1
ମାଥିଉଲିଖିତ ସୁସମାଚାର 15:18-19
ପବିତ୍ର ବାଇବଲ (CL) NT (BSI)
ODCLBSI
କିନ୍ତୁ ଯେଉଁସବୁ ବିଷୟ ତା’ ମୁହଁ ବାଟେ ବାହାରକୁ ଆସେ, ତାହା ତା’ର ହୃଦୟରୁ ଜାତ ହୋଇଥାଏ ଏବଂ ତଦ୍ୱାରା ସେ ଅପବିତ୍ର ହୁଏ; କାରଣ ତା’ ହୃଦୟରୁ ଜାତ ଅସତ୍ ଚିନ୍ତା ଦ୍ୱାରା ସେ ନରହତ୍ୟା, ବ୍ୟଭିଚାର, ଲଣ୍ଠନ, ମିଥ୍ୟା ଓ ପର କୁତ୍ସାରଟନା ପରି ନାନା ପ୍ରକାର ନୀତିହୀନ କାର୍ଯ୍ୟ କରିଥାଏ।
Համեմատել
Ուսումնասիրեք ମାଥିଉଲିଖିତ ସୁସମାଚାର 15:18-19
2
ମାଥିଉଲିଖିତ ସୁସମାଚାର 15:11
ମନୁଷ୍ୟର ମୁଖ ଦେଇ ଯାହା ତା’ ଭିତରକୁ ଯାଏ, ତାହା ତାକୁ ଅପବିତ୍ର କରେ ନାହିଁ; ବରଂ ଯାହା ତା’ ଭିତରୁ ବାହାରକୁ ଆସେ, ତାହା ତାକୁ ଅପବିତ୍ର କରେ।”
Ուսումնասիրեք ମାଥିଉଲିଖିତ ସୁସମାଚାର 15:11
3
ମାଥିଉଲିଖିତ ସୁସମାଚାର 15:8-9
‘ଈଶ୍ୱର କହୁଛନ୍ତି, ଏହି ଲୋକମାନେ କେବଳ କଥାରେ ମୋତେ ସମ୍ମାନ ଦିଅନ୍ତି, କିନ୍ତୁ ସେମାନଙ୍କ ହୃଦୟ ମୋ’ଠାରୁ ବହୁତ ଦୂରରେ। ମୋତେ ସେମାନେ ଆରାଧନା କରିବା ନିରର୍ଥକ, କାରଣ ସେମାନେ ମଣିଷ ରାଢ଼ା ନିୟମକୁ, ମୋର ଆଜ୍ଞା ବୋଲି କହୁଛନ୍ତି’।”
Ուսումնասիրեք ମାଥିଉଲିଖିତ ସୁସମାଚାର 15:8-9
4
ମାଥିଉଲିଖିତ ସୁସମାଚାର 15:28
ଯୀଶୁ ତା’ କଥାର ଉତ୍ତର ଦେଇ କହିଲେ, “ତୁମେ ଜଣେ ଦୃଡ଼ ବିଶ୍ୱାସିନୀ। ତୁମ ଇଚ୍ଛା ପୂର୍ଣ୍ଣ ହେବ।” ସେହି ମୁହୂର୍ତ୍ତରେ ତା’ର ଝିଅ ସୁସ୍ଥ ହେଲା।
Ուսումնասիրեք ମାଥିଉଲିଖିତ ସୁସମାଚାର 15:28
5
ମାଥିଉଲିଖିତ ସୁସମାଚାର 15:25-27
ସ୍ତ୍ରୀ ଲୋକଟି ଆସି ଯୀଶୁଙ୍କ ଗୋଡ଼ ତଳେ ପଡ଼ି କହିଲା, "ପ୍ରଭୁ, ମୋତେ ଦୟା କରନ୍ତୁ।” ଯୀଶୁ କହିଲେ, “ ପିଲାମାନଙ୍କର ଖାଦ୍ୟ ନେଇ କୁକୁର ଆଜରେ ପକେଇବା ଠିକ୍ ନୁହେଁ।” ସ୍ତ୍ରୀ ଲୋକଟି ଉତ୍ତର ଦେଲା, “ତାହା ସତ ହ୍ରଭୁ, କିନ୍ତୁ କୁକୁରମାନେ ମଧ୍ୟ ମେଜ ତଳେ ମୁନିବର ଅଇଁଠା ଖାଇବାକୁ ପାହାନ୍ତି।”
Ուսումնասիրեք ମାଥିଉଲିଖିତ ସୁସମାଚାର 15:25-27