ଆଦି ପୁସ୍ତକ 4
4
ପ୍ରଥମ ପରିବାର
1ଯେତେବେଳେ ସେହି ମନୁଷ୍ୟ ତା'ର ସ୍ତ୍ରୀ ହବା ସହିତ ସହବାସ କଲା, ସେ ଗର୍ଭବତୀ ହେଲା ଏବଂ ଏକ ପୁତ୍ରକୁ ଜନ୍ମ ଦେଲା, ଯାହାକୁ ସେ କୟିନ କହିଲା। ହବା କହିଲା, “ସଦାପ୍ରଭୁଙ୍କ ସହାୟତାରେ ମୁଁ ଏକ ମନୁଷ୍ୟ ଜନ୍ମ କରିଛି।”
2ଏହା ପରେ ହବା କୟିନର ଭାଇ ହେବଲଙ୍କୁ ଜନ୍ମ କଲା। ହେବଲ ମେଷପାଳକ ଓ କୟିନ କୃଷକ ହେଲେ।
ପ୍ରଥମ ହତ୍ୟା
3-4କିଛି ସମୟ ପରେ, କୟିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୂଉତ୍ପନ୍ନ ଫଳ ଆଣି ଉତ୍ସର୍ଗ କଲା ଏବଂ ହେବଲ ନିଜର ପ୍ରଥମଜାତ ମେଷ ଆଣିଲା ଏବଂ ସେମାନଙ୍କର ସର୍ବୋତ୍ତମ ଅଂଶ ପରମେଶ୍ୱରଙ୍କୁ ଉତ୍ସର୍ଗ କଲେ।
ସଦାପ୍ରଭୁ ହେବଲକୁ ଓ ତାହାର ନୈବେଦ୍ୟକୁ ଗ୍ରହଣ କଲେ। 5କିନ୍ତୁ ସଦାପ୍ରଭୁ କୟିନକୁ ଓ ତାହାର ନୈବେଦ୍ୟକୁ ଗ୍ରହଣ କଲେ ନାହିଁ। ଏଣୁ କୟିନ ବହୁତ କ୍ରୋଧ ଏବଂ ଦୁଃଖ କଲା। 6ସଦାପ୍ରଭୁ କୟିନକୁ ପଗ୍ଭରିଲେ, “କାହିଁକି ତୁମ୍ଭେ କ୍ରୋଧ କରୁଅଛ? ତୁମ୍ଭେ କାହିଁକି ଦୁଃଖ କରୁଛ? 7ତୁମ୍ଭେ ଯଦି ଠିକ୍ ବିଷୟ କରିବ, ତେବେ ମୁଁ ତୁମ୍ଭକୁ ଗ୍ରହଣ କରିବି। ଯଦି ତୁମ୍ଭେ ଭୁଲ୍ କର ତେବେ ତାହା ପାପ ହେବ। ପାପ ଏକ ପ୍ରାଣୀ ପରି, ତୁମ୍ଭ ଦ୍ୱାର ସମ୍ମୁଖରେ ନଇଁ କରି ତୁମ୍ଭ ଉପରେ ଝାମ୍ପମାରି ଧରିବାକୁ ଅପେକ୍ଷା କରିଅଛି। ତୁମ୍ଭେ ନିଶ୍ଚୟ ତା’ ଉପରେ ରାଜତ୍ୱ କରିବ।”
8କୟିନ ତା'ର ଭାଇ ହେବଲକୁ କହିଲା, “ଗ୍ଭଲ କ୍ଷେତକୁ ଯିବା।” ତେଣୁ କୟିନ ଏବଂ ହେବଲ କ୍ଷେତକୁ ବାହାରି ଗଲେ। ଏହା ପରେ କୟିନ ହେବଲକୁ ଆକ୍ରମଣ କରି ହତ୍ୟା କଲା।
9ଏହା ପରେ ସଦାପ୍ରଭୁ କୟିନକୁ କହିଲେ, “ତୁମ୍ଭର ଭାଇ ହେବଲ କେଉଁଠି?”
କୟିନ ଉତ୍ତର ଦେଲା, “ମୁଁ ଜାଣେ ନାହିଁ, ଏହା କ’ଣ ମୋର କାମ ଯେ ମୋର ଭାଇର ମୁଁ ଯତ୍ନ ନେବି ଓ ଜଗି ରହିବି?”
10ଏହା ପରେ ସଦାପ୍ରଭୁ କହିଲେ, “ତୁମ୍ଭେ କ’ଣ କଲ? ତୁମ୍ଭ ଭାଇର ରକ୍ତ ଭୂମିରୁ ଆମ୍ଭ ପ୍ରତି ଡାକ ପକାଉଛି। 11ଭୂମିରେ ତୁମ୍ଭ ଭାଇର ରକ୍ତ ଢାଳିଲ। ସେଥିପାଇଁ ତୁମ୍ଭେ ଅଭିଶପ୍ତ ହେଲ ଏବଂ ତୁମ୍ଭକୁ ଭୂମିରୁ ବାହାର କରାଯିବ। 12ଅତୀତରେ ଭୂମିରେ କୃଷିକର୍ମ କଲେହେଁ ତାହା ଆପଣା ଶକ୍ତି ଦେଇ ଆଉ ତୁମ୍ଭର ସେବା କରିବ ନାହିଁ। ତୁମ୍ଭେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବୁଲୁଥିବ, ପୃଥିବୀରେ ତୁମ୍ଭର ଗୃହ ରହିବ ନାହିଁ।”
13ଏହା ପରେ କୟିନ କହିଲା, “ମୋର ଦଣ୍ଡ ଅସହ୍ୟ! 14ଆଜି ତୁମ୍ଭେ ମୋତେ ଏହି ଭୂମିରୁ ତଡ଼ି ଦେଲ, ତହିଁରେ ମୁଁ ତୁମ୍ଭଠାରୁ ଲୁକାୟିତ ହେବି। ମୁଁ ଏକ ପଳାତକ ଓ ପୃଥିବୀରେ ଭ୍ରମଣକାରୀ ହେବି। ଏପରି ହେବ ଯେ, କୌଣସି ଲୋକ ମୋତେ ପାଇଲେ ବଧ କରିବ।”
15ଏହା ପରେ ସଦାପ୍ରଭୁ କୟିନକୁ କହିଲେ, “ମୁଁ ଏପରି ଘଟିବାକୁ ଦେବି ନାହିଁ! ଯଦି କୌଣସି ଲୋକ ତୁମ୍ଭକୁ ହତ୍ୟା କରେ, ତେବେ ମୁଁ ତାକୁ ଅଧିକରୁ ଅଧିକ ଦଣ୍ଡ ବିଧାନ କରିବି।” ଏହା ପରେ ସଦାପ୍ରଭୁ ପରମେଶ୍ୱର କୟିନକୁ ଏକ ଚିହ୍ନ ଦେଲେ। ଚିହ୍ନଟି ଦର୍ଶାଇଲା ଯେ, କେହି ତାକୁ ମାରିବା ଉଚିତ୍ ନୁହେଁ।
କୟିନର ପରିବାର
16ଏହା ପରେ କୟିନ ସଦାପ୍ରଭୁଙ୍କ ସମ୍ମୁଖରୁ ପ୍ରସ୍ଥାନ କରି ଏଦନର ପୂର୍ବଦିଗସ୍ଥ ନୋଦ ନାମକ ଦେଶରେ ବାସ କଲା।
17କୟିନ ତା'ର ସ୍ତ୍ରୀ ସହିତ ସହବାସ କଲା। ଏହା ପରେ ସେ ଗର୍ଭବତୀ ହୋଇ ଏକ ସନ୍ତାନ ଜନ୍ମ କଲା ଯାହାର ନାମ ଥିଲା ହନୋକ। କୟିନ ତା'ର ପୁତ୍ରର ନାମ ଅନୁସାରେ ଏକ ନଗର ନିର୍ମାଣ କଲା ଓ ତା'ର ନାମ ଦେଲା “ହନୋକ।”
18ହନୋକର ଏକ ପୁତ୍ର ଥିଲା ଯାହାର ନାମ ଈରଦ। ଈରଦର ଏକ ପୁତ୍ର ଥିଲା ଯାହାର ନାମ ମହୁୟାୟେଲ। ମହୁୟାୟେଲର ଏକ ପୁତ୍ର ଥିଲା ଯାହାର ନାମ ମଥୁଶାୟେଲ ଓ ମଥୁଶାୟେଲର ଏକ ପୁତ୍ର ଥିଲା ଯାହାର ନାମ ଲେମକ।
19ଲେମକ ଦୁଇଟି ସ୍ତ୍ରୀ ବିବାହ କଲେ, ଜଣକର ନାମ ଆଦା ଓ ଅନ୍ୟ ଜଣକର ନାମ ଥିଲା ସିଲ୍ଲା। 20ଆଦା ଜାବଳକୁ ଜନ୍ମ ଦେଲା, ସେ ତମ୍ବୁନିବାସୀ ପଶୁପାଳମାନଙ୍କର ଆଦିପୁରୁଷ ଥିଲା ଓ ସେମାନେ ଗୋରୁଗାଈ ଚରାଇ ଜୀବିକା ନିର୍ବାହ କରୁଥିଲେ। 21ଜାବଳର ଭାଇର ନାମ ଥିଲା ଯୁବଳ। ସେ ବୀଣା ଓ ବଂଶୀବାଦକମାନଙ୍କର ଆଦିପୁରୁଷ ଥିଲା। 22ସିଲ୍ଲାର ଗର୍ଭରୁ ତୁବଲ-କୟିନ ଜନ୍ମ ହେଲା। ସେ ପିତ୍ତଳ ଓ ଲୌହର ନାନାପ୍ରକାର ଅସ୍ତ୍ର ନିର୍ମାଣକାରୀ ଥିଲା। ତୁବଲ-କୟିନର ନୟମା ନାମ୍ନୀ ଏକ ଭଉଣୀ ଥିଲା।
23ଲେମକ ତା'ର ସ୍ତ୍ରୀମାନଙ୍କୁ କହିଲା,
“ହେ ଆଦା ଓ ସିଲ୍ଲା, ମୋ’ କଥା ଶୁଣ!
ହେ ଲେମକର ସ୍ତ୍ରୀଗଣ, ତୁମ୍ଭେମାନେ ମୋ’ କଥା ଶୁଣ,
ଜଣେ ଲୋକ ମୋତେ ଆଘାତ ଦେଲା ତେଣୁ ମୁଁ ତାକୁ ମାରିଦେଲି।
ଜଣେ ଶିଶୁ ମୋତେ ପ୍ରହାର କଲା ତେଣୁ ମୁଁ ତାକୁ ମାରିଦେଲି।
24ଯେବେ କୟିନର ହତ୍ୟାର ପ୍ରତିଶୋଧ ବହୁତ ହେବ।
ତେବେ ମୋତେ ହତ୍ୟା କରିବାର ଦଣ୍ଡ ତା'ଠାରୁ ଅନେକ ଗୁଣରେ କଠୋର ହେବ।”
ଆଦମ ଏବଂ ହବାଙ୍କର ଅନ୍ୟ ଏକ ପୁତ୍ର
25ଆଦମ ପୁନର୍ବାର ତା'ର ସ୍ତ୍ରୀ ହବା ସହିତ ସହବାସ କଲା ଏବଂ ପୁଣି ସେ ଅନ୍ୟ ଏକ ପୁତ୍ର ସନ୍ତାନ ପ୍ରସବ କଲା, ତାକୁ ଶେଥ ବୋଲି ଡାକିଲା। ହବା କହିଲା, “ପରମେଶ୍ୱର ହେବଲର ପ୍ରତିବଦଳରେ ଆଉ ଗୋଟିଏ ପୁତ୍ର ଦେଇଛନ୍ତି, କାରଣ କୟିନ ତାହାକୁ ହତ୍ୟା କଲା।” 26ଶେଥର ଏକ ପୁତ୍ର ଥିଲା, ସେ ତା'ର ନାମ ଈନୋଶ ଦେଇଥିଲା। ଏହି ସମୟରେ ମନୁଷ୍ୟମାନେ ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କରିବାକୁ ଆରମ୍ଭ କଲେ।
Trenutno izbrano:
ଆଦି ପୁସ୍ତକ 4: OERV
Označeno
Deli
Kopiraj

Želiš, da so tvoji poudarki shranjeni v vseh tvojih napravah? Registriraj se ali se prijavi
Odia Holy Bible: Easy-to-Read Version (OERV)
@ 2004 Bible League International