Kisary famantarana ny YouVersion
Kisary fikarohana

ମାଥିଉଲିଖିତ ସୁସମାଚାର 8

8
ଯୀଶୁ ଜଣେ କୁଷ୍ଠରୋଗୀକୁ ସୁସ୍ଥ କଲେ
(ମାର୍କ ୧:୪୦-୪୫; ଲୂକ ୫:୧୨-୧୬)
1ଯୀଶୁ ପାହାଡ଼ ଉପରୁ ଓହ୍ଲାଇ ଆସିବା ପରେ ଅନେକ ଲୋକ ତାଙ୍କୁ ଅନୁସରଣ କଲେ। 2ସେତେବେଳେ ଜଣେ କୁଷ୍ଠରୋଗୀ ତାଙ୍କ ନିକଟକୁ ଆସି କହିଲା, “ପ୍ରଭୁ, ଆପଣ ଚାହିଁଲେ ମୋତେ ପରିଷ୍କାର କରି ପାରିବେ।”#8:2 ମୋଶାଙ୍କ ବ୍ୟବସ୍ଥାଅନୁଯାୟୀ କୁଷ୍ଠରୋଗୀ ଅପରିଷ୍କାର ବା ଅଶୁଚି ବିବେଚିତ ହେଉଥିଲା। 3ଯୀଶୁ ହାତ ବଢ଼ାି ତାକୁ ସ୍ପର୍ଶ କରି କହିଲେ, “ମୁଁ ଚାହେଁ, ତୁମେ ଶୁଚି ହୁଅ।” ସଙ୍ଗେ ସଙ୍ଗେ ସେହି ଲୋକଟି ରୋଗ ମୁକ୍ତି ହେଲା। 4ଯୀଶୁ ତାକୁ କହିଲେ, “ଶୁଣ, ତୁମେ କିପରି ଭଲ ହେଲ, କାହାକୁ ଜଣାଅ ନାହିଁ; କିନ୍ତୁ ସିଧା ପୁରୋହିତ ପାଖକୁ ଯାଇ ନିଜକୁ ପରୀକ୍ଷା କରାଇ ନିଅ ଏବଂ ତୁମେ ସୁସ୍ଥ ହୋଇଛ ବୋଲି ସମସ୍ତଙ୍କୁ ଜଣାଇବା ପାଇଁ ମୋଶାଙ୍କ ନିରୂପିତ ବଳି ଉର୍ସ୍ଗ କର।”#ଲେବୀ ୧୪:୧-୩୨।
ଯୀଶୁ ଜରେ ରୋମୀୟ ସେନାପତିଙ୍କ କର୍ମଚାରୀ କୁ ସୁସ୍ଥ କଲେ
(ଲୂକ ୭:୧-୧୦)
5ଯୀଶୁ କର୍ପର୍ନାହୂମ ସହରରେ ପ୍ରବେଶ କରିବା ମାତ୍ର ଜଣେ ରୋମୀୟ ସେନାପତି ତାଙ୍କୁ ଭେଟି ଅନୁନୟ କରି କହିଲା, 6“ପ୍ରଭୁ, ମୋର ଜରେ କର୍ମଚାରୀ ରୋଗ ଶଯ୍ୟାରେ ପଡ଼ିଛି। ସେ ହଲଚଲ ହୋଇପାରୁ ପାହିଁ, ବଡ଼ କଷ୍ଟ ଭୋଗୁଛି।”
7ଯୀଶୁ କହିଲେ, “ମୁଁ ଆସି ତାକୁ ସୁସ୍ଥ କରିବ।” 8ସେନାପତି କହିଲା, “ନା, ପ୍ରଭୁ, ଆପଣ ମୋ’ ଘରକୁ ଆସିବେ, ମୁଁ ଏହାର ଯୋଗ୍ୟ ନୁହେଁ। ଆପଣ କେବଳ ପଦଟିଏ କହି ଦିଅନ୍ତୁ, ମୋ’ କର୍ମଚାରୀ ଭଲ ହୋଇଯିବ। 9ମୋର ଉପରିସ୍ଥ କର୍ମଚାରୀଙ୍କ ଅଧୀନରେ ମୁଁ କାମ କଲେ ସୁଦ୍ଧା ମୋ’ ଅଧୀନରେ ଅନେକ ସୈନିକ ଅଛନ୍ତି। ସେମାନେଙ୍କ ଭିତରୁ ଜଣେକୁ ଯଦି ମୁଁ ‘ଯାଅ’ ବୋଲି ଆଦେଶ ଦିଏ, ସେ ଯାଏ। ଅନ୍ୟ ଜଣକୁ ‘ଆସ’ ବୋଲି କହିଲେ, ସେ ଆସେ। ମୋର ଦାସକୁ ‘ଏହା କର’ ବୋଲି କହିବା ମାତ୍ର ସେ ତାହା କରିଥାଏ।”
10ଯୀଶୁ ଏହା ଶୁଣି ଆଶ୍ଚଯ୍ୟ ହେଲେ ଓ ତାଙ୍କ ଅନୁସରଣକାରୀମାନଙ୍କୁ କହିଲେ, “ମୁଁ ସତ କହୁଛି, ଇଶ୍ରାୟେଲର କୌଣସି ଲୋକଠାରେ ଏ ଲୋକ ପରି ବିଶ୍ୱାସ ମୁଁ ଦେଖି ନାହିଁ। 11ମନେରଖ, ପୂର୍ବ ଦେଶରୁ ଓ ପଶ୍ଚିମ ଦେଶରୁ ଅନେକେ ଆସି ସ୍ୱର୍ଗରାଜ୍ୟରେ ଅବ୍ରାହାମ, ଇସ୍ହାମ ଓ ଯାକୁବଙ୍କ ସଙ୍ଗରେ ଏକାଠି ଭୋଜନ କରିବାକୁ ବସିବେ।#ଲୂକ ୧୩:୨୯। 12କିନ୍ତିୁ ଯେଉଁମାନେ ଏହି ରାଜ୍ୟରେ ରହିବା କଥା,;ସମାନଙ୍କୁ ବାହାର ଅନ୍ଧକାରରେ ନିକ୍ଷେପ କରାଯିବ।ସେଠାରେ ସେମାନେ କ୍ରନ୍ଦନ କରି ଦାନ୍ତ ରଗଡ଼ିବେ।”#ମାଥିଉ ୨୨:୧୩; ୨୫:୩୦; ଲୂକ ୧୩:୨୮। 13ଯୀଶୁ ସେନାପତିଙ୍କୁ କହିଲେ, “ଘରକୁ ଯାଅ। ତୁମେ ଯାହା ବିଶ୍ୱାସ କରୁଛ, ତାହାହିଁ ଘଟିବ।” ଠିକ୍ ସେହି ସମୟରେ ସେନାପତିଙଙ୍କର କର୍ମଚାରୀଟି ସୁସ୍ଥ ହେଇଗଲା।
ଯୀଶୁ ଏହା ଅନେକ ଲୋକଙ୍କୁ ସୁସ୍ଥ କଲେ
(ମାର୍କ ୧:୨୯-୩୪; ଲୂକ ୪:୩୮-୪୧)
14ଯୀଶୁ ପିତରଙ୍କ ଘରକୁ ଯାଇ ଦେଖିଲେ, ପିତରଙ୍କ ଶାଶୁ ଜ୍ୱରରେ ପୀଡ଼ିତ ହୋଇ ଶଯ୍ୟାଶୟୀ ହୋଇଛନ୍ତି।
15ଯୀଶୁ ତାଙ୍କ ହାତକୁ ସ୍ପର୍ଶ କରିବା ମାତ୍ରେ ଜ୍ୱର ଛାଡ଼ିଗଲା ଓ ସେ ଉଠିପଡ଼ି ଯୀଶୁଙ୍କର ସେବା କରିବାକୁ ଲଶଗିଲେ।
16ସନ୍ଧ୍ୟା ହେବାରୁ ଲୋକେ ଅନେକ ଭୂତଗ୍ରମ୍ତ ଲୋକଙ୍କୁ ଯୀଶୁଙ୍କ ନିକଟକୁ ଆଣିଲେ। ପଦେ ମାତ୍ର କଥରେ ସେ ପ୍ରେତାମ୍ରାଗୁଡ଼ିକୁ ତଡ଼ି ଦେଲେ ଓ ପୀଡ଼ିତ ଲୋକଙ୍କୁ ସୁସ୍ଥକଲେ। 17ଏହାଦ୍ୱାରା ସେ ଭାବବାଦୀ ଯିଶାଇୟଙ୍କ ଭବିଷ୍ୟବାଣୀକୁ ସଫଳ କଲ। ଯୀଶାଇୟ କହିଲେ, “ସେ ଆମାର ବ୍ୟାଧ୍ସବୁ ହରଣ କଲେ ଓ ଆମାକୁ ରୋଗ ମୁକ୍ତ କଲେ।”#ଯିଶାଇୟ ୫୩:୪।
ଯୀଶୁଙ୍କ ଶିଷ୍ୟ ହେବାକୁ ଇଚ୍ଛୁକ ଲୋକମାନେ
(ଲୂକ ୯:୫୭-୬୨)
18ତାଙ୍କୁ ଚାରିଆଡ଼େ ଲୋକ ଭିଡ଼ ହେବାର ଦେଖି, ଯୀଶୁ ଶିଷ୍ୟମାନଙ୍କୁ ହ୍ରଦର ଆର ପାରିକୁ ଯବାକୁ କହିଲେ। 19ଜଣେ ଧର୍ମଗୁରୁ ଆସି ଯୀଶୁଙ୍କୁ କହିଲେ, “ଗୁରୁ, ଆପଣ ଯେଉଁଆଡ଼େ ଯିବେ, ସେଠାକୁ ଯିବା ପାଇଁ ମୁଁ ପ୍ରସ୍ଥୁତ ଅଛି।”
20ଯୀଶୁ ତାଙ୍କୁ କହିଲେ, “କୋକିଶିଆଳିମାନଙ୍କର ଗାତ ଅଛି, ଜଢ଼େଇମାନଙ୍କର ବସା ଅଛି। କିନ୍ତୁ ବିଶ୍ରାମ ନେବା ପାଇଁ ମନୂଷ୍ୟପୁତ୍ରଙ୍କର ସ୍ଥାନ ନାହିଁ।”
21ଯୀଶୁଙ୍କ ଆଉ ଜଣେ ଶିଷ୍ୟ କହିଲା, “ପ୍ରଭୁ, ଆଗେ ଫେରିଯାଇ ମୋ’ ବାପାଙ୍କୁ କବର ଦେବା ପାଇଁ ମୋତେ ଅନୁମତି ଦିଅନ୍ତୁ।”
22ଯୀଶୁ ତାକୁ କହିଲେ, “ମୋ ପଛେ ପଛେ ଆଦ, ମତୃ ଲୋକେ ମୃତମାନଙ୍କୁ କବର ଦିଅନ୍ତୁ।”
ଯୀଶୁ ଝଡ଼କୁ ସୁସ୍ଥିର କଲେ
(ମାର୍କ ୪:୩୫-୪୧; ଲୂକ ୮:୨୨-୨୫)
23ଦିନେ ଯୀଶୁ ଶିଷ୍ୟମାନଙ୍କ ସହିତ ନୌକାରେ ଯାଉଥିଲେ। 24ହଠାତ୍ ହ୍ରଦରେ ଗୋଟିଏ ପ୍ରବଳ ଝଡ଼ ଉଠିଲା ଏବଂ ଡଙ୍ଗାଟି ପାଣିରେ ପୁଡ଼ି ଯିବାର ଆଶଙ୍କା ହେଲା। କିନ୍ତୁ ସେତେବେଳେ ଯୀଶୁ ଶୋଇ ପଡ଼ିଥିଲେ। 25ଶିଷ୍ୟମାନେ ତାଙ୍କୁ ଉଠାଇ କହିଲେ, “ପ୍ରଭୁ, ଆମକୁ ରକ୍ଷା କରନ୍ତୁ। ନ ହେଲେ ଆମେ ବୁଡ଼ି ମରିଯିବୁ।”
26ଯୀଶୁ ଉତ୍ତର ଦେଲେ, “କାହିଁକି ଏଡ଼େ ଭୟଭୀତ ହେଉଛ? ତୁମେ ସବୁ କ’ଣ ଏଡ଼େ ଅଳ୍ପ ବିଶ୍ୱାସୀ?” ତା’ପରେ ସେ ଉଠି ପବନ ଓ ଲହରୀକୁ ସୁସ୍ଥିର ହେବା ପାଇଁ ଆଦେଶ ଦେଲେ। ସଙ୍ଗେ ସଙ୍ଗେ ସବୁ ଶାନ୍ତ ହୋଇଗଲା।
27ଏଥିରେ ସମସ୍ତେ ବିସ୍ମିତ ହେଲେ। ସେମାନେ ପରସ୍ପର କଥାବାର୍ତ୍ତା ହେଲେ “ଏ କିପରି ଲୋକ? ପବନ ଓ ଲହରୀ ମଧ୍ୟ ତାଙ୍କ ଆଦେଶ ମାନୁଛନ୍ତି।”
ଦୁଇଜଣ ଭୂତଗ୍ରସ୍ତ ଲୋକଙ୍କୁ ଯୀଶୁ ସୁସ୍ଥ କଲେ
(ମାର୍କ ୫:୧-୨୦; ଲୂକ ୮:୨୬-୩୯)
28ଯୀଶୁ ହ୍ରଦର ଅପର ପାଶ୍ୱର୍ସ୍ଥ ଗଦରୀୟ ଅଞ୍ଚଳିୟ ପ୍ରବେଶ କରିବା ମାତ୍ରେ ଦୁଇଜଣ ଲୋକଙ୍କୁ ଭେଟିଲେ। ସେମାନେ ସେଠାରେ ଥିବା ସମାଯଧ୍ ଗମ୍ଫାରେ ରହୁଥିଲେ। ସେମାନେ ଭୂତଗ୍ରସ୍ତ ଏବଂ ଏଡ଼ ଭୟଙ୍କର ଯେ ସେହି ଗସ୍ତାଦେଇ ଯିବା ଆସିବବା କରିବାକୁ କେହି ସାହସ କରୁ ନ ଥିଲେ।
29ସେମାନେ ଯୀଶୁଙ୍କୁ ଦେଖିବା ମାତ୍ରେ ଚିକ୍ରାର କରି କହିଲେ, “ହେ ଈଶ୍ୱରଙ୍କ ପୁତ୍ର! ଆମଠାରୁ ତୁମେ ମ’ଣ ଚାହଁ? ଆମ ସମୟ ନ ହେଉଣୁ ଆମକୁ ମ’ଣ ଦଣ୍ଡ ଦେବାକୁ ଆସିଛ?”
30ସେଠାରୁ କିଛି ଦୂରରେ ପଲେ ଘୁଷୁରି ଚରୁଥିଲେ। 31ସେହି ଲୋକମାନଙ୍କ ଭିତରେ ଥିବା ଭୂତମାନେ ଯୀଶୁଙ୍କୁ ଅନୁରୋଧ କରି କହିଲେ, “ଆମକୁ ଯଦି ତଡ଼ି ଦେବାକୁ ଚାହୁଁଛ, ସେହି ଘୁଷୁରି ପଲ ଭିତରକୁ ଆମକୁ ଭିତରକୁ ଆମକୁ ପଠାଇଦିଅ।”
32ଯୀଶୁ କହିଲେ, ‘ଯାଅ’। ଭୂତମାନେ ସଙ୍ଗେ ଦଙ୍ଗେ ମଣିଶକୁ ଛାଡ଼ିଦେଇ ଘୁଷୁରି ପଲ ଭିତରେ ପଶିଲେ। ଘୁଷୁରି ପଲ ଦୌଡ଼ି ପଳାଇଲେ ଏବଂ ପାହାଡ଼ ଧାରରୁ ତଳକୁ ଖସି ଯାଇ ହ୍ରଦରେ ପଡ଼ି ମଲେ।
33ଘୁଷୁରି ଜଗୁଆଳିମାନେ ନିକଟସ୍ଥ ସହରକୁ ପଳାଇ ଯାଇ ଭୂତଗ୍ରସ୍ଥ ଲୋକ ପ୍ରତି କଅଣ ଘଟିଥିଲା ସ ଅନ୍ୟାନ୍ୟ ସମସ୍ତ କଥା ସେଠାରେ କହି ବୁଲିଲେ। 34ତେଣୁ ସେ ସହରର ସମସ୍ତେ ଯୀଶୁଙ୍କୁ ଭେଟିବାକୁ ବାହାରିଲେ ଏବଂ ତାଙ୍କ ଦେଖା ପାଇଁ ସେ ଅଞ୍ଚଳ ଛାଡ଼ି ଚାଲିଯିବା ପାଇଁ ତାଙ୍କୁ ଅନୁରୋଧ କଲେ।

Asongadina

Hizara

Mampitaha

Dika mitovy

None

Tianao hovoatahiry amin'ireo fitaovana ampiasainao rehetra ve ireo nasongadina? Hisoratra na Hiditra

Horonantsary ho an'i ମାଥିଉଲିଖିତ ସୁସମାଚାର 8