ରୋମୀୟ 10

10
1ହେ ଭାଇମାନେ, ସେମାନେ ଯେପରି ପରିତ୍ରାଣ ପାଆନ୍ତି, ଏହା ମୋହର ହୃଦୟର ବାଞ୍ଛା ଏବଂ ସେମାନଙ୍କ ନିମନ୍ତେ ଈଶ୍ଵରଙ୍କ ଛାମୁରେ ମୋହର ପ୍ରାର୍ଥନା।
2କାରଣ ଈଶ୍ଵରଙ୍କ ବିଷୟରେ ଯେ ସେମାନଙ୍କର ଉଦ୍ଯୋଗ ଅଛି, ଏହା ମୁଁ ସେମାନଙ୍କ ସପକ୍ଷରେ ସାକ୍ଷ୍ୟ ଦେଉଅଛି, କିନ୍ତୁ ସେହି ଉଦ୍ଯୋଗ ଜ୍ଞାନଯୁକ୍ତ ନୁହେଁ।
3ଯେଣୁ ଈଶ୍ଵରଦତ୍ତ ଧାର୍ମିକତା ବିଷୟରେ ଅଜ୍ଞ ହୋଇ ଓ ଆପଣା ଆପଣା ଧାର୍ମିକତା ସ୍ଥାପନ କରିବାକୁ ଚେଷ୍ଟା କରି ସେମାନେ ଈଶ୍ଵରଦତ୍ତ ଧାର୍ମିକତାର ବଶୀଭୂତ ହୋଇ ନାହାନ୍ତି।
4କାରଣ ପ୍ରତ୍ୟେକ ବିଶ୍ଵାସୀ ପକ୍ଷରେ ଧାର୍ମିକ ଗଣିତ ହେବା ନିମନ୍ତେ ଖ୍ରୀଷ୍ଟ ବ୍ୟବସ୍ଥାର ଶେଷ ଅଟନ୍ତି।
ସମସ୍ତଙ୍କ ନିମନ୍ତେ ପରିତ୍ରାଣର ସମ୍ଵାଦ
5କାରଣ ମୋଶା ଲେଖନ୍ତି, ଯେଉଁ ମନୁଷ୍ୟ ବ୍ୟବସ୍ଥାମୂଳକ ଧାର୍ମିକତା ସାଧନ କରେ, ସେ ତଦ୍ଦ୍ଵାରା ବଞ୍ଚିବ।
6କିନ୍ତୁ ବିଶ୍ଵାସମୂଳକ ଧାର୍ମିକତା ଏପରି କହେ, “ମନେ ମନେ କୁହ ନାହିଁ, ‘କିଏ ସ୍ଵର୍ଗାରୋହଣ କରିବʼ (ଅର୍ଥାତ୍, ଖ୍ରୀଷ୍ଟଙ୍କୁ ଓହ୍ଲାଇଆଣିବା ନିମନ୍ତେ)?
7ଅବା ‘କିଏ ରସାତଳକୁ ଅବତରଣ କରିବʼ (ଅର୍ଥାତ୍, ଖ୍ରୀଷ୍ଟଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଆଣିବା ନିମନ୍ତେ)?
8କିନ୍ତୁ ତାହା କଅଣ କହେ? ‘ବାକ୍ୟ ତୁମ୍ଭର ନିକଟବର୍ତ୍ତୀ, ତୁମ୍ଭ ମୁଖରେ ଓ ତୁମ୍ଭ ହୃଦୟରେ ଅଛିʼ, ଅର୍ଥାତ୍ ଯେଉଁ ବିଶ୍ଵାସ ସମ୍ଵନ୍ଧୀୟ ବାକ୍ୟ ଆମ୍ଭେମାନେ ପ୍ରଚାର କରୁ, ସେହି ବାକ୍ୟ।”
9ଯେଣୁ ତୁମ୍ଭେ ଯଦି ମୁଖରେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ଵୀକାର କରିବ, ଆଉ ଈଶ୍ଵର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି ବୋଲି ହୃଦୟରେ ବିଶ୍ଵାସ କରିବ, ତେବେ ପରିତ୍ରାଣ ପ୍ରାପ୍ତ ହେବ;
10କାରଣ ଧାର୍ମିକତାପ୍ରାପ୍ତି ନିମନ୍ତେ ମନୁଷ୍ୟ ହୃଦୟରେ ବିଶ୍ଵାସ କରେ ଓ ପରିତ୍ରାଣ ପ୍ରାପ୍ତି ନିମନ୍ତେ ମୁଖରେ ସ୍ଵୀକାର କରେ।
11ଯେଣୁ ଶାସ୍ତ୍ର କହେ, ଯେକେହି ତାହାଙ୍କଠାରେ ବିଶ୍ଵାସ କରେ, ସେ ଲଜ୍ଜିତ ହେବ ନାହିଁ।
12କାରଣ ଯିହୁଦୀ ଓ ଗ୍ରୀକ୍ ମଧ୍ୟରେ କିଛି ପ୍ରଭେଦ ନାହିଁ; ଯେଣୁ ସମସ୍ତଙ୍କର ତ ଏକ ପ୍ରଭୁ, ଆଉ ଯେତେ ଲୋକ ତାହାଙ୍କ ନିକଟରେ ପ୍ରାର୍ଥନା କରନ୍ତି, ସେସମସ୍ତଙ୍କ ପ୍ରତି ସେ ଅନୁଗ୍ରହର ନିଧିସ୍ଵରୂପ।
13କାରଣ ଯେକେହି ପ୍ରଭୁଙ୍କ ନାମ ଧରି ପ୍ରାର୍ଥନା କରିବ, ସେ ପରିତ୍ରାଣ ପ୍ରାପ୍ତ ହେବ।
14ତେବେ ଯାହାଙ୍କୁ ସେମାନେ ବିଶ୍ଵାସ କରି ନାହାନ୍ତି, ତାହାଙ୍କ ନିକଟରେ କିପରି ପ୍ରାର୍ଥନା କରିବେ? ପୁଣି ଯାହାଙ୍କ କଥା ସେମାନେ ଶୁଣି ନାହାନ୍ତି, କିପରି ତାହାଙ୍କଠାରେ ବିଶ୍ଵାସ କରିବେ? ଆଉ ପ୍ରଚାରକ ବିନା ସେମାନେ କିପରି ଶୁଣିବେ?
15ପୁଣି, ପ୍ରେରିତ ନ ହେଲେ କିପରି ପ୍ରଚାର କରିବେ? ଯେପରି ଲେଖାଅଛି, ‘ଯେଉଁମାନେ ଶୁଭ ବିଷୟର ସୁସମାଚାର ଆଣନ୍ତି, ସେମାନଙ୍କର ପାଦ କିପରି ଶୋଭାଯୁକ୍ତ।ʼ
16କିନ୍ତୁ ସମସ୍ତେ ସୁସମାଚାରର ବଶୀଭୂତ ହେଲେ ନାହିଁ। କାରଣ ଯିଶାଇୟ କହନ୍ତି, ‘ହେ ପ୍ରଭୁ, କିଏ ଆମ୍ଭମାନଙ୍କ ସମ୍ଵାଦ ବିଶ୍ଵାସ କରିଅଛିଣ?ʼ
17ଅତଏବ, ବିଶ୍ଵାସ ଶ୍ରବଣରୁ ଜାତ ହୁଏ ଓ ଶ୍ରବଣ ଖ୍ରୀଷ୍ଟଙ୍କ ବାକ୍ୟ ଦ୍ଵାରା ହୁଏ।
18କିନ୍ତୁ ମୁଁ କହେ, ସେମାନେ କି ଶୁଣି ନାହାନ୍ତି? ହଁ, ନିଶ୍ଚୟ; ସମୁଦାୟ ପୃଥିବୀରେ ସେମାନଙ୍କ ସ୍ଵର, ଆଉ ଜଗତର ସୀମା ପର୍ଯ୍ୟନ୍ତ ସେମାନଙ୍କ ବାକ୍ୟ ବ୍ୟାପିଗଲା।
19କିନ୍ତୁ ମୁଁ କହେ, ଇସ୍ରାଏଲ କଅଣ ଜାଣି ନାହାନ୍ତି? ପ୍ରଥମରେ ମୋଶା କହନ୍ତି, ‘ଆମ୍ଭେ ନଗଣ୍ୟ ଜାତି ଦ୍ଵାରା ତୁମ୍ଭମାନଙ୍କର ଈର୍ଷା ଜନ୍ମାଇବା, ଗୋଟିଏ ନିର୍ବୋଧ ଜାତି ଦ୍ଵାରା ତୁମ୍ଭମାନଙ୍କୁ କ୍ରୋଧାନ୍ଵିତ କରିବା।ʼ
20ତାହାପରେ ଯିଶାଇୟ ସାହସରେ କହନ୍ତି, ‘ଯେଉଁମାନେ ଆମ୍ଭର ଅନ୍ଵେଷଣ କରୁ ନ ଥିଲେ, ସେମାନେ ଆମ୍ଭକୁ ପ୍ରାପ୍ତ ହେଲେ; ଯେଉଁମାନେ ଆମ୍ଭ ବିଷୟ ପଚାରୁ ନ ଥିଲେ, ସେମାନଙ୍କ ନିକଟରେ ଆମ୍ଭେ ପ୍ରକାଶିତ ହେଲୁ।ʼ
21କିନ୍ତୁ ସେ ଇସ୍ରାଏଲ ବିଷୟରେ କହନ୍ତି, ‘ଆମ୍ଭେ ଅନାଜ୍ଞାବହ ଓ ପ୍ରତିକୂଳବାଦୀ ଲୋକମାନଙ୍କ ପ୍ରତି ଦିନଯାକ ହସ୍ତ ବିସ୍ତାର କରିଅଛୁ।ʼ

Vurgu

Kopyala

Karşılaştır

Paylaş

None

Önemli anlarınızın tüm cihazlarınıza kaydedilmesini mi istiyorsunuz? Kayıt olun ya da giriş yapın