ମାଥିଉଲିଖିତ ସୁସମାଚାର 3

3
ଜଳଦୀକ୍ଷାଦାତା ଯୋହନଙ୍କ ପ୍ରଚାର
(ମାର୍କ ୧:୧-୮; ଲୂକ ୩:୧-୧୮; ଯୋହନ ୧:୧୯-୨୮)
1ସେହି ସମୟରେ ଜଳଦୀକ୍ଷାଦାତା ଯୋହନ ଇହୁଦା ଦେଶର ମରୁଅଞ୍ଚଳକୁ ଆସି ପ୍ରଚାର କରିବାକୁ ଲାଗିଲେ। 2ସେ କହୁଥିଲେ: “ପାପ ପଥରୁ ଫେର, କାରଣ ସ୍ୱର୍ଗ ରାଜ୍ୟ ଶୀଘ୍ର ଆସୁଛି।”#ମାଥିଉ ୪:୧୭; ମାର୍କ ୧:୧୫ 3ଭାବବାଦୀ ଯିଶାୟ ଯେଉଁ ବ୍ୟକ୍ତିଙ୍କ ସମ୍ପର୍କରେ କହିଥିଲେ, ଯୋହନହିଁ ସେହି ବ୍ୟକ୍ତି:#ଯିଶାଇୟ ୪୦:୩।
“ମରୁ ପ୍ରାନ୍ତରରେ କେହି ଜଣେ ଚିକ୍ରାର କରି କହୁଛନ୍ତି,
ପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର;
ତାଙ୍କ ଆସିବା ପାଇଁ ଏକ ସରଳ ରାସ୍ତା ନିର୍ମାଣ କର।”
4ଯୋହନଙ୍କ ପୋଷକ ଓଟ ଲୋମରେ ତିଆରି ହୋଇଥିଲା। ସେ ତାଙ୍କ ଅଣ୍ଟାରେ ଗୋଟିଏ ଚମଡ଼ାର କଟିବନ୍ଧ ବାନ୍ଧୁଥିଲେ। ପଙ୍ଗପାଳ (କ୍ୟାରବ ବୃକ୍ଷର ଫଳ) ଓ ବନମଧୁ ତାଙ୍କର ଖାଦ୍ୟ ଥିଲା।#୨ ରାଜାବଳୀ ୧:୮। 5ଯିରୂଶାଲମ୍ ସହରରୁ, ଇହୁଦୀ ପ୍ରଦେଶ ଓ ଯର୍ଦ୍ଦନ ନଦୀ ନିକଟବର୍ତ୍ତୀ ଅଞ୍ଚଳରୁ ଲୋକମାନେ ତାଙ୍କ ନିକଟକୁ ଆସୁଥିଲେ। 6ସେମାନେ ନିଜ ନିଜର ପାପ ସ୍ୱୀକାର କରି ଯୋହନଙ୍କ ଦ୍ୱାରା ଯର୍ଦ୍ଦନ ନଦୀରେ ଦୀକ୍ଷିତ ହେଉଥିଲେ।
7ଯେତେବେଳେ ଯୋହନ ଦେଖିଲେ ଅନେକ ଫାରୁଶୀ ଓ ସାଦୁକୀ ଜଳଦୀକ୍ଷା ନେବା ପାଇଁ ଆସୁଛନ୍ତି; ସେମାନଙ୍କୁ ସେ କହିଲେ, “ଆରେ ସର୍ପକୁଳ! ଈଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦଣ୍ଡ ଦେବାକୁ ଯାଉଛନ୍ତି, ସେଥିରୁ ନିସ୍ତାର ପାଇ ପାରିବ ବୋଲି କିଏ ତୁମକୁ କହିଛି?#ମାଥିଉ ୧୨:୩୪; ୨୩:୩୩ 8ଯଦି ପ୍ରକୃତରେ ସବୁ ପାପ କର୍ମରୁ ନିବୃତ୍ତ ହୋଇଛ, ଏହା ତୁମର କାର୍ଯ୍ୟକଳାପରେ ଦେଖାଅ। 9ଭାବ ନାହିଁ ଯେ ଅବ୍ରାହାମ ତୁମ ପୂର୍ବପୁରୁଷ ବୋଲି କହିଦେବା ଦ୍ୱାରା ତୁମେ ଦଣ୍ଡରୁ ରକ୍ଷା ପାଇଯିବ। ମୁଁ ତୁମକୁ କହି ରଖୁଛି ଯେ ଈଶ୍ୱର ଏହି ପଥରଗୁଡ଼ିକ ନେଇ ଅବ୍ରାହାମଙ୍କ ବଂଶଧର ସୃଷ୍ଟି କରି ପାରିବେ।#ଯୋହନ ୮:୩୩ 10ବୃକ୍ଷସବୁକୁ ସମୂଳେ କାଟି ଦେବା ପାଇଁ କୁଠାର ଉତ୍ତୋଳିତ। ଯେଉଁ ବୃକ୍ଷରେ ଭଲ ଫଳ ହୁଏ ନାହିଁ, ତାହା କଟାଯାଇ ଅଗ୍ନିରେ ନିକ୍ଷିପ୍ତ ହେବ।#ମାଥିଉ ୭:୧୯ 11ତୁମେ ପାପ ପ୍ରତି ବିମୁଖ ହୋଇଛ, ଏହା ଜଣାଇବାକୁ ମୁଁ ତୁମକୁ ଜଳରେ ଦୀକ୍ଷା ଦେଉଛି। କିନ୍ତୁ ମୋ’ ପରେ ଯିଏ ଆସୁଛନ୍ତି, ସେ ତୁମକୁ ପବିତ୍ରଆତ୍ମା ଓ ଅଗ୍ନିରେ ଦୀକ୍ଷା ଦେବେ। ସେ ମୋ’ଠାରୁ ମହୀୟାନ-ତାଙ୍କର ପାଦୁକା ବହନ କରିବାକୁ ମଧ୍ୟ ମୁଁ ଅଯୋଗ୍ୟ। 12ଶସ୍ୟରୁ ତୁଷ ସବୁ ଉଡ଼ାଇ ଦେବା ପାଇଁ ତାଙ୍କ ହାତରେ କୁଲା ଅଛି। ସେ ଶସ୍ୟଗୁଡ଼ିକୁ ତାଙ୍କ ଅମାରରେ ରଖିବେ ଓ ତୁଷ ସବୁ ଚିର ଜ୍ୱଳନ୍ତ ଅଗ୍ନିରେ ପୋଡ଼ି ପକାଇବେ।
ଯୀଶୁଙ୍କ ଜଳଦୀକ୍ଷା ଗ୍ରହଣ
13ସେତେବେଳେ ଯୀଶୁ ଗାଲିଲୀରୁ ଆସି ଜଳଦୀକ୍ଷା ଗ୍ରହଣ କରିବା ପାଇଁ ଯର୍ଦ୍ଦନ ନଦୀକୂଳରେ ଯୋହନଙ୍କ ନିକଟରେ ଉପସ୍ଥିତ ହେଲେ। 14ଯୋହନ ଯୀଶୁଙ୍କୁ ନିବର୍ତ୍ତାଇ କହିଲେ, “ମୁଁ ସିନା ତୁମ ଦ୍ୱାରା ଦୀକ୍ଷିତ ହେବାର କଥା - ତୁମେ ତଥାପି ମୋ’ ନିକଟକୁ ଆସିଛ?”
15କିନ୍ତୁ ଯୀଶୁ ଉତ୍ତର ଦେଲେ, “ମୋ’ କଥାରେ ସମ୍ମତ ହୁଅ। କାରଣ ଏହା ଦ୍ୱାରା ଆମେ ଈଶ୍ୱରଙ୍କ ଇଚ୍ଛାନୁରୂପ କର୍ମ କରିପାରିବା।” ତେଣୁ ଯୋହନ ତାଙ୍କୁ ଜଳଦୀକ୍ଷା ଦେବାକୁ ରାଜି ହେଲେ।
16ଯୀଶୁ ଦୀକ୍ଷିତ ହୋଇ ଜଳରୁ ଉଠି ଆସିବାମାତ୍ରେ ସେ ଦେଖିଲେ ସ୍ୱର୍ଗ ଉନ୍ମୁକ୍ତ ହୋଇଛି ଏବଂ ପରମାତ୍ମା କପୋତରୂପେ ତାଙ୍କ ଉପରେ ଅବତରଣ କଲେ। 17ତତ୍ପରେ ସ୍ୱର୍ଗରୁ ଐଶୀବାଣୀ ଉଚ୍ଚାରିତ ହେଲା, “ଏହି ମୋର ପ୍ରିୟ ପୁତ୍ର, ତାଙ୍କଠାରେ ମୁଁ ସନ୍ତୁଷ୍ଟ।”#ଆଦି. ୨୨:୨; ଗୀତ. ୨:୭; ଯିଶାଇୟ ୪୨:୧; ମାଥିଉ ୧୨:୧୮; ମାଥିଉ ୧୭:୫; ମାର୍କ ୧:୧୧; ଲୂକ ୯:୩୫

Kiemelés

Másolás

Összehasonlít

Megosztás

None

Szeretnéd, hogy a kiemeléseid minden eszközödön megjelenjenek? Regisztrálj vagy jelentkezz be

Videókat a ମାଥିଉଲିଖିତ ସୁସମାଚାର 3