ମାଥିଉଲିଖିତ ସୁସମାଚାର 1

1
ଯୀଶୁ ଖ୍ରୀଷ୍ଟଙ୍କ ବଂଶ ପରିଚୟ
(ଦ୍ରଷ୍ଟବ୍ୟ - ଲୂକ ୩:୨୩-୩୮)
1ଅବ୍ରାହାମ୍ ଓ ଦାଉଦଙ୍କ ବଂଶଧର ଯୀଶୁଖ୍ରୀଷ୍ଟଙ୍କ ପୂର୍ବପୁରୁଷମାନଙ୍କ ବଂଶାବଳୀ -
2ଅବ୍ରାହାମଙ୍କ ପୁତ୍ର ଯିସହାକ; ଯିସହାକଙ୍କ ପୁତ୍ର ଯାକୁବ; ଯାକୁବଙ୍କ ପୁତ୍ର ଯିହୁଦା; 3ଯିହୁଦା ଓ ଥାମାରଙ୍କ ପୁତ୍ର ଫେରସ ଓ କେରହ; ଫେରସଙ୍କ ପୁତ୍ର ହେସ୍ରୋଣ; 4ହେସ୍ରୋଣଙ୍କ ପୁତ୍ର ଆରାମ; ଆରାମଙ୍କ ପୁତ୍ର ଅମିନାଦବ; ଅମିନାଦବଙ୍କ ପୁତ୍ର ନହଶୋନ; ନହଶୋନଙ୍କ ପୁତ୍ର ସଲ୍ଲୋନ; 5ସଲ୍ଲୋନ ଓ ରାହାବଙ୍କ ପୁତ୍ର ବୋୟଜ; ବୋୟଜ ଓ ଋତଙ୍କ ପୁତ୍ର ଓବେଦ; ଓବେଦଙ୍କ ପୁତ୍ର ଯିଶୟ; 6ଯିଶୟଙ୍କ ପୁତ୍ର ଦାଉଦ ରାଜା।
ଦାଉଦଙ୍କ ପୁତ୍ର ଶଲୋମନ (ଶଲୋମନଙ୍କ ମାତା ପୂର୍ବେ ଉରିୟଙ୍କ ପତ୍ନୀ ଥିଲେ); 7ଶଲୋମନଙ୍କ ପୁତ୍ର ରହବୟାମ; ରହବୟାମଙ୍କ ପୁତ୍ର ଅବିୟ; 8ଅବିୟଙ୍କ ପୁତ୍ର ଆସା; ଆସାଙ୍କ ପୁତ୍ର ଯିହୋଶାଫାଟ୍; ଯିହୋଶାଫଟଙ୍କ ପୁତ୍ର ରୋରାମ; ଯୋରାମଙ୍କ ପୁତ୍ର ଉଜ୍ଜିୟ; 9ଉଜ୍ଜିୟଙ୍କ ପୁତ୍ର ଯୋଥାମ୍; ଯୋଥାମ୍ଙ୍କ ପୁତ୍ର ଆହାଜ; ଆହାଜଙ୍କ ପୁତ୍ର ହିଜକିୟ; 10ହିଜକିୟଙ୍କ ପୁତ୍ର ମନଶେହ; ମନଶେହଙ୍କ ପୁତ୍ର ଆମୋନ; 11ଆମୋନଙ୍କ ପୁତ୍ର ଯୋଶିୟ; ଯୋଶିୟଙ୍କ ପୁତ୍ର ଯିଖନିୟ (ବାବିଲୋନ ଦେଶକୁ ନିର୍ବାସିତ ହେବା ସମୟରେ ଯିଖନିୟ ଜନ୍ମ ହୋଇଥିଲେ।)#୨ ରାଜାବଳୀ ୨୪:୧୪-୧୫; ୨ ବଂଶାବଳୀ ୩୬:୧୦; ଯିରିମିୟ ୨୭:୨୦।
12ଯିଖନିୟଙ୍କ ପୁତ୍ର ଶଅଲ୍ଥୀୟେଲ ବାବିଲୋନରେ ଜନ୍ମ ହେଲେ। ଶଅଲ୍ଥୀୟେଲଙ୍କ ପୁତ୍ର ଜିରୁବାବେଲ; 13ଜିରୁବାବେଲଙ୍କ ପୁତ୍ର ଅବୀହୁଦ୍; ଅବୀହୁଦ୍ଙ୍କ ପୁତ୍ର ଏଲିୟାକିମ; ଏଲିୟାକିମଙ୍କ ପୁତ୍ର ଅଜ୍ଜୂର; 14ଅଜ୍ଜୂରଙ୍କ ପୁତ୍ର ସାଦୋକ; ସାଦୋକଙ୍କ ପୁତ୍ର ଯାଖୀନ; ଯାଖୀନଙ୍କ ପୁତ୍ର ଏଲୀହୁଦ୍; ଏଲୀହୁଦଙ୍କ ପୁତ୍ର ଏଲାଜାର; ଏଲାଜାରଙ୍କ ପୁତ୍ର ମତ୍ଥାନ; 15ମତ୍ଥାନଙ୍କ ପୁତ୍ର ଯାକୁବ; ଯାକୁବଙ୍କ ପୁତ୍ର ଯୋସେଫ। 16ଏହି ଯୋସେଫ ମରିୟମଙ୍କୁ ବିବାହ କରିଥିଲେ। ମରିୟମଙ୍କ ଗର୍ଭରେ ଯୀଶୁ ଜନ୍ମ ଗ୍ରହଣ କଲେ। ଯୀଶୁଖ୍ରୀଷ୍ଟ ମସୀହ ନାମରେ ମଧ୍ୟ ପରିଚିତ।
17ଏହିପରି ଅବ୍ରାହାମଙ୍କଠାରେ ଦାଉଦଙ୍କ ପର୍ଯ୍ୟନ୍ତ ଚଉଦ ପୁରୁଷ; ଦାଉଦଙ୍କଠାରୁ ବାବିଲୋନ ନିର୍ବାସନ ପର୍ଯ୍ୟନ୍ତ ଚଉଦ ପୁରୁଷ ଏବଂ ବାବିଲୋନ ନିର୍ବାସନଠାରୁ ଖ୍ରୀଷ୍ଟଙ୍କ ଜନ୍ମ ପର୍ଯ୍ୟନ୍ତ ଚଉଦ ପୁରୁଷ।
ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ବୃତ୍ତାନ୍ତ
(ଲୂକ ୨:୧-୭)
18ଏହା ହେଉଛି ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ବୃତ୍ତାନ୍ତ। ତାଙ୍କ ମାତା ମରିୟମଙ୍କର ଯୋସେଫଙ୍କ ସହିତ ନିର୍ବନ୍ଧ ହୋଇଥିଲା। କିନ୍ତୁ ସେମାନଙ୍କର ବିବାହ ସମ୍ପନ୍ନ ହେବା ପୂର୍ବରୁ ମରିୟମ ଜାଣିଲେ ଯେ ପବିତ୍ର ଆତ୍ମାଙ୍କ ଦ୍ୱାରା ତାଙ୍କର ଗର୍ଭ ସଞ୍ଚାର ହୋଇଛି।#ଲୂକ ୧:୨୭। 19ଯୋସେଫ ସବୁବେଳେ ନ୍ୟାୟସଙ୍ଗତ କାର୍ଯ୍ୟ କରୁଥିଲେ। ଅତଏବ ମରିୟମଙ୍କୁ ଲୋକନିନ୍ଦାରୁ ରକ୍ଷା କରିବାଲାଗି ଗୁପ୍ତରେ ନିର୍ବନ୍ଧଟିକୁ ଭାଙ୍ଗିଦେବା ପାଇଁ ଉପାୟ ପାଞ୍ôଚଲେ। 20ସେ ଏହା ଭାବିବାବେଳେ ଜଣେ ସ୍ୱର୍ଗଦୂତ ତାଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ କହିଲେ, “ହେ ଦାଉଦବଂଶଜ ଯୋସେଫ! ମରିୟମଙ୍କୁ ପତ୍ନୀ ସ୍ୱରୂପେ ଗ୍ରହଣ କରିବାକୁ ଭୟ କର ନାହିଁ, କାରଣ ପବିତ୍ରାତ୍ମାଙ୍କ ଦ୍ୱାରା ତାଙ୍କର ଗର୍ଭ ସଞ୍ଚାର ହୋଇଛି। 21ତାଙ୍କର ଗୋଟିଏ ପୁତ୍ର ଜାତ ହେବ। ତାଙ୍କ ନାମ ‘ଯୀଶୁ’ ରଖିବ, କାରଣ ସେ ନିଜ ଲୋକମାନଙ୍କୁ ପାପରୁ ରକ୍ଷା କରିବେ।”#ଲୂକ ୧:୩୧।
22ଈଶ୍ୱର ଜଣେ ଭାବବାଦୀଙ୍କ ଦ୍ୱାରା ଯେଉଁ ଭବିଷ୍ୟବାଣୀ ଶୁଣାଇଥିଲେ, ତାହା ସଫଳ ହେବା ପାଇଁ ଏସବୁ ଘଟିଥିଲା। 23ସେହି ଭବିଷ୍ୟବାଣୀ ହେଉଛି, “ଜଣେ କୁମାରୀ ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ। ସେହି ପୁତ୍ର ‘ଇମ୍ମାନୁୟେଲ’ ନାମରେ ଅଭିହିତ ହେବେ। ଇମ୍ମାନୁୟେଲ ଅର୍ଥ ଈଶ୍ୱର ଆମ୍ଭମାନଙ୍କର ସହିତ ଅଛନ୍ତି”।#ଯିଶାଇୟ ୭:୧୪।
24ଯୋସେଫଙ୍କ ନିଦ୍ରାଭଙ୍ଗ ହେବା ପରେ ସେ ସ୍ୱର୍ଗଦୂତଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କଲେ। ସେ ମରିୟମଙ୍କୁ ବିବାହ କଲେ। 25କିନ୍ତୁ ତାଙ୍କର ସେହି ପୁତ୍ର ଜନ୍ମ ହେବା ପର୍ଯ୍ୟନ୍ତ ତାଙ୍କ ସହିତ ସହବାସ କଲେ ନାହିଁ। ଯୋସେଫ ସେହି ପୁତ୍ରଙ୍କୁ ଯୀଶୁ ନାମ ଦେଲେ।#ଲୂକ ୨:୨୧।

Marker

Del

Sammenlign

Kopier

None

Vil du ha høydepunktene lagret på alle enhetene dine? Registrer deg eller logg på