ପ୍ରେରିତ 3

3
ପିତର ଛୋଟା ଲୋକକୁ ସୁସ୍ଥ କଲେ
1ଦିନେ ପିତର ଓ ଯୋହନ ଏକାଠି ମନ୍ଦିର ପରିସରକୁ ଗଲେ। ସେତେବେଳେ ଦିନ ତିନିଟା ହୋଇଥିଲା ଓ ତାହା ପ୍ରତିଦିନର ପ୍ରାର୍ଥନାର ସମୟ ଥିଲା। 2ସେମାନେ ଉପାସନା ମନ୍ଦିର ପରିସର ମଧ୍ୟରେ ଯାଉଥିବା ସମୟରେ ଜଣେ ଲୋକ ସେଠାରେ ଥିଲା। ସେ ଜନ୍ମରୁ ପଙ୍ଗୁ ହୋଇଥିବାରୁ ଗ୍ଭଲିପାରୁ ନ ଥିଲା। ସେମାନେ ତାହାକୁ ସବୁଦିନ ମନ୍ଦିରରୁ ‘ସୁନ୍ଦର ଫାଟକ’ ପାଖରେ ବସେଇ ଦେଉଥିଲେ। ସେ ମନ୍ଦିରକୁ ଯାଉଥିବା ଲୋକମାନଙ୍କଠାରୁ ପଇସା ମାଗୁଥିଲା। 3ସେ ଯେତେବେଳେ ପିତର ଓ ଯୋହନଙ୍କୁ ମନ୍ଦିର ଭିତରକୁ ଯିବାର ଦେଖିଲା, ସେତେବେଳେ ସେ ସେମାନଙ୍କୁ ପଇସା ମାଗିଲା।
4ଯୋହନ ଓ ପିତର ତା ଆଡ଼କୁ ଅନାଇ କହିଲେ, “ଆମ୍ଭ ଆଡ଼େ ଗ୍ଭହଁ।” 5ସେ କିଛି ପାଇବା ଆଶାରେ ସେମାନଙ୍କ ଆଡ଼େ ଦେଖିଲା। 6କିନ୍ତୁ ପିତର କହିଲେ, “ମୋ’ ପାଖରେ ସୁନା ବା ରୂପା ନାହିଁ, କିନ୍ତୁ ଯାହା ଅଛି ତାହା ମୁଁ ତୁମ୍ଭକୁ ଦେଉଛି। ନାଜରିତୀୟ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଉଠି ଗ୍ଭଲ।”
7ଏହା କହି ପିତର ତା'ର ଡାହାଣ ହାତ ଧରି ଉଠେଇଲେ। ସଙ୍ଗେ ସଙ୍ଗେ ତା’ ଗୋଡ଼ ଓ ପାଦ ଶକ୍ତ ହୋଇଗଲା। ସେ ଡେଇଁ ପଡ଼ି ଗ୍ଭଲିବାକୁ ଆରମ୍ଭ କଲା 8ସେ ନାଚି ନାଚି ଈଶ୍ୱରଙ୍କୁ ପ୍ରଶଂସା କରି ସେମାନଙ୍କ ସହିତ ଉପାସନା ମନ୍ଦିରକୁ ଗଲା। 9ସମସ୍ତେ ତାହାକୁ ଗ୍ଭଲିବାର ଓ ଈଶ୍ୱରଙ୍କର ପ୍ରଶଂସା କରିବାର ଦେଖିଲେ। 10ଲୋକମାନେ ତାହାକୁ ଚିହ୍ନି ପାରିଲେ ଯେ ଏ ସେହି ଲୋକ ଯିଏ କି ଉପାସନା ମନ୍ଦିରର ‘ସୁନ୍ଦର ଫାଟକ’ ପାଖରେ ବସି ଭିକ ମାଗୁଥିଲା। ସେମାନେ ତାହାର ଏହି ପରିବର୍ତ୍ତନ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଏହା କିପରି ସମ୍ଭବ ହେଲା, ତାହା ସେମାନେ ବୁଝିପାରୁ ନ ଥିଲେ।
ପିତରଙ୍କ ଲୋକମାନଙ୍କୁ ଉପଦେଶ
11ସେ ସୁସ୍ଥ ଲୋକଟି ପିତର ଓ ଯୋହନଙ୍କ ପାଖେ ପାଖେ ରହିଲା। ତେଣୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇ “ଶଲୋମନଙ୍କ ମଣ୍ଡପ”ରେ ସେମାନଙ୍କ ପାଖକୁ ଦୌଡ଼ି ଆସିଲେ। ତାହା ଦେଖି ପିତର ଲୋକମାନଙ୍କୁ କହିଲେ, “ହେ ଇସ୍ରାଏଲର ଲୋକମାନେ, ତୁମ୍ଭେମାନେ ଏହା ଦେଖି କାହିଁକି ଆଶ୍ଚର୍ଯ୍ୟ ହେଉଅଛ?
12ତୁମ୍ଭେମାନେ ଆମ୍ଭକୁ ଏପରି କାହିଁକି ଦେଖୁଛ, ଯେପରିକି ଆମ୍ଭେ ଆମ୍ଭ ଶକ୍ତି ବା ଭକ୍ତି ବଳରେ ଏହି ଲୋକକୁ ଗ୍ଭଲିବାକୁ ଦେଲୁ। 13ନା! ଈଶ୍ୱର ଏହା କରିଛନ୍ତି। ସେ ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବଙ୍କ ଈଶ୍ୱର ଅଟନ୍ତି। ସେ ଆମ୍ଭର ସମସ୍ତ ପୂର୍ବପୁରୁଷଙ୍କ ଈଶ୍ୱର ଅଟନ୍ତି। ସେ ତାହାଙ୍କ ମହାନ ସେବକ ଯୀଶୁଙ୍କୁ ଗୌରବାନ୍ୱିତ କରିଅଛନ୍ତି। ମାତ୍ର ତୁମ୍ଭେମାନେ ଯୀଶୁଙ୍କୁ ମୃତ୍ୟୁ ଭୋଗ କରିବା ନିମନ୍ତେ ସମର୍ପଣ କରିଦେଲ। ପୀଲାତ ଯୀଶୁଙ୍କୁ ମୁକ୍ତ କରିବାକୁ ସ୍ଥିର କରିଥିଲେ, କିନ୍ତୁ ତୁମ୍ଭେମାନେ ଯୀଶୁଙ୍କୁ ଗ୍ଭହଁ ନାହିଁ ବୋଲି ପୀଲାତଙ୍କୁ କହିଲ। 14ତୁମ୍ଭେମାନେ ଜଣେ ପବିତ୍ର ଓ ଧାର୍ମିକ ଲୋକକୁ ଅସ୍ୱୀକାର କଲ ଓ ଜଣେ ହତ୍ୟାକାରୀକୁ ତାହାଙ୍କ ବଦଳରେ ତୁମ୍ଭମାନଙ୍କ ପାଇଁ ମୁକ୍ତ କରିଦେବା ପାଇଁ ଗ୍ଭହିଁଲ। 15ଜୀବନ ଦାନ କରିଥିବା ବ୍ୟକ୍ତିକୁ ତୁମ୍ଭେମାନେ ହତ୍ୟା କଲ, ମାତ୍ର ଈଶ୍ୱର ତାହାଙ୍କୁ ମୃତ୍ୟୁରୁ ଉଠାଇଲେ। ଆମ୍ଭେ ସମସ୍ତେ ଏହାର ସାକ୍ଷୀ, ଆମ୍ଭେମାନେ ବି ଏହା ନିଜ ଆଖିରେ ଦେଖିଅଛୁ।
16“ଏ ଯେଉଁ ଲୋକକୁ ତୁମ୍ଭେମାନେ ଦେଖୁଛ ଓ ଚିହ୍ନିଛ, ସେ ଯୀଶୁଙ୍କ ନାମରେ ଶକ୍ତି ପାଇ ଗ୍ଭଲି ପାରିଲା। ଯୀଶୁଙ୍କ ନାମରେ ଆମ୍ଭମାନଙ୍କର ବିଶ୍ୱାସ ଅଛି। ହଁ, କେବଳ ଯୀଶୁଙ୍କ ଉପରେ ଥିବା ବିଶ୍ୱାସ ତାକୁ ସମ୍ପୂର୍ଣ୍ଣ ରୂପେ ଆରୋଗ୍ୟ କରିଦେଲା ଆଉ ତାହା ତୁମ୍ଭେମାନେ ଦେଖିଲ।
17“ଭାଇମାନେ, ମୁଁ ଜାଣେ ଯେ, ତୁମ୍ଭେମାନେ ମଧ୍ୟ କ’ଣ କରୁଛ, ତାହା ନ ବୁଝି ଯୀଶୁଙ୍କ ପ୍ରତି ଏପରି କଲ। ତୁମ୍ଭମାନଙ୍କର ନେତାମାନେ ମଧ୍ୟ କ’ଣ କରୁଅଛନ୍ତି, ତାହା ବୁଝିପାରି ନ ଥିଲେ। 18ଈଶ୍ୱର ଖ୍ରୀଷ୍ଟଙ୍କର ଦୁଃଖ ଭୋଗିବା ବିଷୟରେ ପୂର୍ବରୁ ସବୁ କଥା ଭାବବାଦୀମାନଙ୍କ ମୁଖଦ୍ୱାରା କହି ସାରିଥିଲେ। ବର୍ତ୍ତମାନ ପରମେଶ୍ୱର ଏ ସବୁ ଘଟଣା ଘଟାଉଛନ୍ତି। 19ଏଥିପାଇଁ ତୁମ୍ଭେମାନେ ତୁମ୍ଭମାନଙ୍କର ହୃଦୟ ଓ ଜୀବନ ପରିବର୍ତ୍ତନ କରି ପରମେଶ୍ୱରଙ୍କ ପାଖକୁ ଫେରି ଆସ, ତେବେ ସେ ତୁମ୍ଭମାନଙ୍କର ପାପସବୁ କ୍ଷମା କରିଦେବେ। 20ଏପରି କଲେ ପ୍ରଭୁ ତୁମ୍ଭମାନଙ୍କୁ ଆତ୍ମିକ ଶାନ୍ତି ଦେବେ। ତାହାଙ୍କ ମନୋନୀତ ଖ୍ରୀଷ୍ଟ ଯୀଶୁଙ୍କୁ ମଧ୍ୟ ସେ ତୁମ୍ଭମାନଙ୍କ ପାଖକୁ ପଠାଇଦେବେ।
21“ପୁନର୍ବାର ସମସ୍ତ କାର୍ଯ୍ୟ ସୁସମ୍ପନ୍ନ ହେବା ପର୍ଯ୍ୟନ୍ତ ଯୀଶୁଙ୍କୁ ସ୍ୱର୍ଗରେ ରହିବାକୁ ପଡ଼ିବ। ଏହି ସମସ୍ତ ବିଷୟରେ ପରମେଶ୍ୱର ବହୁତ ଆଗରୁ ଭାବବଦୀମାନଙ୍କ ମାଧ୍ୟମରେ କହିଛନ୍ତି। 22ମୋଶା କହିଛନ୍ତି, ‘ପରମେଶ୍ୱର ତୁମ୍ଭମାନଙ୍କ ପାଇଁ ଜଣେ ଭାବବାଦୀ ଦେବେ। ସେହି ଭାବବାଦୀ ତୁମ୍ଭମାନଙ୍କ ମଧ୍ୟରୁ ଆସିବେ। ସେ ମୋ’ ପରି ହେବେ। ସେ ଯାହା କହିବେ, ତାହା ତୁମ୍ଭମାନଙ୍କୁ ମାନିବାକୁ ପଡ଼ିବ। 23ଯେଉଁ ଲୋକ ତାହାଙ୍କ କଥାର ବାଧ୍ୟ ହେବ ନାହିଁ ତା'ର ମୃତ୍ୟୁ ଘଟିବ ଓ ପରମେଶ୍ୱରଙ୍କ ଲୋକମାନଙ୍କ ମଧ୍ୟରୁ ସେ ବିଚ୍ଛିନ୍ନ କରି ଦିଆଯିବ।’#ଦ୍ୱିତୀୟ ବିବରଣ 18:15,19
24“ହଁ, ଶାମୁୟେଲ ଓ ତାହାଙ୍କ ପରେ ଆସିଥିବା ସମସ୍ତ ଭାବବାଦୀମାନେ ଏହି ସମୟ ବିଷୟରେ ଘୋଷଣା କରିଛନ୍ତି। 25ତୁମ୍ଭେମାନେ ସେହି ଭାବବାଦୀମାନଙ୍କର ଉତ୍ତରାଧିକାରୀ। ପରମେଶ୍ୱର ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ସହିତ ଯେଉଁ ଚୁକ୍ତି କରିଥିଲେ, ତୁମ୍ଭେମାନେ ମଧ୍ୟ ତା'ର ଉତ୍ତରାଧିକାରୀ। ସେ ଅବ୍ରହାମଙ୍କୁ କହିଥିଲେ, ‘ତୁମ୍ଭମାନଙ୍କ ସନ୍ତାନମାନଙ୍କ ଦ୍ୱାରା ଜଗତରେ ସବୁ ଲୋକ ଆଶୀର୍ବାଦ ପାଇବେ।’#ଆଦି ପୁସ୍ତକ 22:18; 26:4 26ପରମେଶ୍ୱର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବା ପାଇଁ ପ୍ରଥମେ ଆପଣାର ବିଶେଷ ସେବକ ଯୀଶୁଙ୍କୁ ପଠାଇଛନ୍ତି। ତୁମ୍ଭେମାନେ ଯେପରି ମନ୍ଦକାର୍ଯ୍ୟରୁ ବିମୁଖ ହୁଅ, ଏଥିପାଇଁ ସେ ଏପରି କରିଛନ୍ତି।”

Tällä hetkellä valittuna:

ପ୍ରେରିତ 3: OERV

Korostus

Kopioi

Vertaa

Jaa

None

Haluatko, että korostuksesi tallennetaan kaikille laitteillesi? Rekisteröidy tai kirjaudu sisään