1
ଲୂକ 11:13
ଓଡିଆ ବାଇବେଲ
ORYIRV
ଏଣୁ ତୁମ୍ଭେମାନେ ଦୁଷ୍ଟ ହେଲେ ସୁଦ୍ଧା ଯେବେ ଆପଣା ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ଯେଉଁ ପିତା ସ୍ୱର୍ଗରୁ ଦାନ କରନ୍ତି, ସେ ତାହାଙ୍କ ପାଖରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ପବିତ୍ର ଆତ୍ମା ଦେବେ !
Параўнаць
Даследуйце ଲୂକ 11:13
2
ଲୂକ 11:9
ମୁଁ ମଧ୍ୟ ତୁମ୍ଭମାନଙ୍କୁ କହୁଅଛି, ମାଗ, ସେଥିରେ ତୁମ୍ଭମାନଙ୍କୁ ଦିଆଯିବ; ଖୋଜ, ସେଥିରେ ତୁମ୍ଭେମାନେ ସନ୍ଧାନ ପାଇବ; ଦ୍ୱାରରେ ମାର, ସେଥିରେ ତୁମ୍ଭମାନଙ୍କ ନିମନ୍ତେ ଦ୍ୱାର ଫିଟାଇଦିଆଯିବ ।
Даследуйце ଲୂକ 11:9
3
ଲୂକ 11:10
କାରଣ ଯେ କେହି ମାଗେ, ସେ ପାଏ; ଯେ ଖୋଜେ, ସେ ସନ୍ଧାନ ପାଏ; ଆଉ, ଯେ ଦ୍ୱାରରେ ମାରେ, ତାହା ନିମନ୍ତେ ଦ୍ୱାର ଫିଟାଦିଆଯିବ ।
Даследуйце ଲୂକ 11:10
4
ଲୂକ 11:2
ଏଥିରେ ସେ ସେମାନଙ୍କୁ କହିଲେ, ଯେତେବେଳେ ତୁମ୍ଭେମାନେ ପ୍ରାର୍ଥନା କର, ସେତେବେଳେ କୁହ, ପିତଃ, ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ । ତୁମ୍ଭର ରାଜ୍ୟ ଆସୁ ।
Даследуйце ଲୂକ 11:2
5
ଲୂକ 11:4
ଆମ୍ଭମାନଙ୍କର ପାପସବୁ କ୍ଷମା କର, କାରଣ ଆମ୍ଭେମାନେ ମଧ୍ୟ ଆପଣା ଆପଣାର ପ୍ରତ୍ୟେକ ଅପରାଧିକୁ କ୍ଷମା କରୁ । ପରୀକ୍ଷାରେ ଆମ୍ଭମାନଙ୍କୁ ଆଣ ନାହିଁ ।
Даследуйце ଲୂକ 11:4
6
ଲୂକ 11:3
ପ୍ରତିଦିନ ଆମ୍ଭମାନଙ୍କୁ ପ୍ରୟୋଜନୀୟ ଆହାର ଦିଅ ।
Даследуйце ଲୂକ 11:3
7
ଲୂକ 11:34
ତୁମ୍ଭର ଚକ୍ଷୁ ଶରୀରର ପ୍ରଦୀପ । ଯେତେବେଳେ ତୁମ୍ଭର ଚକ୍ଷୁ ନିର୍ମଳ ଥାଏ, ସେତେବେଳେ ତୁମ୍ଭର ସମସ୍ତ ଶରୀର ମଧ୍ୟ ଆଲୋକମୟ ହୁଏ; କିନ୍ତୁ ଯେତେବେଳେ ତାହା ଦୂଷିତ ଥାଏ, ସେତେବେଳେ ତୁମ୍ଭର ଶରୀର ମଧ୍ୟ ଅନ୍ଧକାରମୟ ହୁଏ ।
Даследуйце ଲୂକ 11:34
8
ଲୂକ 11:33
କେହି ଦୀପ ଜାଳି ଗୁପ୍ତ କୋଠରୀରେ କିମ୍ବା ମାଣ ତଳେ ରଖେ ନାହିଁ, ମାତ୍ର ଦୀପରୁଖା ଉପରେ ରଖେ, ଯେପରି ଭିତରେ ପ୍ରବେଶ କରିବା ଲୋକମାନେ ଆଲୋକ ଦେଖି ପାରନ୍ତି ।
Даследуйце ଲୂକ 11:33