ମାଥିଉଲିଖିତ ସୁସମାଚାର 18
18
ସ୍ୱର୍ଗରାଜ୍ୟରେ ସବୁଠାରୁ ବଡ଼ କିଏ?
(ମାର୍କ ୯:୩୩-୩୭; ଲୂକ ୯:୪୬-୪୮)
1ଦିନେ ଶିଷ୍ୟମାନେ ଯୀଶୁଙ୍କୁ ପଚାରିଲେ, “ସ୍ୱର୍ଗରାଜ୍ୟରେ ସବୁଠାରୁ ବଡ଼ କିଏ?”#ଲୂକ ୨୨:୨୪। 2ଯୀଶୁ ଗୋଟୀଏ ଶିଶୁକୁ ସେମାନଙ୍କ ଆଗରେ ଠିଆ କରାଇ କହିଲେ, 3“ମୁଁ ତୁମ୍ଭମାନଙ୍କୁ ନିଶ୍ଚିତ ଭାବରେ କହୁଛି, ତୁମର ମନ ପରିବର୍ତ୍ତିତ ହୋଇ ଶିଶୁ ସୁଲଭ ନ ହେଲେ ସ୍ୱର୍ଗରାଜ୍ୟରେ କଦାପି ପ୍ରବେଶ କରିପାରିବ ନାହିଁ।#ମାର୍କ ୧୦:୧୫; ଲୂକ ୧୮:୧୭। 4ଯେ ନିଜକୁ ନମ୍ର କରି ଏହି ଶିଶୁ ପରି ହେବ, ସେ ସ୍ୱର୍ଗରାଜ୍ୟରେ ସବୁଠାରୁ ବଡ଼, 5ଏବଂ କେହି ମୋ’ ନାମରେ ଏହିପରି ଗୋଟିଏ ଶିଶୁକୁ ଗ୍ରହଣ କରେ, ସେ ମୋତେ ମଧ୍ୟ ଗ୍ରହଣ କରେ।
ବିଶ୍ୱାସରେ ବିଘ୍ନ ଘଟାଇବା
(ମାର୍କ ୯:୪୨-୪୮; ଲୂକ ୧୭:୧-୨)
6“ମୋ’ଠାରେ ବିଶ୍ୱାସ କରୁଥିବା ଏହି ଶିଶୁମାନଙ୍କ ମଧ୍ୟରୁ ଜଣକର ବିଶ୍ୱାସରେ ଯେ କେହି ବିଘ୍ନ ଘଟାଏ, ତା' ବେକରେ ଗୋଟିଏ ଚକି ପଥର ବାନ୍ଧି ତାକୁ ସମୁଦ୍ରରେ ପକାଇ ଦେବା ଶ୍ରେୟସ୍କର ହେବ। 7ଲେକମାନଙ୍କର ବିଶ୍ୱାସରେ ବିଘ୍ନ ଘଟାଇବା ପାଇଁ ଅନେକ ବିଷୟ ରହିଛି। ସେଥପାଇଁ ଏହି ଜଗତର ଅବସ୍ଥା ଏଡ଼େ ଭୟାନକ। ସବୁଥିପାଇଁ ଏହି ଜଗତରେ ଅବସ୍ଥା ଏଡ଼େ ଭୟାନକ। ସବୁବେଳେ ଏପରି ବିଘ୍ନ ଆସିବ, କିନ୍ତୁ ଯେ ବିଘ୍ନ ଘଟଶଏ, ତା’ର ପରିଣତି କେଡ଼େ ଶେଜନୀୟ!
8“ଯଦି ତୁମର ହାତ ବା ପାଦ ଯୋଗୁଁ ତୁମେ ବିଶ୍ୱାସ ହରାଅ, ତେବେ ତାକୁ କାଟି ଫୋପାଡ଼ି ଦିଅ। ଦୁଇଟି ହାତ ଓ ଦୁଇଟି ପାଦ ଥାଇ ଚିର ଜ୍ୱଳନ୍ତ ଅଗ୍ନିରେ ନିକ୍ଷିୟ ହେବାଠାରୁ ଗେଟିଏ ହାତ ବା ଗୋଟିଏ ପାଦବିହୀନ ହୋଇ ଅନନ୍ତ ଜୀବନରେ ପ୍ରବେଶ କରିବା ଶ୍ରେୟସ୍ଳର।#ମାଥିଉ ୫:୩୦।
9“ତୁମ ଆଖି ଲାଗି ଯଦି ତୁମର ସ୍ଖଳନ ଘଟେ, ତାକୁ ଉପାଡ଼ି ଫୋପାଡ଼ି ଦିଅ। ଦୁଇଟି ଆଖି ଥାଇ ନରକାଗ୍ନିର ନିକ୍ଷିପ୍ତ ହେବାଠାରୁ ଗେଟିଏ ଆଖି ନେଇ ଅନନ୍ତ ଜୀବନରେ ପ୍ରବେଶ କରିବା ଶ୍ରେୟସ୍ଳର।#ମାଥିଉ ୫:୨୯।
ହଜିଲା ମେଣ୍ଢାର ଦୃଷ୍ଟାନ୍ତ
(ଲୂକ ୧୫:୩-୭)
10“ଏହି ନଗଣ୍ୟମାନଙ୍କ ମଧ୍ୟରୁ ଜଣକୁ ହେଲେ ତୁଚ୍ଛ ମନେକର ନାହିଁ। ମୁଁ ତୁମ୍ଭମାନଙ୍କୁ କହୁଛି, ଏମାନଙ୍କ ଯତ୍ନ ନେଉଥିବା ସ୍ୱର୍ଗଦୂତମାନେ ସର୍ବଦା ମୋ’ ପିତା ଈଶ୍ୱରଙ୍କ ନିକଟରେ ଅଛନ୍ତି।
11(“କାରଣ ପଥଭ୍ରଷ୍ଟ ଲୋକମାନଙ୍କୁ ରକ୍ଷା କରିବାକୁ ମନୁଷ୍ୟପୁତ୍ର ଆସିଛନ୍ତି।)#ଲୂକ ୧୯:୧୦।
12“ତୁମେ କ’ଣ ଭାବୁଛ, ଯଦି ଜଣେ ଲୋକର ଶହେ ମେଣ୍ଢା ଥାଏ ଏବଂ ସେଥିରୁ ଗୋଟିଏ ହଜିଯାଏ, ତେବେ ସେ କ’ଣ କରିବ? ଅନେଶତଟି ମେଣ୍ଢାଙ୍କୁ ପାହାଡ଼ ପାଖରେ ଚରିବାକୁ ଛାଡ଼ିଦେଇ ସେହି ହଜିଥିବା ମେଣ୍ଢାଟିକୁ ଖୋଜିବାକୁ ବାହାରିବ। 13ଯେତେବେଳେ ସେ ତାକୁ ପାଏ, ହଜି ନ ଥିବା ଅନେଶତଟି ମେଣ୍ଢା ପାଇଁ ତା’ର ଯେତିକି ଆନନ୍ଦ, ଏହି ଗୋଟିକ ମେଣ୍ଢା ପାଇଁ ତା’ଠାରୁ ଅଧିକ ଆନନ୍ଦିତ ହୁଏ। 14ଠିକ୍ ସେହିପରି, ଏହି ନଗଣ୍ୟ ଲୋକମାନଙ୍କ ମଧ୍ୟରୁ ଜଣେ ହେଲେ ପଥଭ୍ରଷ୍ଟ ହେଉ, ଏହା ତୁମ ସ୍ୱର୍ଗସ୍ଥ ପିତା ଈଶ୍ୱର ଚାହାଁନ୍ତି ନାହିଁ।
ତୁମ ବିରୁଦ୍ଧରେ ଯେ ଦୋଷ କରେ
15“ଜଣେ ଭାଇ ଯଦି ତୁମ ବିରୁଦ୍ଧରେ କିଛି ଦୋଷ କରେ, ତା’ ପାଖକୁ ଯାଇ ତା’ର ଦୋଷ ତାକୁ ଦେଖାଇ ଦିଅ। କିନ୍ତୁ ତୁମେ ଦୁଇଜଣ ଏକାକୀ ଥିବା ବେଳେ ଏହା ଗୋପନରେ କର। ଯଦି ସେ ତୁମ କଥା ଶୁଣେ, ତୁମ ଭାଇକୁ ତୁମେ ଫେରି ପାଇବ।#ଲୂକ ୧୭:୩। 16ଯଦି ସେ ଶୁଣେ ନାହିଁ, ଜଣେ ବା ଦୁଇ ଜଣ ଲୋକଙ୍କୁ ନେଇ ତା’ ପାଖକୁ ଯାଅ। ଆମ ଶାସ୍ତ୍ରର ବ୍ୟବସ୍ଥା ଅନୁଯାୟୀ, “ଜଣେ ବା ଦୁଇଜଣ ସାକ୍ଷୀଙ୍କ ମୁହଁରେ ତୁମ ଅଭିଯୋଗ ସତ୍ୟ ବୋଲି ପ୍ରମାଣିତ ହେଉ।”#ଦ୍ୱି. ବିବରଣୀ ୧୯:୧୫। 17ତେବେ ମଧ୍ୟ ଯଦି ସେ ତୁମ କଥାକୁ ଭ୍ରୁକ୍ଷେପ କରେ ନାହିଁ, ଏହି ବିଷୟ ଉପାସକ ମଣ୍ଡଳୀକୁ ଜଣାଇ ଦିଅ। ପରିଶେଷରେ ସେ ଯଦି ମଣ୍ଡଳୀ କଥା ମଧ୍ୟ ଶୁଣିବ ନାହିଁ, ତେବେ ତାକୁ ଜଣେ କରଆଦାୟକାରୀ ବା ଜଣେ ବିଜାତୀୟ ବୋଲି ମନେ କରି ତା’ ସହିତ ସମ୍ପର୍କ ତୁଟାଇ ଦିଅ।
ନିଷେଧ କରିବା ବା ଅନୁମତି ଦେବା
18“ତୁମ୍ଭମାନଙ୍କୁ ଏହି କଥା କହି ରଖୁଛି, ତୁମେ ଏହି ପୃଥିବୀରେ ଯାହା ନିଷେଧ କରିବ, ସ୍ୱର୍ଗରେ ମଧ୍ୟ ତାହା ନିଷିଦ୍ଧ ହେବ ଏବଂ ଯାହା ପାଇଁ ତୁମେ ପୃଥିବୀରେ ଅନୁମତି ଦେବ, ସ୍ୱର୍ଗରେ ମଧ୍ୟ ତାହା ଅନୁମୋଦିତ ହେବ।#ମାଥିଉ ୧୬:୧୯; ଯୋହନ ୨୦:୨୩।
19“କେବଳ ସେତିକି ନୁହେଁ, ଯେତେବେଳେ ତୁମ ମଧ୍ୟରୁ ଦୁଇଜଣ ଯେ କୌଣସି ବିଷୟରେ ଏକମତ ହୋଇ ସେଥିପାଇଁ ପ୍ରାର୍ଥନା କରିବ, ମୋର ସ୍ୱର୍ଗସ୍ଥ ପିତା ତୁମର ସେହି ଇଚ୍ଛା ପୂରଣ କରିବେ।
20“କାରଣ ଯେଉଁ ଦୁଇ ବା ତତୋଧିକ ଲୋକ ମୋ’ ନାମରେ ଏକତ୍ରିତ ହୁଅନ୍ତି, ମୁଁ ସେଠାରେ ବିଦ୍ୟମାନ ଥାଏ।”
କ୍ଷମା ଦେଇ ନ ଥିବା କର୍ମଚାରୀ (ଦୃଷ୍ଟାନ୍ତ କଥା)
21ଦିନେ ପିତର ଆସି ଯୀଶୁଙ୍କୁ ପଚାରିଲେ, “ପ୍ରଭୁ, ଜଣେ ଭାଇ ମୋ’ ବିରୁଦ୍ଧରେ ବାରମ୍ବାର ଦୋଷ କରୁଥିଲେ, ତାକୁ ମୁଁ କେତେଥର କ୍ଷମା କରିବି? କ’ଣ ସାତଥର ଯାଏ?”#ଲୂକ ୧୭:୩-୪।
22ଯୀଶୁ କହିଲେ, “ନା-ସାତଥର ନୁହେଁ। ସାତଥର ସତୁରି ଗୁଣ।#ଆଦି. ୪:୨୪। 23ସ୍ୱର୍ଗରାଜ୍ୟର ଆଉ ଗୋଟିଏ ଦୃଷ୍ଟାନ୍ତ ଶୁଣ। ଦିନେ ଜଣେ ରାଜା କର୍ମଚାରୀମାନଙ୍କର ହିସାବପତ୍ର ଯାଞ୍ଚ କରିବା ପାଇଁ ସ୍ଥିର କଲେ। 24ସେ ଏହି କାର୍ଯ୍ୟ ଆରମ୍ଭ କଲା ବେଳେ ଜଣେ କର୍ମଚାରୀ ଧରା ହୋଇ ତାଙ୍କ ନିକଟକୁ ଅଣାଗଲା। ସେ ତାଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଥିଲା। 25ଋଣ ଶୁଝିବା ପାଇଁ ଏହି ଲୋକର ଯଥେଷ୍ଟ ସମ୍ବଳ ନ ଥିଲା। ତେଣୁ ତା’ର ଋଣ ପରିଶୋଧ କରିବା ପାଇଁ ତା’ର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ କରି ତାକୁ, ତା’ର ସ୍ତ୍ରୀ ଓ ପିଲାମାନଙ୍କୁ କ୍ରୀତଦାସରୂପେ ବିକ୍ରି କରି ଦେବାକୁ ରାଜା ଆଦେଶ ଦେଲେ। 26କର୍ମଚାରୀଟି ରାଜାଙ୍କ ଗୋଡ଼ ତଳେ ପଡ଼ି ଅନୁନୟ କରି କହିଲା, “ଆଉ ଟିକିଏ ଧୈର୍ଯ୍ୟ ଧରନ୍ତୁ ମଣିମା - ମୁଁ ଆପଣଙ୍କ ସମସ୍ତ ଋଣ ପରିଶୋଧ କରିଦେବି।” 27ରାଜାଙ୍କ ମନରେ ଦୟା ହେଲା, ତେଣୁ ଋଣରୁ ନିଷ୍କୃତି ଦେଇ ସେ ତାକୁ ଛାଡ଼ି ଦେଲେ।
28“ଏହି ଲୋକ ଚାଲିଯିବାବେଳେ ତା’ଠାରୁ ଅଳ୍ପ କିଛି ଟଙ୍କା ଋଣ ନେଇଥିବା ତା’ର ଜଣେ ସହକର୍ମୀକୁ ଭେଟିଲା। ସେ ତା’ର ଗଳାକୁ ଧରି ପକାଇ, ତା’ର ତଣ୍ଟି ଚିପି କହିଲା, ‘ମୋ’ଠାରୁ ଋଣ ନେଇଥିôବା ଟଙ୍କା ଫେରାଇ ଦେ।’
29“ଦ୍ୱିତୀୟ ଲୋକଟି ତା’ ଗୋଡ଼ତଳେ ପଡ଼ି ଅନୁନୟ କରି କହିଲା, ‘ଧୈର୍ଯ୍ୟ ଧର, ତୁମର ସବୁ ଟଙ୍କା ପରିଶୋଧ କରିଦେବି।’
30“କିନ୍ତୁ ପ୍ରଥମ ଲୋକ ତା’ ଗୁହାରି ଶୁଣିଲା ନାହିଁ, ବରଂ ଋଣ ପରିଶୋଧ କରିବା ପର୍ଯ୍ୟନ୍ତ ତାକୁ ଜେଲଖାନାରେ ରଖାଇଲା। 31ଏହି ଘଟଣା ଦେଖି ଅନ୍ୟ କର୍ମଚାରୀମାନେ ବଡ଼ ବିଚଳିତ ହେଲେ। ସେମାନେ ରାଜାଙ୍କ ନିକଟକୁ ଯାଇ ଯାହା ଘଟିଥିଲା, ସବୁ ଜଣାଇଲେ।। 32ରାଜା ପ୍ରଥମ କର୍ମଚାରୀଙ୍କୁ ଡ଼କାଇ କହିଲେ, ‘ଆରେ ଅଯୋଗ୍ୟ ଦାସ, ତୁ ଗୁହାରି କରିବାରୁ ମୁଁ ତୋର ସବୁ ଋଣ ଛାଡ଼ କରିଦେଲି। 33ମୁଁ ଯେପରି ତୋ’ ପ୍ରତି ଦୟା ଦେଖାଇଲି, ତୋର ସହକର୍ମୀକୁ ମଧ୍ୟ ସେପରି ଦୟା କରିବା ତୋର ଉଚିତ୍ ଥିଲା।’
34“ରାଜା ଖୁବ୍ ରାଗିଗଲେ ଓ ସମସ୍ତ ଋଣ ପରିଶୋଧ ନ କରିବା ପର୍ଯ୍ୟନ୍ତ ଦଣ୍ଡ ଭୋଗିବା ପାଇଁ ତାକୁ ବନ୍ଦୀଶାଳାକୁ ପଠାଇ ଦେଲେ।”
35ଯୀଶୁ ଦୃଷ୍ଟାନ୍ତ ଶେଷକରି କହିଲେ, “ତୁମ ବିରୁଦ୍ଧରେ ଦୋଷ କରିଥିବା ଲୋକମାନଙ୍କୁ ଆନ୍ତରିକଭାବେ ଯଦି କ୍ଷମା ନ ଦିଅ, ତେବେ ମୋ’ ସ୍ୱର୍ଗସ୍ଥ ପିତା ମଧ୍ୟ ତୁମ ପ୍ରତି ଏହିପରି ବ୍ୟବହାର କରିବେ।”
Zvasarudzwa nguva ino
ମାଥିଉଲିଖିତ ସୁସମାଚାର 18: ODCLBSI
Sarudza vhesi
Pakurirana nevamwe
Yenzanisa
Sarudza zvinyorwa izvi
Unoda kuti zviratidziro zvako zvichengetedzwe pamidziyo yako yose? Nyoresa kana kuti pinda
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.