ପ୍ରେରିତ 14
14
ଇକନିୟରେ ପାଉଲ ଓ ବର୍ଣ୍ଣବ୍ବା
1ପାଉଲ ଓ ବର୍ଣ୍ଣବ୍ବା ଦୁହେଁ ଇକନିୟ ନଗରରେ ଯିହୂଦୀୟମାନଙ୍କର ସମାଜଗୃହକୁ ଗଲେ। ସେଠାରେ ସେମାନେ ଏଭଳି ଭାବରେ ପ୍ରଭୁଙ୍କ ବାକ୍ୟ ପ୍ରଗ୍ଭର କଲେ ଯେ, ଉଭୟ ଯିହୂଦୀୟ ଓ ଅନ୍ୟ ଜାତିର ଅନେକ ଲୋକ ବିଶ୍ୱାସ କଲେ। 2ମାତ୍ର ଯେଉଁ ଯିହୂଦୀମାନେ ଅବିଶ୍ୱାସ କରୁଥିଲେ, ସେମାନେ ଅନ୍ୟ ଜାତୀୟ ଲୋକମାନଙ୍କ ମନରେ ଭାଇମାନଙ୍କ ବିରୁଦ୍ଧରେ ଖରାପ ଧାରଣା ଜନ୍ମାଇଲେ।
3ତଥାପି ପାଉଲ ଓ ବର୍ଣ୍ଣବ୍ବା ସେଠାରେ ଅନେକ ଦିନ ରହିଲେ ଓ ପ୍ରଭୁଙ୍କର କଥା ସାହସର ସହିତ ପ୍ରଗ୍ଭର କଲେ। ସେମାନଙ୍କ ମାଧ୍ୟମରେ ପ୍ରଭୁ ଆଶ୍ଚର୍ଯ୍ୟ କାର୍ଯ୍ୟ ସବୁ କଲେ ଓ ଅନୁଗ୍ରହର ବାକ୍ୟ ପ୍ରଗ୍ଭର କଲେ। 4ନଗରର ଲୋକମାନେ ଦୁଇ ଦଳରେ ଭାଗ ହୋଇଗଲେ। କେତେକ ଯିହୂଦୀୟମାନଙ୍କ ପକ୍ଷରେ ଓ ଅନ୍ୟ ଦଳ ପ୍ରେରିତମାନଙ୍କ ପକ୍ଷରେ ଥିଲେ।
5ଅନ୍ୟଜାତୀୟ ଓ ଯିହୂଦୀୟ ଲୋକମାନେ ସେମାନଙ୍କ ସହ ଖରାପ ବ୍ୟବହାର କରିବା ପାଇଁ ଓ ସେମାନଙ୍କ ଉପରେ ପଥର ପକାଇବା ନିମନ୍ତେ ନେତାମାନଙ୍କ ସହିତ ମିଶିଲେ। 6ପାଉଲ ଓ ବର୍ଣ୍ଣବ୍ବା ଏହା ଜାଣିପାରି ଲୁକାୟନିଆର ଲୁସ୍ତ୍ରାର ଦର୍ବୀ ନଗର ଓ ଗ୍ଭରିପାଖ ଅଞ୍ଚଳକୁ ଗ୍ଭଲିଗଲେ। 7ସେଠାରେ ସେମାନେ ସୁସମାଗ୍ଭର ପ୍ରଗ୍ଭର କଲେ।
ଲୁସ୍ତ୍ରା ଓ ଦର୍ବୀରେ ପାଉଲ
8ଲୁସ୍ତ୍ରାରେ ଗୋଟିଏ ଛୋଟା ଥିଲା। ସେ ଲୋକଟି ଜନ୍ମରୁ ଛୋଟା ଥିଲା। ସେ କେବେ ଗ୍ଭଲି ପାରୁ ନ ଥିଲା। 9ସେ ବସି ପାଉଲଙ୍କ କଥା ଶୁଣୁଥିଲା। ପାଉଲ ତାକୁ ସିଧାସଳଖ ଅନାଇ ଦେଖିଲେ ଯେ ସେ ସୁସ୍ଥ ହୋଇପାରିବ ବୋଲି ତା'ର ବିଶ୍ୱାସ ଅଛି। 10ସେ ଖୁବ୍ ଜୋର୍ରେ କହିଲେ, “ପାଦରେ ଭରା ଦେଇ ସିଧା ଠିଆ ହୁଅ।” ସେ ଛୋଟା ଲୋକଟି ଡେଇଁ ପଡ଼ିଲା ଓ ଗ୍ଭଲିବାକୁ ଆରମ୍ଭ କଲା।
11ଲୋକମାନେ ପାଉଲଙ୍କର ଏ କାମ ଦେଖି ଲୁକାୟନିଆ ଭାଷାରେ ଖୁବ୍ ଜୋର୍ରେ କହିଲେ, “ଦେବତାମାନେ ମନୁଷ୍ୟ ରୂପରେ ଆମ୍ଭ ପାଖକୁ ଆସିଛନ୍ତି।” 12ଲୋକମାନେ ବର୍ଣ୍ଣବ୍ବାଙ୍କୁ ବୃହସ୍ପତି ଓ ପାଉଲ ପ୍ରଧାନ ବକ୍ତା ହେବାରୁ ତାହାଙ୍କୁ ବୁଧ ବୋଲି କହିଲେ। 13ସେହି ନଗର ସାମନାରେ ସ୍ଥାପିତ ବୃହସ୍ପତି ମନ୍ଦିରର ଯାଜକ କେତୋଟି ବଳଦ ଓ ଫୁଲମାଳ ଆଣି ପହଞ୍ଚିଲେ। ଯାଜକ ଓ ଲୋକମାନେ ପାଉଲ ଓ ବର୍ଣ୍ଣବ୍ବାଙ୍କୁ ଏହା ଉତ୍ସର୍ଗ କରିବା ପାଇଁ ଇଚ୍ଛା କରୁଥିଲେ।
14କିନ୍ତୁ ବର୍ଣ୍ଣବ୍ବା ଓ ପାଉଲ ଏହା ଶୁଣି ନିଜ ବସ୍ତ୍ର ଚିରି ପକାଇଲେ। ସେମାନେ ଲୋକମାନଙ୍କ ଆଡ଼କୁ ଦୌଡ଼ି ପାଟିକରି କହିବାକୁ ଲାଗିଲେ: 15“ହେ ଲୋକମାନେ ତୁମ୍ଭେମାନେ ଏପରି କାହିଁକି କରୁଛ? ଆମ୍ଭେ ତୁମ୍ଭମାନଙ୍କ ପରି କେବଳ ମଣିଷ। ଆମ୍ଭେ ତୁମ୍ଭମାନଙ୍କୁ ସୁସମାଗ୍ଭର କହିବା ପାଇଁ ଆସିଛୁ। ତୁମ୍ଭମାନଙ୍କୁ ଏହି ମୂଲ୍ୟହୀନ ବିଷୟ ଗୁଡ଼ିକଠାରୁ ଦୂରେଇ ରହି ଜୀବନ୍ତ ପରମେଶ୍ୱରଙ୍କ ଆଡ଼କୁ ଫେରାଇବା ପାଇଁ ଆମ୍ଭେ ଆସିଛୁ। ସେହି ପରମେଶ୍ୱର ଆକାଶ, ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥ ସମସ୍ତ ବିଷୟ ସୃଷ୍ଟି କରିଛନ୍ତି।
16“ଅତୀତରେ ସବୁ ଜାତିର ଲୋକମାନଙ୍କୁ ନିଜ ନିଜ ରାସ୍ତାରେ ଗ୍ଭଲିବା ପାଇଁ ସେ ଅନୁମତି ଦେଇଥିଲେ। 17କିନ୍ତୁ ସେ ତୁମ୍ଭମାନଙ୍କ ନିକଟରେ ନିଜର ସାକ୍ଷ୍ୟ ଦେଇ ଅଛନ୍ତି। କାରଣ ସେ ତୁମ୍ଭମାନଙ୍କ ପାଇଁ ବହୂତ ଭଲ କାମ କରିଛନ୍ତି। ସେ ତୁମ୍ଭକୁ ସ୍ୱର୍ଗରୁ ବର୍ଷା ଓ ଋତୁ ଅନୁସାରେ ଶସ୍ୟ ଦେଇଛନ୍ତି। ସେ ତୁମ୍ଭମାନଙ୍କୁ ଖାଦ୍ୟ ଦିଅନ୍ତି। ସେ ତୁମ୍ଭମାନଙ୍କର ହୃଦୟ ଆନନ୍ଦରେ ଭରି ଦିଅନ୍ତି।”
18ଏସବୁ କଥା କହି ପାଉଲ ଓ ବର୍ଣ୍ଣବ୍ବା ଅତି କଷ୍ଟରେ ସେମାନଙ୍କର ଉଦ୍ଦେଶ୍ୟରେ ନୈବେଦ୍ୟ ଉତ୍ସର୍ଗ କରିବାରୁ ଲୋକମାନଙ୍କୁ ବନ୍ଦ କଲେ।
19କିନ୍ତୁ ତା'ପରେ କେତେକ ଯିହୂଦୀ ଆନ୍ତିୟଖିଆ ଓ ଇକନିୟରୁ ଆସିଲେ। ସେମାନେ ଲୋକମାନଙ୍କୁ ମତାଇ ପାଉଲଙ୍କୁ ପଥର ମାରିଲେ। ସେ ମରିଗଲେଣି ଭାବି ସେମାନେ ତାହାଙ୍କୁ ନଗର ବାହାରକୁ ଟାଣି ଆଣିଲେ। 20କିନ୍ତୁ ଶିଷ୍ୟମାନେ ପାଉଲଙ୍କ ଗ୍ଭରିପାଖେ ଘେରି ଯିବାରୁ ସେ ଉଠି ପଡ଼ି ନଗରକୁ ଗ୍ଭଲିଗଲେ। ତହିଁ ଆରଦିନ ସେ ବର୍ଣ୍ଣବ୍ବାଙ୍କ ସହିତ ଦର୍ବୀ ନଗରକୁ ଗ୍ଭଲିଗଲେ।
ସିରିଆ ଦେଶର ଆନ୍ତିୟଖିଆକୁ ଫେରିବା
21ପାଉଲ ଓ ବର୍ଣ୍ଣବ୍ବା ଦର୍ବୀ ନଗରରେ ସୁସମାଗ୍ଭର ପ୍ରଗ୍ଭର କଲେ। ବହୁତ ଲୋକ ଯୀଶୁଙ୍କର ଶିଷ୍ୟ ହେଲେ। ତା'ପରେ ବର୍ଣ୍ଣବ୍ବା ଓ ପାଉଲ ଲୁସ୍ତ୍ରା, ଇକନିୟ ଓ ଆନ୍ତିୟଖିଆକୁ ଫେରିଗଲେ। 22ସେମାନେ ସେ ସ୍ଥାନଗୁଡ଼ିକରେ ଶିଷ୍ୟମାନଙ୍କ ଆତ୍ମାକୁ ସବଳ କଲେ ଓ ବିଶ୍ୱାସରେ ବୃଦ୍ଧିପାଇବା ପାଇଁ ଉତ୍ସାହିତ କଲେ। ସେମାନେ କହିଲେ, “ପରମେଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ନିମନ୍ତେ ଆମ୍ଭକୁ ଅନେକ ଦୁଃଖ କଷ୍ଟ ଭୋଗ କରିବାକୁ ପଡ଼ିବ।” 23ପାଉଲ ଓ ବର୍ଣ୍ଣବ୍ବା ସେମାନଙ୍କ ପାଇଁ ପ୍ରତି ମଣ୍ଡଳୀରେ ପ୍ରାଚୀନମାନଙ୍କୁ ନିଯୁକ୍ତି ଦେଲେ। ସେମାନେ ଏହି ପ୍ରାଚୀନମାନଙ୍କ ପାଇଁ ଉପବାସ ଓ ପ୍ରାର୍ଥନା କଲେ। ଏହି ପ୍ରାଚୀନମାନେ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରିଥିଲେ। ତେଣୁ ପାଉଲ ଓ ବର୍ଣ୍ଣବ୍ବା ସେମାନଙ୍କୁ ପ୍ରଭୁଙ୍କ ପାଖରେ ସମର୍ପଣ କଲେ।
24ସେମାନେ ପିସିଦିଆ ଦେଇ ପଂଫୂଲିଆରେ ପହଞ୍ଚିଲେ। 25ସେମାନେ ପର୍ଗୀରେ ସୁସମାଗ୍ଭର ପ୍ରଗ୍ଭର କଲାପରେ ଆତ୍ତାଲିଆ ନଗରରେ ପହଞ୍ଚିଲେ। 26ସେଠାରୁ ସେମାନେ ଆନ୍ତିୟଖିଆକୁ ସମୁଦ୍ର ପଥରେ ଗ୍ଭଲିଗଲେ। ଏହି ସ୍ଥାନରେ ବିଶ୍ୱାସୀମାନେ ସେମାନଙ୍କୁ ଏହି କାର୍ଯ୍ୟ କରିବା ପାଇଁ ପ୍ରଭୁଙ୍କ ନିକଟରେ ସମର୍ପିତ କରି ପଠାଇଥିଲେ। ସେମାନେ ଏହି କାର୍ଯ୍ୟ ପୂର୍ଣ୍ଣ କଲେ।
27ପାଉଲ ଓ ବର୍ଣ୍ଣବ୍ବା ସେଠାରେ ପହଞ୍ଚିବା ପରେ ମଣ୍ଡଳୀକୁ ଏକାଠି କଲେ। ପରମେଶ୍ୱର ସେମାନଙ୍କ ସହିତ ଯାହାକିଛି କରିଥିଲେ ତାହା ସେମାନଙ୍କୁ କହିଲେ ଓ ପରମେଶ୍ୱର ଅନ୍ୟ ଜାତୀୟ ଲୋକଙ୍କ ପାଇଁ କିପରି ବିଶ୍ୱାସର ରାସ୍ତା ଖୋଲିଲେ, ତାହା ସେମାନେ ବର୍ଣ୍ଣନା କଲେ। 28ସେମାନେ ସେଠାରେ ଖ୍ରୀଷ୍ଟଙ୍କ ଶିଷ୍ୟମାନଙ୍କ ସହିତ ଅନେକ ଦିନ ପର୍ଯ୍ୟନ୍ତ ରହିଲେ।
Tällä hetkellä valittuna:
ପ୍ରେରିତ 14: OERV
Korostus
Kopioi
Vertaa
Jaa
Haluatko, että korostuksesi tallennetaan kaikille laitteillesi? Rekisteröidy tai kirjaudu sisään
Odia Holy Bible: Easy-to-Read Version (OERV)
@ 2004 Bible League International