ପ୍ରେରିତ 6

6
ବିଶେଷ କାର୍ଯ୍ୟ ପାଇଁ ସାତ ଜଣଙ୍କୁ ବାଛିଲେ
1ଏହି ସମୟ ମଧ୍ୟରେ ଶିଷ୍ୟମାନଙ୍କ ସଂଖ୍ୟା ବଢ଼ିଗଲା। ସେତେବେଳେ ଗ୍ରୀକ୍ ଭାଷା କହୁଥିବା ଯିହୂଦୀମାନେ ଏବ୍ରୀଭାଷା କହୁଥିବା ଯିହୂଦୀମାନଙ୍କ ବିରୁଦ୍ଧରେ ଅଭିଯୋଗ କଲେ। ସେମାନଙ୍କ ବିଧବାମାନଙ୍କୁ ଉଚିତ୍ ପରିମାଣରେ ଖାଦ୍ୟ ବଣ୍ଟା ନ ଯାଉଥିବା କାରଣରୁ ଏପରି ବଚସା ହେଲା। 2ତେଣୁ ପ୍ରେରିତମାନେ ସମ୍ପୂର୍ଣ୍ଣ ଶିଷ୍ୟ ମଣ୍ଡଳୀକୁ ଡାକି କହିଲେ,
“ଆମ୍ଭେ ପରମେଶ୍ୱରଙ୍କର ବାକ୍ୟ ପ୍ରଗ୍ଭରରେ ଅବହେଳା କରିବା ଠିକ୍ ହେବ ନାହିଁ। ଖାଦ୍ୟ ବଣ୍ଟନରେ ସମୟ ଦେବା ଅପେକ୍ଷା ପ୍ରଗ୍ଭର କାର୍ଯ୍ୟ ଗ୍ଭଲୁ ରଖିବା ଆମ୍ଭପକ୍ଷେ ଯଥାର୍ଥ ହେବ। 3ଏଥିପାଇଁ ହେ ଭାଇମାନେ, ତୁମ୍ଭେମାନେ ନିଜ ଭିତରୁ ସାତ ଜଣ ପୁରୁଷଙ୍କୁ ବାଛ। ସେମାନେ ଯେପରି ଲୋକମାନଙ୍କ ଦୃଷ୍ଟିରୁ ଉତ୍ତମ, ପବିତ୍ରଆତ୍ମା ଓ ଜ୍ଞାନରେ ପୂର୍ଣ୍ଣ ହୋଇଥିବେ। ଆମ୍ଭେମାନେ ସେମାନଙ୍କୁ ଏହି କାମ କରିବା ପାଇଁ ଦେବୁ। 4ତେବେ ଆମ୍ଭେମାନେ ଆମ୍ଭର ସମସ୍ତ ସମୟ ଶିକ୍ଷାଦାନ ଓ ପ୍ରାର୍ଥନାରେ ଦେଇ ପାରିବୁ।”
5ସେହି ଦଳର ସମସ୍ତେ ଏହି ଚିନ୍ତାଧାରାକୁ ପସନ୍ଦ କଲେ। ସେମାନେ ନିଜ ମଧ୍ୟରୁ ସ୍ତିଫାନ, ଯେ କି ପବିତ୍ରଆତ୍ମା ଓ ବିଶ୍ୱାସରେ ପରିପୂର୍ଣ୍ଣ ଥିଲେ, ଫିଲି‌ପ୍‌ପ, ପ୍ରଖର, ନୀକାନୋର, ତୀମୋନ, ପାର୍ମନା ଓ ନୀକଲାୟଙ୍କୁ (ସେ ଆନ୍ତିୟଖିଅରୁ ଆସିଥିଲେ ଓ ଯିହୂଦୀ ଧର୍ମରୁ ଧର୍ମାନ୍ତରୀତ ହୋଇଥିଲେ)। 6ସେମାନେ ଏହି ଲୋକମାନଙ୍କୁ ପ୍ରେରିତମାନଙ୍କ ପାଖରେ ଉପସ୍ଥିତ କରାଇଲେ। ପ୍ରେରିତମାନେ ପ୍ରାର୍ଥନା କରି ସେମାନଙ୍କ ଉପରେ ହାତ ରଖିଲେ।
7ଏହିପରି ଭାବରେ ପରମେଶ୍ୱରଙ୍କର ବାକ୍ୟ ଗ୍ଭରିଆଡ଼େ ବ୍ୟାପିଗଲା। ଯିରୁଶାଲମରେ ଶିଷ୍ୟମାନଙ୍କର ସଂଖ୍ୟା ବହୁତ ବଢ଼ିଗଲା। ଏପରିକି ଯିହୂଦୀ ଯାଜକମାନଙ୍କ ମଧ୍ୟରୁ ଅନେକ ବିଶ୍ୱାସ କଲେ ଓ ପାଳନ କଲେ।
ସ୍ତିଫାନଙ୍କ ବିରୁଦ୍ଧରେ ଯିହୂଦୀମାନେ
8ସ୍ତିଫାନ ପରମେଶ୍ୱରଙ୍କଠାରୁ ପ୍ରାପ୍ତ ଅନୁଗ୍ରହ ଓ ଶକ୍ତିରେ ପରିପୂର୍ଣ୍ଣ ଥିଲେ। ସେ ଲୋକମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଆଶ୍ଚର୍ଯ୍ୟକର୍ମ କରୁଥିଲେ ଓ ଈଶ୍ୱରଙ୍କ ଶକ୍ତିର ପ୍ରମାଣ ଦେଉଥିଲେ। 9କେତେକ ଯିହୂଦୀ ଆସି ସ୍ତିଫାନଙ୍କ ସହିତ ଯୁକ୍ତିତର୍କ କଲେ। ସେମାନେ କୂରୀଣୀୟ, ଲିବର୍ତ୍ତାନ, କିଲିକିଆ ଓ ଏସିଆ ଦେଶର ଯିହୂଦୀ ଥିଲେ। ସେମାନେ ଯିହୂଦୀମାନଙ୍କର ଆଲେ‌କ୍‌ଜାଣ୍ଡ୍ରୀୟ ସମାଜଗୃହର ସଭ୍ୟ ଥିଲେ। 10କିନ୍ତୁ ସେମାନେ ସ୍ତିଫାନଙ୍କର ଜ୍ଞାନ ଓ ଆତ୍ମା ସମ୍ମୁଖରେ ଯୁକ୍ତି ବାଢ଼ି ପାରିଲେ ନାହିଁ।
11ତା'ପରେ ସେମାନେ କେତେକ ଲୋକଙ୍କୁ ଲାଞ୍ଚ ଦେଇ ଏହା କୁହାଇଲେ, “ଆମ୍ଭେ ତାହାଙ୍କୁ ପରମେଶ୍ୱର ଓ ମୋଶାଙ୍କର ବିରୁଦ୍ଧରେ ଖରାପ କଥା କହୁଥିବାର ଶୁଣିଲୁ।” 12ଏହା କରିବା ଦ୍ୱାରା ସେମାନେ ପୁରୁଖା ଯିହୂଦୀ ନେତାଙ୍କୁ ଆଇନର ଶିକ୍ଷକମାନଙ୍କୁ ଓ ଲୋକମାନଙ୍କୁ ଉତ୍ତେଜିତ କଲେ ଓ ସ୍ତିଫାନଙ୍କୁ ଧରିନେଇ ମହାସଭାକୁ ନେଇ ଆସିଲେ।
13ସେମାନେ କେତେ ଜଣ ମିଥ୍ୟା ସାକ୍ଷୀଙ୍କୁ ଆଣିଲେ। ସେମାନେ କହିଲେ, “ଏ ଲୋକ ସର୍ବଦା ଏହି ପବିତ୍ର ସ୍ଥାନ ଓ ମୋଶାଙ୍କ ବ୍ୟବସ୍ଥା ବିରୁଦ୍ଧରେ କୁହେ। 14ଆମ୍ଭେମାନେ ତାହାକୁ କହିବାର ଶୁଣିଛୁ ଯେ ନାଜରିତୀୟ ଯୀଶୁ ଏହି ସ୍ଥାନକୁ ନଷ୍ଟ କରିଦେବେ ଓ ମୋଶା ଆମ୍ଭକୁ ଦେଇଥିବା ବ୍ୟବସ୍ଥା ପରିବର୍ତ୍ତନ କରିଦେବେ।” 15ଏହା ଶୁଣି ମହାସଭାର ସମସ୍ତେ ତାହାଙ୍କ ଆଡ଼କୁ ସ୍ଥିର ଦୃଷ୍ଟିରେ ଦେଖିଲେ। ତାହାଙ୍କ ମୁଖ ସ୍ୱର୍ଗଦୂତଙ୍କ ମୁଖ ପରି ଦେଖାଗଲା ଓ ସେମାନେ ତାହା ଦେଖିଲେ।

Tällä hetkellä valittuna:

ପ୍ରେରିତ 6: OERV

Korostus

Kopioi

Vertaa

Jaa

None

Haluatko, että korostuksesi tallennetaan kaikille laitteillesi? Rekisteröidy tai kirjaudu sisään