Bible App logo
Søgeikon

ମୋଶାଙ୍କ ଲିଖିତ ତୃତୀୟ ପୁସ୍ତକ 17

17
ବଳିଦାନର ସ୍ଥାନ
1ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 2“ତୁମ୍ଭେ ହାରୋଣକୁ, ତାହାର ପୁତ୍ରଗଣଙ୍କୁ ଓ ଇସ୍ରାଏଲର ସମସ୍ତ ସନ୍ତାନଗଣଙ୍କୁ କୁହ, ସଦାପ୍ରଭୁ ଏହି ଆଜ୍ଞା ଦେଇଅଛନ୍ତି। 3ଇସ୍ରାଏଲ ବଂଶରୁ ଜାତ ଯେକେହି ଗୋରୁ, କି ମେଷ, କି ଛାଗ ଛାଉଣି ମଧ୍ୟରେ କିମ୍ବା ଛାଉଣି ବାହାରେ ବଧ କରେ, 4ମାତ୍ର ସଦାପ୍ରଭୁଙ୍କ ଆବାସ ସମ୍ମୁଖରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କରିବା ପାଇଁ ସମାଗମ-ତମ୍ବୁର ଦ୍ୱାର ନିକଟକୁ ତାହା ନ ଆଣେ, ତାହା ପ୍ରତି ରକ୍ତପାତର ଅପରାଧ ଗଣିତ ହେବ; ସେ ରକ୍ତପାତ କରିଅଛି; ସେହି ମନୁଷ୍ୟ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।
5ଏହେତୁ ଇସ୍ରାଏଲ ସନ୍ତାନଗଣ ଆପଣାମାନଙ୍କର ଯେଉଁ ଯେଉଁ ବଳି କ୍ଷେତ୍ରକୁ ନିଅନ୍ତି, ସେହି ସମସ୍ତ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମାଗମ-ତମ୍ବୁର ଦ୍ୱାରରେ ଯାଜକ ନିକଟକୁ ଆଣି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଉତ୍ସର୍ଗ କରିବେ। 6ପୁଣି, ଯାଜକ ସମାଗମ-ତମ୍ବୁର ଦ୍ୱାର ନିକଟରେ ସଦାପ୍ରଭୁଙ୍କ ବେଦି ଉପରେ ସେହି ରକ୍ତ ଛିଞ୍ଚିବ, ଆଉ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମେଦ ଦଗ୍ଧ କରିବ। 7ତହିଁରେ ସେମାନେ ଯେଉଁ ଛାଗ ଦେବତାମାନଙ୍କ#17:7 ଅର୍ଥାତ୍ ଭୂତ ସହିତ ବ୍ୟଭିଚାର କରୁଅଛନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ଆଉ ବଳିଦାନ କରିବେ ନାହିଁ। ଏହା ସେମାନଙ୍କର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି ହେବ। 8ଆଉ, ତୁମ୍ଭେ ସେମାନଙ୍କୁ କହିବ, ଇସ୍ରାଏଲ ବଂଶରୁ ଜାତ କୌଣସି ଲୋକ ଅବା ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସୀ କୌଣସି ବିଦେଶୀ ଲୋକ ଯଦି ହୋମ କି ବଳିଦାନ କରେ, 9ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ପାଇଁ ତାହା ସମାଗମ-ତମ୍ବୁର ଦ୍ୱାର ନିକଟକୁ ନ ଆଣେ, ତେବେ ସେ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ।
ରକ୍ତ ଭୋଜନ ନିଷେଧୀୟ ବିଧି
10ଆଉ, ଇସ୍ରାଏଲ ବଂଶଜାତ କୌଣସି ଲୋକ, ଅବା ସେମାନଙ୍କ ମଧ୍ୟରେ ପ୍ରବାସୀ କୌଣସି ବିଦେଶୀ ଲୋକ, ଯଦି କୌଣସି ପ୍ରକାର ରକ୍ତ ଭୋଜନ କରେ, ତେବେ ଆମ୍ଭେ ସେହି ରକ୍ତ ଭୋଜନକାରୀ ବ୍ୟକ୍ତି ବିରୁଦ୍ଧରେ ଆପଣା ମୁଖ ରଖିବା ଓ ତାହାର ଲୋକମାନଙ୍କ ମଧ୍ୟରୁ ତାହାକୁ ଉଚ୍ଛିନ୍ନ କରିବା; 11କାରଣ ରକ୍ତରେ ପ୍ରାଣୀର ପ୍ରାଣ ଥାଏ; ପୁଣି, ତୁମ୍ଭମାନଙ୍କ ପ୍ରାଣ ନିମନ୍ତେ ପ୍ରାୟଶ୍ଚିତ୍ତ କରିବାକୁ ଆମ୍ଭେ ତାହା ବେଦି ଉପରେ ତୁମ୍ଭମାନଙ୍କୁ ଦେଇଅଛୁ, ଯେହେତୁ ପ୍ରାଣର ଗୁଣରେ ରକ୍ତ ହିଁ ପ୍ରାୟଶ୍ଚିତ୍ତ କରେ। 12ଏହେତୁ ଆମ୍ଭେ ଇସ୍ରାଏଲ ସନ୍ତାନଗଣକୁ କହିଲୁ, ତୁମ୍ଭମାନଙ୍କ ମଧ୍ୟରୁ କୌଣସି ବ୍ୟକ୍ତି ରକ୍ତ ଭୋଜନ କରିବ ନାହିଁ ଓ ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସୀ କୌଣସି ବିଦେଶୀ ଲୋକ ରକ୍ତ ଭୋଜନ କରିବ ନାହିଁ।
13ଆଉ, ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ କୌଣସି ଲୋକ ଅବା ସେମାନଙ୍କ ମଧ୍ୟରେ ପ୍ରବାସୀ କୌଣସି ବିଦେଶୀ ଲୋକ ଯଦି ଶିକାରରେ କୌଣସି ଖାଦ୍ୟଯୋଗ୍ୟ ପଶୁକୁ ବା ପକ୍ଷୀକୁ ବଧ କରେ, ତେବେ ସେ ତାହାର ରକ୍ତ ଢାଳି ଧୂଳିରେ ଢାଙ୍କିବ। 14କାରଣ ସବୁ ପ୍ରାଣୀର ପ୍ରାଣ ସମ୍ବନ୍ଧରେ ରକ୍ତ ହିଁ ତାହାର ପ୍ରାଣ ଅଟେ; ଏହେତୁ ଆମ୍ଭେ ଇସ୍ରାଏଲ ସନ୍ତାନଗଣକୁ କହିଲୁ, ତୁମ୍ଭେମାନେ କୌଣସି ପ୍ରକାର ପ୍ରାଣୀର ରକ୍ତ ଭୋଜନ କରିବ ନାହିଁ, ଯେହେତୁ ସକଳ ପ୍ରାଣୀର ରକ୍ତ ହିଁ ତାହାର ପ୍ରାଣ; ଯେକେହି ତାହା ଭୋଜନ କରିବ, ସେ ଉଚ୍ଛିନ୍ନ ହେବ। 15ଆଉ, ସ୍ୱଦେଶୀ କି ବିଦେଶୀ ମଧ୍ୟରୁ ଯେକେହି ସ୍ୱୟଂମୃତ କିଅବା ବିଦୀର୍ଣ୍ଣ ପଶୁ ଭୋଜନ କରେ, ସେ ଆପଣା ବସ୍ତ୍ର ଧୌତ କରି ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ; ତହିଁ ଉତ୍ତାରେ ଶୁଚି ହେବ। 16ମାତ୍ର ଯଦି ସେ (ବସ୍ତ୍ର) ଧୌତ ନ କରେ କି ସ୍ନାନ ନ କରେ, ତେବେ ସେ ଆପଣା ଅପରାଧ ବୋହିବ।”

Markering

Kopiér

Sammenlign

Del

None

Vil du have dine markeringer gemt på tværs af alle dine enheder? Tilmeld dig eller log ind