1
ଲୂକ 23:34
ପବିତ୍ର ବାଇବଲ
OERV
ଯୀଶୁ କହିଲେ, “ହେ ପରମପିତା, ଯେଉଁ ଲୋକମାନେ ମୋତେ ହତ୍ୟା କରୁଛନ୍ତି, ସେମାନଙ୍କୁ କ୍ଷମା କର। କାରଣ ସେମାନେ କ’ଣ କରୁଛନ୍ତି, ତାହା ସେମାନେ ଜାଣନ୍ତି ନାହିଁ।” ସୈନ୍ୟମାନେ ଗୁଲିବାଣ୍ଟ ସାହାଯ୍ୟରେ ଯୀଶୁଙ୍କ ପୋଷାକ ବାଣ୍ଟି ନେଲେ।
Comparer
Explorer ଲୂକ 23:34
2
ଲୂକ 23:43
ଯୀଶୁ ତାହାକୁ କହିଲେ, “ଶୁଣ, ମୁଁ ଯାହା କହୁଛି ତାହା ସତ୍ୟ। ଆଜି ତୁମ୍ଭେ ମୋ’ ସହିତ ପାରାଦୀଶରେ ପ୍ରବେଶ କରିବ।”
Explorer ଲୂକ 23:43
3
ଲୂକ 23:42
ତା'ପରେ ସେହି ଅପରାଧୀଟି ଯୀଶୁଙ୍କୁ କହିଲା, “ଯୀଶୁ, ଆପଣ ଯେତେବେଳେ ରାଜା ଭାବରେ ଆପଣଙ୍କ ଶାସନ ଆରମ୍ଭ କରିବେ, ସେତେବେଳେ ମୋତେ ମନେ ପକାଇବେ।”
Explorer ଲୂକ 23:42
4
ଲୂକ 23:46
ଯୀଶୁ ପାଟିକରି କହିଲେ, “ହେ ପରମପିତା, ମୁଁ ମୋର ଆତ୍ମା ତୁମ୍ଭକୁ ଦେଉଛି।” ଏହା କହିବା ପରେ ଯୀଶୁ ପ୍ରାଣ ତ୍ୟାଗ କଲେ।
Explorer ଲୂକ 23:46
5
ଲୂକ 23:33
‘କପାଳ’ ନାମକ ସ୍ଥାନକୁ ଯୀଶୁ ଓ ସେହି ଦୁଇଜଣ ଅପରାଧୀଙ୍କୁ ମଧ୍ୟ ନିଆଗଲା। ସେଠାରେ ସୈନ୍ୟମାନେ ଯୀଶୁଙ୍କୁ କ୍ରୁଶବିଦ୍ଧ କଲେ। ସେମାନେ ସେହି ଅପରାଧୀମାନଙ୍କ ମଧ୍ୟରୁ ଜଣକୁ ଯୀଶୁଙ୍କ ଡାହାଣ ପାଖରେ ଓ ଅନ୍ୟ ଜଣକୁ ଯୀଶୁଙ୍କ ବାମ ପାଖରେ ରଖିଲେ।
Explorer ଲୂକ 23:33
6
ଲୂକ 23:44-45
ସେତେବେଳେ ପ୍ରାୟ ଦିନ ଦ୍ୱିପ୍ରହର ହୋଇଥିଲା। କିନ୍ତୁ ଅପରାହ୍ନ ତିନିଟା ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳ ଅନ୍ଧକାରମୟ ହୋଇଗଲା। ସୂର୍ଯ୍ୟ ଦେଖାଯାଉ ନ ଥିଲା। ମନ୍ଦିରର ପରଦା ଦୁଇଖଣ୍ଡ ହୋଇ ଚିରିଗଲା।
Explorer ଲୂକ 23:44-45
7
ଲୂକ 23:47
ସେନାଧ୍ୟକ୍ଷ ସେଠାରେ ଯାହା ଘଟିଲା, ଦେଖିଲେ। ସେ ଏହି କଥା କହି ପରମେଶ୍ୱରଙ୍କୁ ପ୍ରଶଂସା କଲେ, “ମୁଁ ଜାଣେ ଯେ, ଏହି ମନୁଷ୍ୟ ଜଣେ ଉତ୍ତମ ବ୍ୟକ୍ତି ଥିଲେ!”
Explorer ଲୂକ 23:47
Accueil
Bible
Plans
Vidéos