ରୋମୀୟ 6
6
ପାପ ପାଇଁ ମୃତ, କିନ୍ତୁ ଖ୍ରୀଷ୍ଟଙ୍କ ପ୍ରତି ଜୀବିତ
1ତା'ହେଲେ ତୁମ୍ଭେମାନେ ଭାବୁଛ ଯେ ଆମ୍ଭେ ସର୍ବଦା ପାପ କରି ଗ୍ଭଲି ଥିବା ଯାହା ପାଇଁ ପରମେଶ୍ୱର ଆମ୍ଭକୁ ଆହୁରି ଅଧିକ ଅନୁଗ୍ରହ ପ୍ରଦାନ କରିବେ? 2ନା! ଆମ୍ଭେ ଆମ୍ଭର ପୁରାତନ ପାପ ପୂର୍ଣ୍ଣ ଜୀବନ ପ୍ରତି ମରିଯାଇଛୁ। ତା'ହେଲେ ଆମ୍ଭେ ଆଉ ପାପ କରି ଗ୍ଭଲିପାରିବା କି? 3ତୁମ୍ଭେମାନେ କ’ଣ ମନେ ରଖିଛ କି ଯେତେବେଳେ ଆମ୍ଭେ ସମସ୍ତେ ବାପ୍ତିଜିତ ହେଲୁ, ସେତେବେଳେ ଯୀଶୁ ଖ୍ରୀଷ୍ଟଙ୍କର ଅଂଶ ହୋଇଗଲୁ। ଆମ୍ଭର ବାପ୍ତିଜିତ ହେବାରେ ଆମ୍ଭେ ତାହାଙ୍କର ମୃତ୍ୟୁର ମଧ୍ୟ ଭାଗୀଦାର ହେଲୁ। 4ଅତଏବ ଆମ୍ଭେ ଯେତେବେଳେ ବାପ୍ତିଜିତ ହେଲୁ, ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କ ଭିତରେ ସମାଧି ପ୍ରାପ୍ତ ହୋଇଗଲୁ ଓ ତାହାଙ୍କ ମୃତ୍ୟୁର ଭାଗୀଦାର ହେଲୁ। ଖ୍ରୀଷ୍ଟଙ୍କ ସହିତ କବରସ୍ଥ ହେବା ଦ୍ୱାରା ଆମ୍ଭେ ପୁନରୁତ୍ଥିତ ହୋଇ ନୂତନ ଜୀବନଯାପନ କରିବା। ପରମପିତାଙ୍କର ଆଶ୍ଚର୍ଯ୍ୟ ଶକ୍ତି ଦ୍ୱାରା ଯେପରି ଖ୍ରୀଷ୍ଟ ମୃତ୍ୟୁରୁ ପୁନର୍ଜୀବିତ ହେଲେ, ସେହିଭଳି ଏହା ଘଟିଲା।
5ଖ୍ରୀଷ୍ଟ ମୃତ୍ୟୁ ବରଣ କଲେ ଓ ଆମ୍ଭେ ମଧ୍ୟ ମୃତ୍ୟୁ ଦ୍ୱାରା ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଛୁ। ଖ୍ରୀଷ୍ଟ ମୃତ୍ୟୁରୁ ଜୀବିତ ହେବା ଭଳି ଆମ୍ଭେ ମଧ୍ୟ ମୃତ୍ୟୁରୁ ଜୀବିତ ହୋଇ ତାହାଙ୍କ ସହିତ ସଂଯୁକ୍ତ ହେବା। 6ଆମ୍ଭେ ଜାଣୁ ଯେ, ଆମ୍ଭର ପୂର୍ବ ଜୀବନ ଖ୍ରୀଷ୍ଟଙ୍କ ସହିତ କ୍ରୁଶ ଉପରେ ତାହାଙ୍କ ସହିତ ମୃତ ହୋଇ ଯାଇଛି। ଆମ୍ଭର ପାପପୂର୍ଣ୍ଣ ଶରୀର ଆମ୍ଭ ଉପରେ ରାଜତ୍ୱ ନ କରିବା ପାଇଁ ଏପରି ଘଟିଲା। ତା'ପରେ ଆମ୍ଭେ ପାପର ଦାସ ହେବୁ ନାହିଁ। 7ଯେଉଁ ଲୋକ ମରିଯାଇଛି, ସେ ପାପର ଦାସତ୍ୱରୁ ମୁକ୍ତ ହୋଇ ଯାଇଛି।
8ଆମ୍ଭେ ଯଦି ଖ୍ରୀଷ୍ଟଙ୍କ ସହିତ ମୃତ୍ୟୁବରଣ କରିଛୁ, ତା'ହେଲେ ଜାଣୁ ଯେ ଆମ୍ଭେ ମଧ୍ୟ ତାହାଙ୍କ ସହିତ ଜୀବିତ ରହିବା। 9ଖ୍ରୀଷ୍ଟ ମୃତ୍ୟୁରୁ ଉଠିଥିଲେ ଓ ଆମ୍ଭେ ଜାଣୁ ଯେ ସେ ପୁନଃ ମରିବେ ନାହିଁ। ଏବେ ମୃତ୍ୟୁର ତାଙ୍କ ଉପରେ ଆଉ କୌଣସି କର୍ତ୍ତୃତ୍ୱ ନାହିଁ। 10ଯେତେବେଳେ ଖ୍ରୀଷ୍ଟ ମୃତ୍ୟୁ କଲେ, ସେ ପାପର ଶକ୍ତିକୁ ଥରେ ମାତ୍ର ହରାଇବା ପାଇଁ ମୃତ୍ୟୁ କଲେ, ଏହା ସବୁ ଦିନ ପାଇଁ ଯଥେଷ୍ଟ ଥିଲା। ଏବେ ସେ ଯେଉଁ ଜୀବନଯାପନ କରନ୍ତି ତାହା ପରମେଶ୍ୱରଙ୍କ ପାଇଁ କରନ୍ତି। 11ସେହିଭଳି ତୁମ୍ଭେମାନେ ମଧ୍ୟ ପାପର ଶକ୍ତି ବିଷୟରେ ନିଜକୁ ମୃତ ବୋଲି ଭାବିବା ଉଚିତ୍। ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କ ମାଧ୍ୟମରେ ପରମେଶ୍ୱରଙ୍କ ପାଇଁ ଜୀବିତ ବୋଲି ଅନୁଭବ କର।
12କିନ୍ତୁ ପାପ ଯେପରି ତୁମ୍ଭମାନଙ୍କର ଶରୀରକୁ ରାଜତ୍ୱ ନ କରୁ। ତୁମ୍ଭମାନଙ୍କର ପାପପୂର୍ଣ୍ଣ ସ୍ୱଭାବ ଦ୍ୱାରା ତୁମ୍ଭେମାନେ ଯେପରି ଶାସିତ ନ ହୁଅ। 13ପାପର ସେବା କରିବା ପାଇଁ ତୁମ୍ଭମାନଙ୍କ ଶରୀରର ଅଙ୍ଗଗୁଡ଼ିକକୁ ଅନୁମତି ଦିଅ ନାହିଁ। ମନ୍ଦ କାମ କରିବା ପାଇଁ ଶରୀରକୁ ବ୍ୟବହାର କର ନାହିଁ। ତା’ ପରିବର୍ତ୍ତେ ନିଜକୁ ପରମେଶ୍ୱରଙ୍କଠାରେ ସମର୍ପଣ କର। ଯେଉଁମାନେ ମରି ଥିଲେ ଓ ଏବେ ଜୀବିତ ଅଛନ୍ତି ସେ ଲୋକଙ୍କ ଭଳି ହୁଅ। ନିଜ ଶରୀରର ଅଙ୍ଗଗୁଡ଼ିକୁ ଭଲ କାମ କରିବା ପାଇଁ ପରମେଶ୍ୱରଙ୍କଠାରେ ସମର୍ପଣ କର। 14ପାପ ତୁମ୍ଭମାନଙ୍କର ସ୍ୱାମୀ ହେବ ନାହିଁ। କାରଣ ତୁମ୍ଭେମାନେ ବ୍ୟବସ୍ଥାର ବନ୍ଧନରେ ନୁହଁ। ତୁମ୍ଭେମାନେ ଏବେ ପରମେଶ୍ୱରଙ୍କ ଅନୁଗ୍ରହରେ ଜୀବିତ ଅଛ।
ଧାର୍ମିକତାର ଦାସ
15ତା'ହେଲେ ଆମ୍ଭେ କ’ଣ କରିବା ଉଚିତ୍? ଆମ୍ଭେ ବ୍ୟବସ୍ଥାର ଅଧୀନ ନୋହୁଁ, କିନ୍ତୁ ଅନୁଗ୍ରହର ଅଧୀନ ବୋଲି କ’ଣ ପାପ କରି ଗ୍ଭଲିଥିବା? ଅବଶ୍ୟ ନୁହେଁ! 16ଏହା ନିଶ୍ଚିତ ଭାବରେ ତୁମ୍ଭେମାନେ ଜାଣ ଯେ ଯେତେବେଳେ ତୁମ୍ଭେମାନେ ଦାସ ଭଳି ନିଜକୁ ସମର୍ପଣ କର, ସେତେବେଳେ ତୁମ୍ଭେମାନେ ପ୍ରକୃତରେ ସେହି ଲୋକର ଦାସ ଅଟ। ଯେଉଁ ଲୋକକୁ ତୁମ୍ଭେମାନେ ମାନିବ ସେ ହେଉଛି ତୁମ୍ଭର ମାଲିକ। ତୁମ୍ଭେମାନେ ପାପର ଗ୍ଭକର ହୋଇ ପାରିବ ବା ପରମେଶ୍ୱରଙ୍କୁ ମାନିବ। ପାପ ଆଧ୍ୟାତ୍ମିକ ମୃତ୍ୟୁ ଆଣି ଦିଏ। କିନ୍ତୁ ପରମେଶ୍ୱରଙ୍କୁ ମାନିଲେ, ପରମେଶ୍ୱରଙ୍କଠାରେ ତୁମ୍ଭେମାନେ ଧାର୍ମିକ ବୋଲି ଗଣିତ ହୁଅ। 17ଅତୀତରେ ତୁମ୍ଭେମାନେ ପାପର ଦାସ ଥିଲ, ପାପ ତୁମ୍ଭମାନଙ୍କୁ ନିୟନ୍ତ୍ରଣ କରି ରଖିଥିଲା। କିନ୍ତୁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଅ, ଯେ ତୁମ୍ଭମାନଙ୍କୁ ଯାହା ଶିକ୍ଷା ଦିଆଗଲା ତାହା ତୁମ୍ଭେମାନେ ସମସ୍ତ ହୃଦୟର ସହିତ ପାଳନ କଲ। 18ତୁମ୍ଭମାନଙ୍କୁ ପାପରୁ ମୁକ୍ତ କରାହେଲା ଓ ଏବେ ତୁମ୍ଭେମାନେ ଧାର୍ମିକତାର ଦାସ ହୋଇଛ। 19ଲୋକେ ଜାଣିଥିବା ଗୋଟିଏ ଉଦାହରଣ ଦେଇ ମୁଁ ଏ କଥା ତୁମ୍ଭମାନଙ୍କୁ ବୁଝାଉଛି। ଏହାକୁ ବୁଝିବା କଷ୍ଟକର ହୋଇଥିବା କାରଣରୁ ମୁଁ ଏହିଭଳି ବୁଝାଉଛି। ଅତୀତରେ ତୁମ୍ଭେମାନେ ନିଜ ଶରୀରର ଅଙ୍ଗଗୁଡ଼ିକୁ ପାପର ଦାସ ହେବାକୁ ଓ ମନ୍ଦ କର୍ମରେ ନିଯୁକ୍ତ କରିଥିଲ। ଫଳ ସ୍ୱରୂପ ତୁମ୍ଭେମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଜୀବନଯାପନ କରୁଥିଲ। ଠିକ୍ ସେହିଭଳି ଏବେ ତୁମ୍ଭମାନଙ୍କ ଶରୀରର ଅଙ୍ଗ ଗୁଡ଼ିକୁ ଭଲ କାମ କରିବା ପାଇଁ ସମର୍ପଣ କର। ତେବେ ତୁମ୍ଭେମାନେ କେବଳ ପରମେଶ୍ୱରଙ୍କ ପାଇଁ ବଞ୍ଚିବ।
20ଅତୀତରେ ତୁମ୍ଭେମାନେ ପାପର ଦାସ ଥିଲ ଓ ଯାହା ଉତ୍ତମ ତାହା ତୁମ୍ଭମାନଙ୍କୁ ନିୟନ୍ତ୍ରିତ କରି ନ ଥିଲା। 21ତୁମ୍ଭେମାନେ ମନ୍ଦ କାମ କରୁଥିଲ। ଏବେ ତୁମ୍ଭେମାନେ ସେଭଳି କର୍ମ ପାଇଁ ଲଜ୍ଜିତ। ସେ କାମଗୁଡ଼ିକ କ’ଣ ତୁମ୍ଭମାନଙ୍କୁ ସାହାଯ୍ୟ କଲା? ନା, ସେ କର୍ମ ଗୁଡ଼ିକ କେବଳ ଆଧ୍ୟାତ୍ମିକ ମୃତ୍ୟୁ ଆଣିଥାଏ। 22କିନ୍ତୁ ଏବେ ତୁମ୍ଭେମାନେ ପାପରୁ ମୁକ୍ତ। ତୁମ୍ଭେମାନେ ଏବେ ପରମେଶ୍ୱରଙ୍କର ଦାସ ଓ ଏହା କେବଳ ପରମେଶ୍ୱରଙ୍କ ପାଇଁ ତୁମ୍ଭମାନଙ୍କୁ ଜୀବନ ଆଣି ଦେବ। ତା'ପରେ ତୁମ୍ଭେମାନେ ସଦାକାଳ ପାଇଁ ଅନନ୍ତ ଜୀବନ ପାଇବ। 23ପାପର ସ୍ୱାଭାବିକ ପରିଣତି ମୃତ୍ୟୁ। କିନ୍ତୁ ପରମେଶ୍ୱରଙ୍କ ଅନୁଗ୍ରହଦାନ ଆମ୍ଭର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗୀତାରେ ତାହାଙ୍କ ଲୋକମାନଙ୍କୁ ଅନନ୍ତ ଜୀବନ ଦିଅନ୍ତି।
Tällä hetkellä valittuna:
ରୋମୀୟ 6: OERV
Korostus
Kopioi
Vertaa
Jaa
Haluatko, että korostuksesi tallennetaan kaikille laitteillesi? Rekisteröidy tai kirjaudu sisään
Odia Holy Bible: Easy-to-Read Version (OERV)
@ 2004 Bible League International