1
ପ୍ରେରିତ 7:59-60
ପବିତ୍ର ବାଇବଲ (Re-edited) - (BSI)
ODIAOV-BSI
ଯେତେବେଳେ ସେମାନେ ସ୍ତିଫାନଙ୍କୁ ପଥର ଫୋପାଡ଼ି ମାରୁଥିଲେ, ସେତେବେଳେ ସେ ପ୍ରାର୍ଥନା କରି କହିଲେ, ହେ ପ୍ରଭୁ ଯୀଶୁ, ମୋର ଆତ୍ମା ଗ୍ରହଣ କର। ପୁଣି, ସେ ଆଣ୍ଠୋଇପଡ଼ି ଉଚ୍ଚ ସ୍ଵରରେ ଡାକି କହିଲେ, ହେ ପ୍ରଭୁ, ଏହି ପାପ ଏମାନଙ୍କ ବିରୁଦ୍ଧରେ ଗଣନା କର ନାହିଁ। ସେ ଏହା କହି ମହାନିଦ୍ରା ପ୍ରାପ୍ତ ହେଲେ।
Karşılaştır
ପ୍ରେରିତ 7:59-60 keşfedin
2
ପ୍ରେରିତ 7:49
ସ୍ଵର୍ଗ ଆମ୍ଭର ସିଂହାସନ, ପୃଥିବୀ ଆମ୍ଭର ପାଦପୀଠ; ପ୍ରଭୁ କହନ୍ତି, ତୁମ୍ଭେମାନେ ଆମ୍ଭ ନିମନ୍ତେ କିପ୍ରକାର ଗୃହ ନିର୍ମାଣ କରିବ? କିମ୍ଵା ଆମ୍ଭର ବିଶ୍ରାମସ୍ଥାନ କାହିଁ?
ପ୍ରେରିତ 7:49 keşfedin
3
ପ୍ରେରିତ 7:57-58
କିନ୍ତୁ ସେମାନେ ଉଚ୍ଚସ୍ଵରରେ ଚିତ୍କାର କରି ଆପଣା ଆପଣା କର୍ଣ୍ଣ ରୁଦ୍ଧ କଲେ, ଆଉ ଏକଯୋଗରେ ତାଙ୍କ ଉପରେ ମାଡ଼ିପଡ଼ିଲେ, ପୁଣି, ସେମାନେ ତାଙ୍କୁ ନଗରରୁ ବାହାର କରିଦେଇ ପଥର ଫୋପାଡ଼ି ମାରିବାକୁ ଲାଗିଲେ; ଆଉ, ସାକ୍ଷୀମାନେ ଶାଉଲ ନାମକ ଜଣେ ଯୁବକଙ୍କ ପାଦ ପାଖରେ ଆପଣା ଆପଣା ବସ୍ତ୍ର ରଖିଲେ।
ପ୍ରେରିତ 7:57-58 keşfedin