ମାର୍କଲିଖିତ ସୁସମାଚାର 3
3
ଅଚଳ ହାତ ଚଳିଲା
(ମାଥିଉ ୧୨:୯-୧୪; ଲୂକ ୬:୬-୧୧)
1ଯୀଶୁ ସମାଜ ଗୃହକୁ ଫେରିଗଲେ। ସେଠାରେ ଜଣେ ଲୋକ ଥିଲା। ତା’ର ହାତ ଶୁଖି ଅଚଳ ହୋଇ ଯାଇଥିଲା। 2ଯୀଶୁ ବିଶ୍ରାମବାରରେ ସେହି ଲୋକକୁ ସୁସ୍ଥ କରିବେ କି ନାହିଁ, ଏ ବିଷୟରେ ତାଙ୍କ ଦୋଷ ଧରି ଅଭିଯୋଗ ଆଣିବା ପାଇଁ କେତେକ ଲୋକ ତାଙ୍କ ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖିଥିଲେ। 3ଯୀଶୁ ସେହି ଲୋକକୁ କହିଲେ, “ଆଗକୁ ଉଠି ଆସ।” 4ସେ ଲୋକମାନଙ୍କୁ ପଚାରିଲେ, “ବିଶ୍ରାମବାରରେ କ’ଣ କରିବା ବିଧିସଙ୍ଗତ - ଜଣକର ଉପକାର କରିବା ନା ଅପକାର କରିବା? ଜଣକର ଜୀବନ ରକ୍ଷା କରିବା ନା ବିନାଶ କରିବା?” କିନ୍ତୁ ସେମାନେ ନିରୁତ୍ତର ରହିଲେ।
5ଯୀଶୁ ସେମାନଙ୍କ ଆଡ଼କୁ ରାଗି ଚାହିଁଲେ ଏବଂ ସେମାନଙ୍କ ଠିନ ହୃଦୟ ଦେଖି ଦୁଃଖିତ ହେଲେ। ତା’ପରେ ସେହି ଲୋକକୁ କହିଲେ, “ହାତ ବଢ଼ାଅ।” ସେ ହାତ ବଢ଼ାଇବା ମାତ୍ରେ ସୁସ୍ଥ ହୋଇଗଲା। 6ସେହିକ୍ଷଣି ଫାରୁଶୀମାନେ ସମାଜ ଗୃହରୁ ବାହାରି ଯାଇ ଯୀଶୁଙ୍କୁ ହତ୍ୟା କରିବା ପାଇଁ ‘ହେରୋଦୀୟ’ ଦଳର ଲୋକମାନଙ୍କ ସହିତ ମନ୍ତ୍ରଣା କଲେ।
ହ୍ରଦ କୂଳରେ ଜନସମାଗମ
7ଯୀଶୁ ଓ ତାଙ୍କ ଶିଷ୍ୟମାନେ ଗାଲିଲୀ ହ୍ରଦ କୂଳକୁ ଗଲେ ଏବଂ ଲୋକମାନେ ବହୁସଂଖ୍ୟାରେ ତାଙ୍କର ଅନୁଗମନ କଲେ।
8ସେମାନ ଗାଲିଲୀ, ଯିହୁଦା, ଯିରୂଶାଲମ, ଏଦୋମ, ଯର୍ଦ୍ଦନ ନଦୀର ପୂର୍ବବର୍ତ୍ତୀ ଅଞ୍ଚଳ ଏବଂ ସୋର ଓ ସିଦୋନ ସହର ନିକଟବର୍ତ୍ତୀ ଅଞ୍ଚଳରୁ ଆସିଥିଲେ। 9ସେଠାରେ ଏତେ ଲୋକ ଗହଳି ହେଲା ଯେ, ଭିଡ଼ରୁ ରକ୍ଷା ପାଇବା ଲାଗି ତାଙ୍କ ପାଇଁ ଗୋଟିଏ ନୌକା ଯୋଗାଡ଼ କରିବାକୁ ଯୀଶୁ ଶିଷ୍ୟମାନଙ୍କୁ କହିଲେ। 10ସେ ଅନେକ ଲୋକଙ୍କୁ ସୁସ୍ଥ କଲେ। ପୀଡ଼ିତ ଲୋକମାନେ ତାଙ୍କୁ ସ୍ପର୍ଶ କରିବା ପାଇଁ ଆଗକୁ ମାଡ଼ି ଯାଇଥିଲେ।#ମାର୍କ ୪:୧; ଲୂକ ୫:୧୩। 11ପୁଣି ଭୂତଗ୍ରସ୍ତ ଲୋକମାନେ ତାଙ୍କୁ ଦେଖିବା ମାତ୍ରେ ତାଙ୍କ ସମ୍ମୁଖରେ ତଳେ ପଡ଼ିଯାଇ ଚିକ୍ରାର କରି କହୁଥିଲେ, “ଆପଣ ହିଁ ଈଶ୍ୱରଙ୍କ ପୁତ୍ର।”
12ସେ କିଏ, ଏକଥା କାହାକୁ ନ ଜଣାଇବା ପାଇଁ ଯୀଶୁ ଭୂତମାନଙ୍କୁ ଧମକ ଦେଇ ଆଦେଶ ଦେଲେ।
‘ପ୍ରେରିତ’ ବାର ଶିଷ୍ୟଙ୍କ ମନୋନୟନ
(ମାଥିଉ ୧୦:୧୪; ଲୂକ ୬:୧୨-୧୬)
13ତା’ପରେ ଯୀଶୁ ପାହାଡ଼ ଉପରକୁ ଯାଇ ଯେଉଁମାନଙ୍କୁ ଇଚ୍ଛା କଲେ, ସେମାନଙ୍କୁ ନିକଟକୁ ଡ଼ାକିଲେ। 14ସେ ବାର ଜଣଙ୍କୁ ମନୋନୀତ କରି ପ୍ରେରିତ ଶିଷ୍ୟ ଆଖ୍ୟା ଦେଲେ। ସେମାନଙ୍କୁ ସେ କହିଲେ, “ମୋ’ ସଙ୍ଗରେ ରହିବାକୁ ମୁଁ ତୁମ୍ଭମାନଙ୍କୁ ମନୋନୀତ କରିଛି ଏବଂ ପ୍ରଚାର କରିବା ପାଇଁ ତୁମ୍ଭମାନଙ୍କୁ ପ୍ରେରଣ କରିବି। 15ତୁମେ ଭୂତ ଛଡ଼ାଇବାକୁ ମଧ୍ୟ ଅଧିକାର ପାଇବ।”
16ଏହି ବାରଜଣଙ୍କୁ ସେ ବାଛିଲେ:-
ଶିମୋନ (ଯୀଶୁ ତାଙ୍କୁ ପିତର ନାମ ଦେଲେ); 17ଜେବଦୀଙ୍କ ଦୁଇ ପୁତ୍ର ଯାକୁବ ଓ ଯୋହନ (ଯୀଶୁ ସେମାନଙ୍କୁ ବିନେରିଗୋଷ ଅର୍ଥାତ୍ ‘ମେଘନାଦ ପୁତ୍ର’ ଆଖ୍ୟା ଦେଲେ), 18ଆନ୍ଦ୍ରିୟ, ଫିଲିପ, ବାର୍ଥଲମି, ମାଥିଉ, ଥୋମା, ଆଲଫିଙ୍କ ଦୁଇ ପୁତ୍ର ଯାକୁବ ଓ ଥଦ୍ଦିୟ, ଦେଶପ୍ରେମୀ ଶିମୋନ ଓ 19ଇଷ୍କାରିୟତ ଯିହୂଦା (ପରେ ଯେ ଯୀଶୁଙ୍କ ପ୍ରତି ବିଶ୍ୱାସଘାତକତା କଲା।)
ଯୀଶୁ ଓ ବାଆଲ୍ଜିବୂଲ
(ମାଥିଉ ୧୨:୨୨-୩୨; ଲୂକ ୧୧:୧୪-୨୩; ୧୨:୧୦)
20ଏହା ପରେ ଯୀଶୁ ଯେତେବେଳେ ଘରକୁ ଫେରିଲେ, ସେଠାରେ ମଧ୍ୟ ଏତେ ଲୋକ ଜମା ହେଲେ ଯେ ଯୀଶୁ ଓ ତାଙ୍କ ଶିଷ୍ୟମାନେ ଭୋଜନ ସୁଦ୍ଧା କରିପାରିଲେ ନାହିଁ। 21ଯୀଶୁଙ୍କର ମତିଭ୍ରମ ହୋଇଛି ବୋଲି ଲୋକମାନେ କହୁଥିବା ଶୁଣି, ଯୀଶୁଙ୍କ ଆତ୍ମୀୟମାନେ ତାଙ୍କୁ ଧରିନେଇ ଯିବାକୁ ଆସିଲେ।
22ଯିରୂଶାଲମରୁ ଆସିଥିବା କେତେକ ଧର୍ମଗୁରୁ କହିଲେ, “ବାଆଲଜିବୂଲ ତାଙ୍କୁ ଅଧିକାର କରିଛି। ସେହି ଭୂତମାନଙ୍କର ଅଧିପତି ଭୂତ ଛଡ଼ାଇବା ପାଇଁ ତାଙ୍କୁ ଶକ୍ତି ଦେଇଛି।”#ମାଥିଉ ୯:୩୪; ୧୦:୨୫।
23ଯୀଶୁ ସେମାନଙ୍କୁ ଡ଼ାକି ରୂପକ ଛଳରେ ବୁଝାଇ କହିଲେ, “ଶୟତାନ କିପରି ଶୟତାନକୁ ବିତାଡ଼ିତ କରିପାରିବ? 24ରାଜ୍ୟର ଲୋକେ ଯଦି ଦଳ ଦଳ ହୋଇ ପରସ୍ପର ବିରୁଦ୍ଧରେ ଯୁଦ୍ଧ କରନ୍ତି, ସେହି ରାଜ୍ୟ ଖଣ୍ଡ ବିଖଣ୍ଡ ହୋଇଯିବ। 25ଗୋଟିଏ ପରିବାରର ଲୋକେ ଯଦି ବିଭିନ୍ନ ଦଳରେ ବିଭକ୍ତ ହୋଇ ପରସ୍ପରର ବିରୁଦ୍ଧାଚରଣ କରନ୍ତି, ସେହି ପରିବାର ଭାଙ୍ଗିଯିବ। 26ସେହିପରି ଯଦି ଶୟତାନର ରାଜ୍ୟ ବିଭକ୍ତ ହୁଏ, ତେବେ ସେହି ରାଜ୍ୟ ତିଷ୍ଠି ପାରିବ ନାହିଁ, ଖଣ୍ଡ ବିଖଣ୍ଡ ହୋଇ ଧ୍ୱଂସ ପାଇଯିବ।
27“ବଳବାନ୍ ଲୋକର ଘରେ କେହି ପ୍ରବେଶ କରି ପ୍ରଥମେ ତାକୁ ନ ବାନ୍ଧିଲେ, ତା’ର ଜିନିଷପତ୍ର ଲୁଟି ନେଇ ପାରିବ ନାହିଁ।
28“ମୁଁ ତୁମ୍ଭମାନଙ୍କୁ ନିଶ୍ଚିତଭାବେ କହୁଛି ଯେ, ସମସ୍ତ ପାପ ଓ ଈଶ୍ୱରନିନ୍ଦା ପାଇଁ ମନୁଷ୍ୟମାନଙ୍କୁ କ୍ଷମା ଦିଆଯାଇପାରେ। 29କିନ୍ତୁ ଯେ କେହି ପବିତ୍ର ଆତ୍ମାଙ୍କ ନିନ୍ଦା କରେ, ତା’ର କଦାପି କ୍ଷମା ନାହିଁ। କାରଣ ତା’ର ପାପ ଅନନ୍ତ କାଳ ଯାଏ ରହିଥିବ।”#ଲୂକ ୧୨:୧୦। 30(ଯୀଶୁଙ୍କୁ ଭୂତ ଧରିଛି ବୋଲି କେତେକ କହିବାରୁ ଯୀଶୁ ଏକଥା କହିଲେ।)
ଯୀଶୁଙ୍କ ମା ଓ ଭାଇମାନେ
(ମାଥିଉ ୧୨:୪୬-୫୦; ଲୂକ ୮:୧୯-୨୧)
31ସେତେବେଳେ ଯୀଶୁଙ୍କ ମା ଓ ଭାଇମାନେ ଆସି ପହଞ୍ଚିଲେ। ସେମାନେ ବାହାରେ ଠିଆ ହୋଇ ଯୀଶୁଙ୍କୁ ଡ଼ାକି ଆଣିବା ପାଇଁ ଖବର ପଠାଇଲେ। 32ଯୀଶୁଙ୍କୁ ଅନେକ ଲୋକ ଘେରି ବସିଥିଲେ। ସେମାନେ ତାଙ୍କୁ କହଲେ, “ଆପଣଙ୍କ ମାଆ ଓ ଭାଇମାନେ ଆପଣଙ୍କ ପାଇଁ ବାହାରେ ଅପେକ୍ଷା କରିଛନ୍ତି।”
33ଯୀଶୁ ଉତ୍ତର ଦେଲେ, “କିଏ ମୋର ମାଆ, କିଏ ମୋର ଭାଇ?” 34ତାଙ୍କ ଚତୁର୍ଦ୍ଦିଗରେ ବସିଥିବା ଲୋକମାନଙ୍କୁ ଚାହିଁ ସେ କହିଲେ, “ଦେଖ, ଏଇମାନେ ମୋର ମାଆ, ଏଇମାନେ ମୋର ଭାଇ! 35ଯେ କେହି ଈଶ୍ୱରଙ୍କ ଇଚ୍ଛା ସାଧନ କରେ, ସେ ମୋର ଭାଇ, ଭଉଣୀ ଓ ମା।”
Chwazi Kounye ya:
ମାର୍କଲିଖିତ ସୁସମାଚାର 3: ODCLBSI
Pati Souliye
Pataje
Kopye

Ou vle gen souliye ou yo sere sou tout aparèy ou yo? Enskri oswa konekte
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.