1
ଲୂକ 9:23
ପବିତ୍ର ବାଇବଲ (CL) NT (BSI)
ODCLBSI
ଆଉ ସେ ସମସ୍ତଙ୍କୁ କହିଲେ, “ଯଦି କେହି ମୋର ଅନୁଗାମୀ ହେବାକୁ ଚାହେଁ, ସେ ନିଜକୁ ଭୁଲି ଯାଉ, ପ୍ରତିଦିନ ନିଜର କ୍ରୁଶ ବହନ କରି ମୋହର ଅନୁଗମନ କରୁ
Konpare
Eksplore ଲୂକ 9:23
2
ଲୂକ 9:24
କାରଣ ଯେ ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ, କିନ୍ତୁ ଯେ କେହି ମୋ’ ନିମନ୍ତେ ଆପଣା ଜୀବନ ହରାଏ, ସେ ତାହା ରକ୍ଷା କରିବ।
Eksplore ଲୂକ 9:24
3
ଲୂକ 9:62
ଯୀଶୁ ତାକୁ କହିଲେ, “ଯେ କେହି ଲଙ୍ଗଳରେ ହାତ ଦେଇ ପଛକୁ ଚାହେଁ, ସେ ଈଶ୍ୱରଙ୍କ ରାଜ୍ୟର ଯୋଗ୍ୟ ନୁହେଁ।”
Eksplore ଲୂକ 9:62
4
ଲୂକ 9:25
ଯଦି ଜଣେ ଲୋକ ସମଗ୍ର ଜଗତ ଲାଭ କରେ, କିନ୍ତୁ ନିଜେ ହିଜିଯାଏ ଅବା ବିନଷ୍ଟ ହୁଏ, ତେବେ ତା’ର କି ଲାଭ?
Eksplore ଲୂକ 9:25
5
ଲୂକ 9:26
ଯଦି ଜଣେ ଲୋକ ମୋ’ ବିଷୟରେ ଓ ମୋର ଶିକ୍ଷା ବିଷୟରେ ଲଜ୍ଜିତ ହୁଏ, ତେବେ ମନୁଷ୍ୟପୁତ୍ର ଯେତେବେଳେ ମହିମାନ୍ୱିତ ହୋଇ, ପିତା ଓ ପବିତ୍ର ସ୍ୱର୍ଗଦୂତଗଣଙ୍କ ଗୌରବରେ ଆସିବେ, ସେତେବେଳେ ସେ ମଧ୍ୟ ତା’ ବିଷୟରେ ଲଜ୍ଜିତ ହେବେ।
Eksplore ଲୂକ 9:26
6
ଲୂକ 9:58
ଯୀଶୁ ତାକୁ କହିଲେ, “କୋକିଶିଆଳୀମାନଙ୍କର ଗାତ ଅଛି, ପକ୍ଷୀମାନଙ୍କର ବସା ଅଛି, କିନ୍ତୁ ମନୁଷ୍ୟପୁତ୍ରଙ୍କର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ।”
Eksplore ଲୂକ 9:58
7
ଲୂକ 9:48
ଓ ସେମାନଙ୍କୁ କହିଲେ, “ଯେ କେହି ମୋ’ ନାମରେ ଏହି ଶିଶୁକୁ ସ୍ୱାଗତ କରେ, ସେ ମୋତେ ସ୍ୱାଗତ କରେ ଓ ଯେ ମୋତେ ପ୍ରେରଣ କରିଛନ୍ତି, ତାଙ୍କୁ ମଧ୍ୟ ସେ ସ୍ୱାଗତ କରେ। କାରଣ ଯେ ତୁମ ସମସ୍ତଙ୍କଠାରୁ ନିଜକୁ ନ୍ୟୂନ କରେ, ସେ ହିଁ ଶ୍ରେଷ୍ଠ।”
Eksplore ଲୂକ 9:48
Akèy
Bib
Plan yo
Videyo