁମକୁ କହୁଛି, ତୁମେ ପିତର ଅର୍ଥାତ୍ ପଥର। ଏହି ପଥର ମୂଳଦୁଆ ଉପରେ ମୁଁ ମୋର ଉପାସକ ମୁଣ୍ଡଳୀ ପ୍ରତିଷ୍ଠା କରିବି। ଏପରି କି ମୃତ୍ୟପରି କୌଣସି ଧ୍ୱଂସକାରୀ ଶକ୍ତି ତାକୁ ବିନଷ୍ଟ କରି ପାରିବ ନାହିଁ।
19“ମୁଁ ତୁମକୁ ସ୍ୱର୍ଗରେ ମଧ୍ୟ ସେଥିପାଇଁ ଅନୁମତି ମିଳିବ।”#ମାଥିଉ ୧୮:୧୮; ଯୋହନ ୨୦:୨୩।
20ଯୀଶୁ ମସୀହ ବୋଲି କାହା ଆଗରେ ନ ଜଣାଇବାକୁ ସେ ଶିଷ୍ୟମାନଙ୍କୁ ଦୃଢ଼ ଆଜ୍ଞ ଦେଲେ।
ଯୀଶୁ ନିଜ ଦୁଃଖଭୋଗ ଓ ମୃତ୍ୟୁ ବିଷୟରେ ସୂଚନା ଦେଲେ
(ମାର୍କ ୮:୩୧—୯:୧; ଲୂକ ୯:୨୨-୨୭)
21ସେହି ସମୟରୁ ଯୀଶୁ ଶିଷ୍ୟମାନଙ୍କୁ ସ୍ପଷ୍ଟଭାବରେ କହିବାକୁ ଲାଗିଲେ, “ମୁଁ ଯିରୂଶାଲମକୁ ଯାଇ ଓର୍ମଯାଜକ, ଧର୍ମଗୁରୁ ଓ ଧର୍ମନେତାମାନଙ୍କ ଦ୍ୱାରା ନିର୍ଯ୍ୟତିତ ହୋଇ ବହୁ କଷ୍ଟ ଭୋଗ କରିବି। ଶେଷରେ ନିହତ ହେବି, କିନ୍ତୁ ତିନି ଦିନ ପରେ ପୁନର୍ଜୀବିତ ହୋଇ ଉଠିବି।”
22ପିତର ଯୀଶୁଙ୍କୁ ନିଭୃତକୁ ଡାକିନେଇ ଅନୁଯୋଗ କରି କହିଲେ, “ଈଶ୍ୱର ନ କରନ୍ତୁ, ପ୍ରଭୁ, ଆପଣଙ୍କ ପ୍ରତି ଏସବୁ କେବେ ନ ଘଟୁ।”
23ଯୀଶୁ ବୁଲିପଡ଼ି କହିଲେ, “ମୋ’ ଆଗରୁ ଦୁରେଇ ଯାଅ ଶୟତାନ, ମୋ’ ନାଇଁ ପ୍ରତିବନ୍ଧକ ହୁଅ ନାହିଁ। କାରଣ ତୁମର ଏହି ଚିନ୍ତା କେବଳ ମାନବିକ, ଐଶ୍ୱରିକ ନୁଡେଁ।”
24ତତ୍ପରେ ଯୀଶଉ ଶିଷ୍ୟମାନଙ୍କୁ କହିଲେ, “ଯେ କେହି ମୋ’ ସାଙ୍ଗରେ ଆସିବାକୁ ଚାହେଁ, ତାକୁ ଆମଫତ୍ୟାଗୀ ହୋଇ ନିଜର କ୍ରୁଶ ବହନ କରିବାକୁ ହେବ ଏବଂ ମୋ’ ପଛେ ପଛେ ଚାଲିବାକୁ ପଡ଼ିବ।#ମାଥିଉ ୧୦:୩୮; ଲୂକ ୧୪:୨୭। 25କାରଣ ଯେ କେହି ନିଜର ଜୀବନ ରକ୍ଷା କରିବାକୁ ଚାହେଁ, ସେ ତାହା ହରାଇବ, କିନ୍ତୁ ମୋ’ ଲାଗି ଯେ ନିଜ ଜୀବନକୁ ଉତ୍ସର୍ଗ କରିଦିଏ, ସେ ପ୍ରକୃତରେ ତାହା ସୁରକ୍ଷା କରିବ।#ମାଥିଉ ୧୦:୩୯; ଲୂକ ୧୭:୩୩; ଯୋହନ ୧୨:୨୫। 26ଯଦି କେହି ସମଗ୍ର ଜଗତକୁ ଜୟ କରେ, କିନ୍ତୁ ନିଜ ଜୀବନକୁ ହରାଇଦିଏ, ତାହାର କି ଲାଭ ହେବ? ଜୀବନକୁ ଫେରି ପାଇବା ପାଇଁ ସେ ଆଉ କିଛି ଦେଇ ପାିରବ ନାହିଁ। 27ମନିଷ୍ୟ ପୁତ୍ର ପିତା ଈଶ୍ୱରଙ୍କ ଦ୍ୱାରା ଗୌରବାନ୍ୱିତ ହୋଇ ସ୍ୱର୍ଗଦୂତମାନଙ୍କ ସହ ପୁନର୍ବାର ଆସିବେ। ସେତେବେଳେ ସେ ପ୍ରତ୍ୟେକକୁ ତା’ର କୃତକର୍ମ ଅନୁସରେ ଫଳ ଦେବେ।#ମାଥିଉ ୨୫:୩୧; ଗୀତ. ୬୨:୧୨; ରୋମୀୟ ୨:୬। 28ମୁଁ ତୁମ୍ଭମାନଙ୍କୁ ନିଶ୍ଚିତଭାବେ କହୁଛି, ମନୁଷ୍ୟ ପୁତ୍ର ରାଜା ହୋଇ ଆସିବା ପର୍ଯ୍ୟନ୍ତୁ ଏଠାରେ ଉପସ୍ଥିତ ଥିବା କେତେଜଣ ମୃତ୍ୟ ଭୋଗ କରିବେ ନାହିଁ।”
Šiuo metu pasirinkta:
ମାଥିଉଲିଖିତ ସୁସମାଚାର 16: ODCLBSI
Paryškinti
Dalintis
Palyginti
Kopijuoti
Norite, kad paryškinimai būtų įrašyti visuose jūsų įrenginiuose? Prisijunkite arba registruokitės
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.